ପୁଣି ଚର୍ଚ୍ଚାରେ ବାବା ସାରଥୀ, ସାରଥୀଙ୍କ ଫଟୋରୁ ଝରୁଛି ବିଭୂତି ଓ ଗଙ୍ଗାଜଳ, ଶୁଣନ୍ତୁ କଣ କହୁଛନ୍ତି ଏହି ବ୍ୟକ୍ତି ଜଣକ, ଜାଣି ଆପଣ ବି ହେଇଯିବେ ତାଜୁବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୁଣି ଚର୍ଚ୍ଚା ରେ ସାରଥୀ । ଏଥର କିନ୍ତୁ କେନ୍ଦ୍ରାପଡ଼ା ବାରିମୂଳ ନୁହେଁ ବରଂ ଢେଙ୍କାନାଳ ଜିଲ୍ଲା ର ଗାଁ ରେ ଦେଖିବାକୁ ମିଳିଛି ସାରଥି ପ୍ରେମ । ଏହି ସ୍ଥାନରେ କୁଆଡ଼େ ସାରଥୀ ଙ୍କ ଫଟୋ ରୁ ଝରୁଛି ବିଭୁତି ଏବଂ ଗଙ୍ଗାଜଳ ।

ଏହି ଦୃଶ୍ୟ ଦେଖିବା ପାଇଁ ଆଖପାଖ ଅଞ୍ଚଳ ରୁ ଲୋକ ମାନଙ୍କ ଭିଡ଼ ମଧ୍ୟ ଜମୁଛି । ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ଅନୁଗୁଳ, ତାଳଚେର, ବାଲେଶ୍ଵର ଆଦି ଅଞ୍ଚଳ ରୁ ଲୋକଙ୍କ ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି । ଆଜିକୁ ଠିକ ଦଶ ଦିନ ତଳେ ଖଳି ପାହାଳ ଗାଁ ର ସୁକାନ୍ତ କୁମାର ନାଥ ଶର୍ମା ଙ୍କ ଘରେ ଥିବା ସାରଥୀ ଙ୍କ ଫଟୋ ରୁ ବିଭୁତି ବାହାରିବା ସହିତ ଗଙ୍ଗାଜଳ ର ଏକ ସ୍ରୋତ ବାହାରିଥିଲା ବୋଲି ସୁକାନ୍ତ ନିଜେ କହିଛନ୍ତି ।

ଏହା ସହିତ ତାଙ୍କ ଫଟୋ ରୁ ମହୁ ଏବଂ ତାଙ୍କୁ ଦିଆ ଯାଉଥିବା ଖାଦ୍ୟ ଗୁଡ଼ିକ ଉଭାନ ହୋଇ ଯାଉଥିବା ବୋଲି କହିଛନ୍ତି ସ୍ଥାନୀୟ ଲୋକ ଏବଂ ସୁକାନ୍ତ ଙ୍କ ପରିବାର ସଦସ୍ୟ । ଯାହାକୁ ନେଇ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଲୋକମାନେ ନଡ଼ିଆ, କଦଳୀ, ଲଡୁ ଆଦି ନେଇ ସାରଥୀ ଙ୍କ ପୂଜାର୍ଚ୍ଚନା କରୁଛନ୍ତି ।

ସାରଥୀ ଙ୍କୁ ନେଇ ଏତେ ଘଟଣା ଘଟିବା ପରେ ମଧ୍ୟ ଲୋକ ମାନଙ୍କ ମନରେ ସାରଥୀ ଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆଶା ଓ ବିଶ୍ୱାସ ରହିଛି । ସାରଥୀ ଙ୍କ ଫଟୋ ରୁ ମହୁ ଓ ବିଭୁତି ନିର୍ଗତ ହେଉଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଯେତେବେଳେ ଏହି ସମ୍ବନ୍ଧରେ ସୁକାନ୍ତ ନାଥ ଶର୍ମା ଙ୍କୁ ପଚରା ଯାଇଥିଲା ସେ କହିଥିଲେ ଯେ, ପୂର୍ବରୁ ତାଙ୍କ ମନରେ ସାରଥୀ ଙ୍କ ପାଇଁ ଯେଉଁ ଭକ୍ତି ଓ ବିଶ୍ୱାସ ଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅଛି । ସେ ସାରଥୀ ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଗତ ୧୦ ଦିନ ହେବ ସାରଥୀ ଙ୍କ ମକରନ୍ଦ ଲୀଳା ହେଉଛି ଏବଂ ବିଭୁତି ଲୀଳା ମଧ୍ୟ ହେଉଛି ।

ଏହା ସହିତ ସାରଥୀ ଙ୍କୁ ପ୍ରସାଦ ଦେଲେ ବି ସେ ତାକୁ ଗ୍ରହଣ କରୁଛନ୍ତି । ଅନେକ ଲୋକ ତାଙ୍କ ଘରକୁ ଆସି ସାରଥୀ ଙ୍କ ଦର୍ଶନ କରି ଯାଉଛନ୍ତି । ଏହି କଥାରେ ସ୍ଥାନୀୟ ବାସିନ୍ଦା ମଧ୍ୟ ନିଜର ସହମତି ପ୍ରକାଶ କରିଛନ୍ତି । ତେବେ ଲୋକ ମାନଙ୍କ ବିଶାସ ଏବଂ ସାରଥୀ ଙ୍କ ଲକେଟ ପରିଧାନ କରିବା ନିଶ୍ଚିତ ପକ୍ଷରେ ଆଧ୍ୟାତ୍ମିକ ଭାବନା ରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *