ଦୁଇଟି ପିଲାଙ୍କୁ ପାଳିବା ପାଇଁ ଦିନେ ରାସ୍ତାରେ ଲଗାଉଥିଲେ ଝାଡୁ, ଏମିତି ଏମିତି ବଦଳେଇ ଦେଲେ ନିଜ ଭାଗ୍ୟ, ବନିଗଲେ SDM, ପୁରା ଘଟଣା ଜାଣିଲେ ଆପଣ ବି କହିବେ ବାଃ…ବାଃ…

ଯୋଧପୁର ନଗର ନିଗମରେ ଝାଡୁଦାର ଚାକିରି କରି ନିଜ ଜୀବନ ଜୀବିକା ନିର୍ବାହ କରୁଥିବା ଯୋଧପୁରର ଏହି ମହିଳା ଏବେ ସେଠାକାର SDM ହେବାକୁ ଯାଉଛନ୍ତି । ନଗର ନିଗମ ସଫାକର୍ମୀଙ୍କ ଏହି ହୋସଲାର କାହାଣୀରୁ ଆପଣ ଅନେକ କିଛି ଶିଖି ପାରିବେ ।

ମୁହଁରେ ସଂପୂର୍ଣ୍ଣ ଭାବେ ଓଢଣୀ ବାନ୍ଧି, ହାତରେ ଝାଡୁ ଧରି ଯୋଧପୁର ସଡକ ଉପରେ ଝାଡୁ ଲଗାଉଥିବା ଏହି ମହିଳାଙ୍କୁ ବୋଧ ହୁଏ ଅତି କମ ଲୋକ ହିଁ ଜାଣିଥିବେ । କିନ୍ତୁ ବର୍ତ୍ତମାନ ଏହି ଝାଡୁଦାର ସେଠାକାର SDM ହେବାକୁ ଯାଉଛନ୍ତି । ଭାଗ୍ୟ ସଂପୂର୍ଣ୍ଣ ଭାବେ ପାଲଟି ଯିବା ଏହାକୁ ହିଁ କୁହନ୍ତି । ଏଥିରୁ ସ୍ପଷ୍ଟ ଯେ ଯଦି କୌଣସି ମଣିଷ ମନରେ ଲକ୍ଷ ରଖି ଦୃଢ ନିଶ୍ଚୟ ହୋଇ କାର୍ଯ୍ୟ କରେ ଓ ନିଜ ଲକ୍ଷସ୍ଥଳ ଆଡକୁ ଆଗେଇ ଚାଲେ ତେବେ ତାକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ।

ଆସନ୍ତୁ ବିସ୍ତାରରେ ଜାଣିବା କିପରି ଏହି ମହିଳା ଜଣଙ୍କ ନିଜ କଠିନ ପରିଶ୍ରମ ବଳରେ ସଫଳ ହୋଇ ପାରିଲେ । ଯୋଧପୁର ନଗର ନିଗମରେ ଝାଡୁ ଲଗାଉଥିବା ଏହି ମହିଳାଙ୍କ ନାମ ଅଟେ ଆଶା କଣ୍ଡୋରା । ସେ ନଗର ନିଗମରେ ଝାଡୁ ଲଗାଇବା କାର୍ଯ୍ୟ କରିବା ସହ ସମୟ ମିଳିବା ମାତ୍ରେ ବହି ଧରି ପଢିବାକୁ ବସି ଯାଉଥିଲେ । ରାସ୍ତା କଡରେ ହେଉ ବା କେଉଁ ସିଡି ଉପରେ ଯେଉଁଠି ବି ସମୟ ଓ ସୁଯୋଗ ମିଳୁଥିଲା, ସେଠାରେ ପଢିବା ଆରମ୍ଭ କରି ଦେଉଥିଲେ । ଆଜି ସେହି ବହି ଗୁଡିକର ଜାଦୁ ହିଁ ତାଙ୍କ ଜୀବନ ପରିବର୍ତ୍ତନ କରି ଦେଇଛି ।

ରାଜସ୍ଥାନ ପ୍ରଶାସନିକ ସେବାରେ ଆଶାଙ୍କ ଚୟନ ହୋଇ ସରିଛି । ବର୍ତ୍ତମାନ ସେ ଅନୁସୂଚିତତ ବର୍ଗରୁ SDM ପଦରେ ଯୋଗ ଦେବେ । ଜଣାଇ ରଖୁଛୁ ଯେ, ଆଶାଙ୍କ ଜୀବନ ମଧ୍ୟ ଏତେ ସହଜ ନ ଥିଲା । ଆଠ ବାସର ପୂର୍ବେ ସ୍ବାମୀଙ୍କ ସହ ଝଗଡା ପରେ ଦୁଇଟି ସନ୍ତାନଙ୍କ ଦାୟିତ୍ଵ ମଧ୍ୟ ଆଶାଙ୍କ ଉପରେ ଆସି ଯାଇଥିଲା । ସେ ନଗର ନିଗମରେ ଝାଡୁ ଲଗାଇବା କାର୍ଯ୍ୟ କରୁଥିଲେ ମଧ୍ୟ, ଜଣେ ସଫାକର୍ମୀ ଭାବେ ତାଙ୍କୁ ସ୍ଥାୟୀ ନିଯୁକ୍ତି ମିଳି ପାରୁ ନ ଥିଲା । ଏଥିପାଇଁ ସେ ଦୁଇ ବର୍ଷ ଯାଏ ନଗର ନିଗମ ସହ ଲଢିଥିଲେ ମଧ୍ୟ କିଛି ହୋଇ ପାରି ନ ଥିଲା ।

କିନ୍ତୁ କୁହାଯାଏ ନା ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି । ଏହି ପ୍ରକାର ୧୨ ଦିନ ପୂର୍ବରୁ ଆଶାଙ୍କ ସହ ମଧ୍ୟ ଏହିପରି ହୋଇଛି । ଯୋଧପୁର ନଗର ନିଗମରେ ଆଶାଙ୍କ ନିୟମିତ ସଫାକର୍ମୀ ଭାବେ ନିଯୁକ୍ତି ମିଳିଥିଲା ଓ ତାପରେ ରାଜ୍ୟ ପ୍ରଶାସନିକ ସେବାରେ ମଧ୍ୟ ତାଙ୍କର ଚୟନ କରା ଯାଇଛି । ସେ ତାଙ୍କ ବିଷୟରେ କହିଛନ୍ତି ଯେ, ସେ ତାଙ୍କ ସ୍କୁଟିରେ ହିଁ ବହି ନେଇ ଆସୁଥିଲେ ପଢିବା ପାଇଁ ।

ସଫା କାର୍ଯ୍ୟ କରୁଥିବା ସମୟରେ ସେ ଗ୍ରାଜୁଏସନ ଶେଷ କାଲେ ଓ ବାଗର ନିଗମ ଅଫିସର ମାନଙ୍କୁ ଦେଖି ସେ ସେ ମଧ୍ୟ ଅଫିସର ହେବାକୁ ଠାଣି ନେଲେ । ତାପରେ ସେ ସିଲାବସ ବିଷୟରେ ଜ୍ଞାନ ସଂଗ୍ରହ କରି ଆରମ୍ବ କରି ଦେଲେ ପ୍ରସ୍ତୁତି । କଠିନ ଦିନଚର୍ଯ୍ୟା ପରେ ପାଠ ପଢିବା ତାଙ୍କ ପାଇଁ ଖୁବ ମୁସ୍କିଲ ଥିଲା । କିନ୍ତୁ ସେ ପରିସ୍ଥିତି ଆଗରେ କେବେ ମଧ୍ୟ ହାରି ନ ଥିଲେ । ଦିନେ ସେ ଯେଉଁ ସ୍ଵପ୍ନ ଦେଖିଥିଲେ, ଆଜି ତାହା ହାସଲ ମଧ୍ୟ କରି ପାରିଲେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *