ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ କୋରନା ମହାମାରୀ ର ସବୁ ନକରାତ୍ମକ ଖବର ମଧ୍ୟ ରୁ ଆଜି ଏକ ଭଲ ଖବର ଶୁଣିବାକୁ ମିଳିଛି । ଖବର ଟି ହେଉଛି ପ୍ରଥମ ଥର ପାଇଁ କୋରନା ର ଏକ ଔଷଧ କୁ ଭାରତ ସରକାର ମଞ୍ଜୁରୀ ଦେଇଛନ୍ତି । ବଡ଼ କଥା ହେଉଛି ଏହି ଔଷଧ କୁ ପ୍ରସ୍ତୁତ କରିଛନ୍ତି ଭାରତର ଡି ଆର ଡି ଓ । ଡି ଆର ଡି ଓ ଦ୍ଵାରା ପ୍ରସ୍ତୁତ ଏହି ଔଷଧ କୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାର ମଞ୍ଜୁରୀ ଦେଇଛନ୍ତି ।
ହାଇଦ୍ରାବାଦ ର ଡାକ୍ତର ଙ୍କ ସହିତ ଅନୁବନ୍ଧନ କରି ଡି ଆର ଡି ଓ ଏହି ଔଷଧ କୁ ପ୍ରସ୍ତୁତ କରିଛି । ଏହି ଔଷଧ ମାଧ୍ୟମରେ ଗୁରୁତର ଏବଂ ଆକ୍ରାନ୍ତ ରୋଗୀ ଙ୍କ ଉପରେ ବ୍ୟବହାର କରାଯାଇ ପାରିବ । ଏହା ଏକ ପାଉଡର ରୂପରେ ପ୍ୟାକେଟ ଭିତରେ ମିଳିବ ଏବଂ ଏହାକୁ ପାଣି ଭିତରେ ମିଶାଇ ପିଇବାକୁ ପଡ଼ିବ ।

ଏହି ଔଷଧ ଶରୀର ମଧ୍ୟରେ ଭୁତାଣୁ ର ସଂକ୍ରମଣ କୁ ରୋକିବ । ହସ୍ପିଟାଲରେ ଆଡ଼ମିଟ ହୋଇଥିବା ରୋଗୀ ଙ୍କୁ ଏହି ଔଷଧ ସୁସ୍ଥ କରୁଥିବାର କ୍ଲିନିକାଲ ଟ୍ରାଏଲ ରେ ଦେଖା ଯାଇଛି ଏବଂ ଅକ୍ସିଜେନ ଉପରେ ନିର୍ଭରତା ମଧ୍ୟ ଏହି ଔଷଧ ଦ୍ଵାରା କମ କରାଯାଇ ପାରୁଛି ।

ସବୁଠାରୁ ବଡ଼ କଥା ହେଉଛି ଏହି ଔଷଧ ସହଜ ରେ ପ୍ରସ୍ତୁତ କରାଯାଇ ପାରିବ ଏବଂ ସମସ୍ତ ଦେଶରେ ଯୋଗା ହେଇ ପାରିବ । ୧୭ ଟି ହସ୍ପିଟାଲରେ ୧୧୦ ରୋଗୀ ଙ୍କ ଦେହରେ ଏହା ପରୀକ୍ଷା କରାଯାଇଥିଲା ଏବଂ ଅଢେ଼ଇ ଦିନରେ ସେମାନେ ସୁସ୍ଥ ହେବାର ରିପୋର୍ଟ ଆସିଛି । ହାଇଦ୍ରାବାଦ ର ଡାକ୍ତର ରେଡ୍ଡୀ କମ୍ପାନୀ ର ଲାବରୋଟୋରି ରେ ଏହି ଔଷଧ ର ପ୍ରସ୍ତୁତି ଚାଲିଛି ।

ଏହି ଔଷଧ କୁ ପାଣି ରେ ମିଶାଇ ଖାଇବାର ଅଛି ଏବଂ ଏହାକୁ ଖାଇବା ଦ୍ଵାରା ଏହା ସଂକ୍ରମଣ କୋଷ କୁ ରୋକିବାରେ ସାହାୟକ ହୋଇଛି । ଡି ଆର ଡି ଓ ରବୈଜ୍ଞାନିକ ମାନେ ଗତ ବର୍ଷ ଏପ୍ରିଲ ମାସରେ ଏହି ଔଷଧ ର ପରୀକ୍ଷଣ କରିଥିଲେ । ପରୀକ୍ଷଣ ପରେ ଜଣା ପଡିଥିଲା ଯେ ଏହା କୋରନା ଭୂତାଣୁ କୁ ରୋକିବାରେ ସହାୟକ ହେଉଛି ।

ଏହାର ଆଧାର ରେ ଗତ ବର୍ଷ ମେ ମାସରେ ଏହାର ଦ୍ଵିତୀୟ ଫେଜ କୁ ଟ୍ରାଏଲ କରିବାର ଅନୁମତି ଦିଆ ଯାଇଥିଲା । ଡିସେମ୍ବର ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଏହାର ତୃତୀୟ ଫେଜ ର ପରୀକ୍ଷଣ କରାଯାଇଥିଲା ।ଏହାର ଦ୍ଵିତୀୟ ପର୍ଯ୍ୟାୟ କୁ ୧୧ ଟି ହସ୍ପିଟାଲରେ ୧୧୦ ଜଣ ରୋଗୀ ଙ୍କ ଉପରେ ପରୀକ୍ଷଣ କରାଯାଇଥିଲା । ଯେଉଁ ରୋଗୀ ଙ୍କ ଉପରେ ପରୀକ୍ଷଣ ହୋଇଥିଲା ସେମାନେ ଶୀଘ୍ର ସୁସ୍ଥ ହୋଇଥିଲେ ।

ଏହାର ତୃତୀୟ ପର୍ଯ୍ୟାୟ କୁ ଦେଶର ୨୭ ଟି ହସ୍ପିଟାଲରେ ୨୨୦ ଜଣ ରୋଗୀ ଙ୍କ ଉପରେ ପରୀକ୍ଷଣ କରାଯାଇଥିଲା । ଯେଉଁ ରୋଗୀ ଙ୍କ ଉପରେ ଏହି ଔଷଧ ର ପରୀକ୍ଷା କରାଯାଇଥିଲା ସେମାନେ ଶୀଘ୍ର ସୁସ୍ଥ ହୋଇଥିଲେ ଏବଂ ରୋଗୀ ଙ୍କ ଅକ୍ସିଜେନ ନିର୍ଭରଶୀଳତା ର ମାତ୍ରା ମଧ୍ୟ କମିଥିବାର ଦେଖିବାକୁ ମିଳିଥିଲା ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

