ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ତେବେ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅନୁଭବ ମହାନ୍ତି । ବନ୍ଧୁଗଣ ଅନୁଭବ ମହାନ୍ତି ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତା ।

ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅନୁଭବ । ତେବେ ଅନୁଭବ ଜଣେ ଅଭିନେତା ହେବା ସହ ଜଣେ ନେତା ମଧ୍ୟ ଅଟନ୍ତି । ସେ ବିଜେଡି ଦଳରେ ସାଂସଦ ଅଛନ୍ତି ।
ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଅନୁଭବଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଅନୁଭବଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓଟି ହେଉଛି ପାର୍ଲାମେଣ୍ଟର ।
ଏହି ଭିଡିଓରେ ଅପରାଜିତା ଷଡଙ୍ଗୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଉଛନ୍ତି ବିଜେଡି ନେତା ପିନାକୀ ମିଶ୍ର । ପିନାକୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ କଥା କହୁଥିବାର ନଜର ଆସୁଛନ୍ତି । ତେବେ ସେହି ସମୟରେ ସାଂସଦ ଅନୁଭବ ମହାନ୍ତି ଟେବୁଲକୁ ବାଡେଇ ୟେସ ୟେସ କହୁଥିବାର ନଜର ଆସୁଛନ୍ତି । ପିନାକୀ ମିଶ୍ର ନିଜ ବୟାନରେ କହୁଛନ୍ତି, ଓଡିଶା ସରକାର ନବୀନ ପଟ୍ଟନାୟକଙ୍କ ଦ୍ଵାରା ଓଡିଶାରେ ସମସ୍ତ କାମ ଷ୍ଟ୍ରିକ୍ଟଲି ହୋଇଥାଏ ।

ଆଜି ପର୍ଯ୍ୟନ୍ତ ଓଡିଶାରେ ସରକାରୀ ନିୟମର କୌଣସି ଉଲଂଘନ ହୋଇ ନାହିଁ । ସେଥିପାଇଁ ବିଗତ 22 ବର୍ଷ ହେବ ଓଡିଶାର ଲୋକମାନେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ଗଦିରେ ବସାଉ ଛନ୍ତି । ଏହି କଥାରେ ଅନୁଭବ ମହାନ୍ତି ଟେବୁଲ ବାଡେଇ ୟେସ ୟେସ କହୁଥିବାର ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

