ବନ୍ଧୁଗଣ ସୋମ୍ୟ ରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛନ୍ତି । ସୋମ୍ୟଙ୍କ ମୃତ୍ୟୁ ପଛରେ ତାଙ୍କ ପତ୍ନୀ (ବିଦ୍ୟା ଭାରତୀ)ଙ୍କ ହାତ ରହିଛି ବୋଲି ସେମାନେ କହିଛନ୍ତି । ସୋମ୍ୟଙ୍କ ପରିବାର ଲୋକ ବିଦ୍ୟା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
ସୋମ୍ୟଙ୍କ ମୃତ୍ୟୁକୁ ପ୍ରଥମେ ଏକ ଆ-ତ୍ମ-ହ-ତ୍ୟା କୁହାଯାଉଥିଲା ହେଲେ ତାଙ୍କ ପରିବାର ଲୋକ ଏହାକୁ ହ-ତ୍ୟା ବୋଲି କହିଥିଲେ । ସବୁଦିନ ଏହି ମାମଲାରେ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗତ କିଛି ସମୟ ତଳେ ସୋମ୍ୟଙ୍କ ଭାଇ ମିଡିଆ ସାମ୍ନାରେ କିଛି ବିଶେଷ ତଥ୍ୟ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୋମ୍ୟଙ୍କ ବଡ ଭାଇଙ୍କ ମତରେ-‘ ମୋ ଭାଇର ମୃତ୍ୟୁକୁ ଏତେ ଦିନ ହେଇଗଲାଣି, ହେଲେ ପୋଲିସ କଣ ପଦକ୍ଷପ ନେଉଛି ତାହା କିଛି ଜଣା ପଡୁ ନାହିଁ । ବର୍ତ୍ତମାନ ସୁଧା ଆଜି ଆସି ୧୯ ଦିନ ହେଇଗଲା ତ ପୋଲିସ ଆସି ଖାଲି ପଚାରି ଦେଇ ପଳାଉଛି ଝିଅକୁ ମଧ୍ୟ ପଚାରି ଦେଇ ପଳାଉଛି ଆମେ ସେ ବିଷୟରେ କିଛି ଜାଣି ନାହୁଁ । ତେବେ ଆମେ ମାନେ ଅପେକ୍ଷା କରିଛୁ ମୋ ଭାଇକୁ କେମିତି ନ୍ୟାୟ ମିଳିବ’ ।

ଏହାପରେ ଆଗକୁ ତାଙ୍କ ଭାଇ କହିଲେ-‘କମ ସେ କମ ପୋଲିସ କହିଦେଉ ମୋ ଭାଇର ମୃତ୍ୟୁ କେମିତି ହୋଇଛି । ନହଲେ ସେ ନିଜ ତଦନ୍ତର ଏକ ଚାର୍ଜସିଟ କପି ଦେଇ ଦିଅନ୍ତୁ ଆମେ କୋର୍ଟରେ ଆପ୍ଳାଏ କରିବୁ ସିବିଆଇ ତ-ଦ-ନ୍ତ ପାଇଁ । କାରଣ ବହୁତ ସମୟ ହୋଇଗଲାଣି ଦୋ-ଷୀ ବଞ୍ଚି ଯାଉଛି । ଆମକୁ ନାୟ ଦରକାର । ସବୁ ପ୍ରମାଣ ପତ୍ରକୁ ନଷ୍ଟ କରିଦିଆ ଯାଉଛି । ଝିଅକୁ ପୋଲିସ ଷ୍ଟେସନ ଡକା ଯାଉନାହିଁ’ ।

ଆଗକୁ ତାଙ୍କ ଭାଇ କହିଲେ- ‘ଦୁଇଜଣ ଥିଲେ ଜଣେ ପୋ-ଡି-କି ମ-ରି ଯାଉଛି ହେଲେ ଆଉ ଜଣେ କିଛି ଜାଣି ପାରୁ ନାହିଁ । ଗୋଟିଏ ଘର ଭିତରେ ଏତେ ସବୁ ଘଟଣା ଘଟୁଛି ହେଲେ ଝିଅ କିଛି ଜାଣି ପାରୁ ନାହିଁ । ପୋଲିସ ଝିଅକୁ ନେଇ ପଚରା ଉଚରା କରିବା ଉଚିତ । ଆଗରୁ ମୋ ଭାଇର ଘର ପ୍ରତି କର୍ତବ୍ୟ ଥିଲା ।
ଯେବେ ଠାରୁ ବିବାହ କରି ସେ ପାରଳାଖେମୁଣ୍ଡି ଗଲାଣି ସେବେଠାରୁ ସେ ଘରକୁ ଟଙ୍କାଟେ ବି ଦେଇ ନାହିଁ’ । ଏହା ପରେ ଆଗକୁ ସୋମ୍ୟଙ୍କ ଭାଇ କହିଲେ-‘ ତାର ବ୍ୟାଙ୍କ ଡିଟେଲ୍ସରେ ଖାଲି ଆମାଜୋନ ଆଉ ଫ୍ଲିପ କାର୍ଟରୁ ଦୁନିଆ ଜିନିଷ କିଣା ଯାଇଛି । ମୋ ଭାଇର ଟଙ୍କାରେ ଖାଲି ଜିନିଷ କିଣା ହେଉଥିଲା ।

ଆମ ପୁଅ ତ ଆଗରୁ ଦେଉଥିଲା ହେଲେ ବିବାହ କରିଲା ପରେ କାହିଁକି ଦେଲା ନାହିଁ । ଏଥିପାଇଁ କିଏ ଦାୟୀ ଝିଅ ହିଁ ଦାୟୀ ତା ସହ ତାର ବାପା ମା ପରିବାର ଲୋକ ସମସ୍ତେ ଦାୟୀ । କାରଣ ଏ ସବୁ ବିଷୟରେ ସେମାନେ ସବୁ ଜାଣିଥିଲେ’ । ନିଜ ଭାଇର ନ୍ୟାୟ ପାଇଁ ଏହିପରି ଭାବରେ ଏକ ବଡ ଖୁଲାସା କରିଲେ ସୋମ୍ୟଙ୍କ ଭାଇ । ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

