ସ୍ଵାମୀ ଓ ପ୍ରେମୀ ମଧ୍ୟରେ ଫସିଲେ Nusrat Jahan, ସ୍ଵାମୀ ଓ ପ୍ରେମୀ ଙ୍କ ମଧ୍ୟରୁ କିଏ ଅଟେ ନୁସରତଙ୍କ ପିଲାର ପିତା

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ପ୍ରଶ୍ନର ଘେର ରେ ଅଛନ୍ତି ଟି ଏମ ସି ଦଳ ର ନେତ୍ରୀ ନୁସରତ ଜହାଂ ଙ୍କ ବୈବାହିକ ଜୀବନ । ନିଜ ବିବାହ କୁ ଅବୈଧ କହିଛନ୍ତି ନୁସରତ । ତେବେ ସେ କଣ ପାଇଁ କହିଛନ୍ତି ଏଭଳି ଏଵଂ ଏତେ ଦିନ ପର୍ଯ୍ୟନ୍ତ ସେ ନିଜ ବିବାହ କୁ ସତ ବୋଲି କାହିଁ କହି ଆସୁଥିଲେ ?

ନୁସରତ ଙ୍କ ସ୍ୱାମୀ ଙ୍କ ନାମ ହେଉଛି ନିଖିଲ । ନିଖିଲ ଙ୍କ କହିବା ଅନୁସାରେ ନୁସରତ ତାଙ୍କ ସହ ଛଅ ମାସ ହେବ ରହୁ ନାହାନ୍ତି । ଛଅ ମାସ ହୋଇ ଗଲାଣି ଏହି ଦୁଇ ଜଣଙ୍କୁ ଅଲଗା ହେବାର । ଏହା ସହିତ ନିଖିଲ ଙ୍କ ଅନୁସାରେ ନୁସରତ ଅନ୍ୟ କୌଣସି ଅଭିନେତା ଙ୍କ ସହିତ ଅଛନ୍ତି ତାଙ୍କ ସହ ସେ ସମ୍ପର୍କ ରଖୁଛନ୍ତି ଏବଂ ନୁସରତ ତାଙ୍କ ସହ ହିଁ ରହିବା ପାଇଁ ଚାହୁଁଛନ୍ତି ନିଖିଲ ଙ୍କ ସହିତ ରହିବା ପାଇଁ ସେ ଚାହୁଁ ନାହାନ୍ତି ।

ଏହି ସବୁ ଖବର ମଧ୍ୟରେ ଆଉ ଏକ ଖବର ବିଷୟରେ ମଧ୍ୟ ଜଣା ପଡିଲା କି ନୁସରତ ଗର୍ଭବତୀ ମଧ୍ୟ ଅଛନ୍ତି । ତେବେ ପୁରା ମାମଲା କଣ ଏବଂ ନୁସରତ ଙ୍କ ବୈବାହିକ ଜୀଵନ ରେ କଣ ଘଟିଛି ଆସନ୍ତୁ ଜାଣିନେବା ସେହି ବିଷୟରେ । ତୃଣ ମୂଳ କଂଗ୍ରେସ ର ଶାଂଶଦ ନୁସରତ ଜହାଂ ଏବେ ଅନେକ ପ୍ରଶ୍ନ ର ଘେର ରେ ଅଛନ୍ତି । ସେ ନିଖିଲ ଅର୍ଥାତ ନିଜ ସ୍ୱାମୀ ଙ୍କ ସହ ବିବାହ ଏବଂ ସମ୍ପର୍କ କୁ ଅବୈଧ ବୋଲି କହିଛନ୍ତି ।

୨୦୧୯ ମସିହା ରେ ଲାକଡାଉନ ର ପୂର୍ବରୁ ନୁସରତ ଯିଏ କି ଜଣେ ବଙ୍ଗଳା ସିନେମା ର ଅଭିନେତ୍ରୀ ସେ ଜଣେ ବଡ ବ୍ୟବସାୟୀ ନିଖିଲ ଜୈନ ଙ୍କ ସହ ତୁର୍କୀ ରେ ବିବାହ କରିଥିଲେ ।
ନୁସରତ ନିଜେ ନିଜର ବିବାହ ର ମୁମେଣ୍ଟ ଏବଂ ଫୋଟୋ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ । କିନ୍ତୁ ବର୍ତ୍ତମାନ ସେ ନିଜ ବିବାହ କୁ ମାନ୍ୟ ନୁହେଁ ବୋଲି କହୁଛନ୍ତି । ଏପରି କହିବାର କାରଣ କଣ ?

କିଛି ସମୟ ପୂର୍ବରୁ ନିଖିଲ ଏବଂ ନୁସରତ ଙ୍କ ମଧ୍ୟରେ ବହୁ ବାଦ ବିବାଦ ହୋଇଥିଲା ଏବଂ ତା ପର ଠାରୁ ନୁସରତ ନିଜ ବିବାହ କୁ ମାନ୍ୟ ନୁହେଁ ବୋଲି କହିଛନ୍ତି । ତେବେ ଅନ୍ୟ ପଟେ ନିଖିଲ ଙ୍କ ଅନୁସାରେ ସେମାନେ ଦୁଇ ଜଣ ୬ ମାସ ହେବ ଏକାଠି ରହୁ ନାହାନ୍ତି ଏବଂ ଏହା ଭିତରେ ନୁସରତ ଙ୍କ ଗର୍ଭବତୀ ଖବର ମଧ୍ୟ ଆସୁଛି । ନିଖିଲ ଙ୍କ ଅନୁସାରେ ସେହି ପିଲା ତାଙ୍କ ର ନୁହେଁ ।

ତେବେ ନୁସରତ ଗର୍ଭବତୀ ଅବସ୍ଥାରେ କହିଛନ୍ତି କି ଭାରତରେ ତାଙ୍କ ବିବାହ କୁ ମାନ୍ୟ ମିଳି ନାହିଁ ଏବଂ ତାଙ୍କ ସମ୍ପର୍କ କୁ ଲିବଇନ ସମ୍ପର୍କ ମଧ୍ୟ କୁହା ଯାଇ ପାରେ ଏବଂ ଛାଡପତ୍ର ର କୌଣସି ଆବଶ୍ୟକତା ନାହିଁ । ତେଣୁ ସେମାନେ କେବଳ ଅଲଗା ହୋଇ ଗଲେ । ନିଖିଲ ଙ୍କ ଅନୁସାରେ ନୁସରତ ଜଣେ ଅଭିନେତା ୟଶ ଦାସ ଗୁପ୍ତା ଙ୍କ ସହ ରହିବାକୁ ଚାହାନ୍ତି ଏବଂ ତାଙ୍କ ସହ ନୁସରତ ଙ୍କ ପ୍ରେମ ସମ୍ପର୍କ ମଧ୍ୟ ଅଛି ।

ରାଜସ୍ଥାନ ର ଏକ ଟ୍ରିପ ରେ ଏହି ଦୁଇ ଜଣ ବହୁତ ନିକଟତର ହୋଇ ଯାଇଥିଲେ । ସେବେଠାରୁ ଏହି ଦୁଇ ଜଣ ଏକାଠି ରହୁଛନ୍ତି । ୟଶ ଦାସ ଗୁପ୍ତା ଭାରତୀୟ ଜନତା ପାର୍ଟି ର ନେତା ଏବଂ ନୁସରତ ତୃଣ ମୂଳ କଂଗ୍ରେସ ର ଜଣେ ନେତ୍ରୀ । ଏହି ଦୁଇ ଜଣଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ସେମାନେ ଅନେକ ପ୍ରଶ୍ନ ର ଘେରରେ ଆସି ଗଲେଣି । ଏହା ଛଡା ଯଦି ନିଖିଲ ଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ତେବେ ସୋସିଆଲ ମିଡ଼ିଆ ରେ ତାଙ୍କ ସହ ଫୋଟୋ କୁ ଅଫିସିୟାଲୀ କଣ ପାଇଁ ସେୟାର କରିଥିଲେ ।

ତା ମଧ୍ୟରେ ନୁସରତ ଗର୍ଭବତୀ ହେବା ଏବଂ ନିଖିଲଙ୍କ ଅନୁସାରେ ସେହି ପିଲା ତାଙ୍କର ନୁହେଁ ତେବେ ଏହି ସବୁ ଖବର ମଧ୍ୟରେ ଅନେକ ପ୍ରଶ୍ନ ଆସୁଛି । ତେବେ ଯେଉଁ ସମ୍ପର୍କ ଏତେ ସମୟ ଭଲ ଥିଲା ଏବେ ଦୁହେଁ ପରସ୍ପର ଙ୍କ ସାମ୍ନା କୁ ମଧ୍ୟ ଆସିବାକୁ ପସନ୍ଦ କରୁ ନାହାନ୍ତି । ତେବେ ଦେଖିବାର ଅଛି ଏ ସବୁ ପ୍ରଶ୍ନ ର ଉତ୍ତର ରେ ଏବଂ ତାଙ୍କ ଗର୍ଭବତୀ ଖବର ଏବଂ ଯଦି ସତ ତେବେ ସେହି ସନ୍ତାନ ର ପିତାଙ୍କ ବିଷୟରେ ନୁସରତ କଣ କହୁଛନ୍ତି ।

Leave a Reply

Your email address will not be published. Required fields are marked *