ସନ୍ତାନ ଫିଲ୍ମରେ ସିନ୍ଧାନ୍ତ ଙ୍କ ଭାଇ ଭୋଇଥିଲେ ଏହି Sandeep Rout, ଆଜି ଏମିତି ବଦଳି ଯାଇଛି ତାଙ୍କ ଜୀବନ, ଫିଲ୍ମ ନ କରି ଆଜି କରୁଛନ୍ତି ଏହି କାମ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ନବେ ଦଶକ ର ବାଲ୍ୟ କଳାକାର ରୂପରେ ଅଭିନୟ କରୁଥିବା ସନ୍ଦୀପ ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ସନ୍ତାନ ଫିଲ୍ମ ରେ ଶିଶୁ କଳାକାର ଭାବରେ ଅଭିନୟ କରିଥିବା ସନ୍ଦୀପ ବର୍ତ୍ତମାନ କଣ କରୁଛନ୍ତି ଏବଂ ତାଙ୍କ ପରିବାର ରେ କିଏ କିଏ ଅଛନ୍ତି ଆପଣ ମାନେ ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ତେବେ ଆପଣ ମାନେ ଆଦୋୖ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତା ଙ୍କ ସମ୍ପୂର୍ଣ୍ଣ ଜୀବନୀ ଓ ପରିବାର ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଅଭିନେତା ସନ୍ଦୀପ ଓଲିଉଡ ର ପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ଫିଲ୍ମ ‘ସନ୍ତାନ’ ରେ ଶିଶୁ କଳାକାର ରୂପରେ ଅଭିନୟ କରିଥିଲେ । ଏହା ବ୍ୟତୀତ ଅନେକ ଓଡ଼ିଆ ଫିଲ୍ମ ରେ ସନ୍ଦୀପ ଙ୍କୁ ଶିଶୁ କଳାକାର ରୂପରେ ଦେଖିବାକୁ ମିଳିଛି । କିନ୍ତୁ ବର୍ତ୍ତମାନ ସମୟ ରେ ଏହି ଅଭିନେତା ଅଭିନୟ କ୍ଷେତ୍ରରେ ରୁ ସମ୍ପୂର୍ଣ୍ଣ ଭାବରେ ଦୁରେଇ ରହିଛନ୍ତି ।

ସନ୍ଦୀପ ବର୍ତ୍ତମାନ ନିଜ ପରିବାର ସଦସ୍ୟ ଙ୍କ ସହିତ କଟକ ରେ ରହୁଛନ୍ତି । ମାତ୍ର ୯ ବର୍ଷ ବୟସ ରେ ସନ୍ଦୀପ ଅନେକ ଫିଲ୍ମ ରେ ଶିଶୁ କଳାକାର ରୂପରେ ଅଭିନୟ କରି ନିଜ କ୍ୟାରିଅର ର ଆରମ୍ଭ କରିଥିଲେ । ତାଙ୍କ ଦ୍ୱାରା ଅଭିନୀତ ପ୍ରଥମ ଫିଲ୍ମ ଥିଲା ‘ଭୀଷ୍ମ ପ୍ରତିଜ୍ଞା’ । ତାଙ୍କ ବାପା ଥିଲେ ଜଣେ ପ୍ରଡ୍ୟୁସର୍ ଏବଂ ସେ ଚାହୁଁଥିଲେ ତାଙ୍କ ପୁଅ ସନ୍ଦୀପ ଭବିଷ୍ୟତ ରେ ଫିଲ୍ମ ରେ ହିରୋ ସାଜୁ ।

କିନ୍ତୁ ସନ୍ଦୀପ ଚାହୁଁଥିଲେ ନିଜ ବାପା ଙ୍କ ଭଳି ଜଣେ ବଡ଼ ପ୍ରଡ୍ୟୁସର୍ ହେବା ପାଇଁ । ସନ୍ଦୀପ ଙ୍କ ବାପା ଙ୍କ ଫିଲ୍ମ ଥିଲା ‘ଆଇ ଲଭ ୟୁ’ । ସେଥିରେ ସେ ତାଙ୍କ ପୁଅ ସନ୍ଦୀପ ଙ୍କୁ ହିରୋ ଭୂମିକା ରେ ଦେଖିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପୁଅ ରାଜି ନ ହୋଇ ଥିବାରୁ ଏହି ଫିଲ୍ମ ରେ ଅନୁଭବ ହିରୋ ହୋଇଥିଲେ । ସନ୍ଦୀପ ଙ୍କ ଶେଷ ଫିଲ୍ମ ଥିଲା “ନାରୀ ଆଖିରେ ନିଆଁ” । ଏହାପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ସମ୍ପୂର୍ଣ୍ଣ ଭାବରେ ଦୁରେଇ ଯାଇଥିଲେ ।

ବର୍ତ୍ତମାନ ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଆଲ ରେ ପ୍ରଡ୍ୟୁସର୍ ରୂପରେ କାମ କରୁଛନ୍ତି । ସନ୍ଦୀପ ନିଜ କଲେଜ ର ବନ୍ଧୁ ପ୍ରିୟଙ୍କା ଙ୍କୁ ଭଲ ପାଇ ବିବାହ କରିଛନ୍ତି । ବର୍ତ୍ତମାନ ସନ୍ଦୀପ ନିଜ ପରିବାର ଙ୍କ ସହିତ ରହୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସନ୍ଦୀପ ବାଲ୍ୟ କଳାକାର ରୂପରେ କିପରି ଲାଗୁଥିଲେ ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *