ଆଉ ୭ ଦିନ ବଢିଲା ଲକଡାଉନ୍, ବଡ ଘୋଷଣା କଲେ ସରକାର

ବନ୍ଧୁଗଣ ଦିନକୁ ଦିନ କରୋନା ମହାମାରୀର ସ୍ଥିତି ଭୟଙ୍କର ହୋଇ ଚାଲିଛି । ଦେଶରେ କରୋନା ସଂକ୍ରମଣ ଏତେ ଅଧିକ ବଢି ଯାଇଛି ଯେ,

ହସ୍ପିଟାଲରେ ବେଡ ଓ ଆକ୍ସିଜେନ ସିଲିଣ୍ଡରର ଅଭାବ ଏକ ବଡ ସମସ୍ୟା ପାଲଟିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଥିବା ବେଳେ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ଭାଇରସ ଏହି ବର୍ଷ ବହୁତ ଅଧିକ ପ୍ରଭାବିତ କରିଛି ।

ଗତବର୍ଷ କରୋନା ମହାମାରୀ ପାଇଁ ଭାରତ ସରକାର ସଂପୂର୍ଣ୍ଣ ଦେଶରେ ୭ ମାସ ପର୍ଯ୍ୟନ୍ତ ଲକଡାଉନ କରିଦେଇଥିଲେ । ଏହି ବର୍ଷ ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ହାର ଅଧିକ ହେବାରୁ କିଛି ରାଜ୍ୟ ସରକାର ମାନେ ରାଜ୍ୟରେ ଲକଡାଉନ ଘୋଷଣା କରିଦେଇଛନ୍ତି ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଭାରତର ରାଜଧାନୀ ଦିଲ୍ଲୀରେ ଆଉ ସାତ ଦିନ ଅଧିକ ଲକଡାଉନ ବଢିଛି । କରୋନା ସଂକ୍ରମଣକୁ ଆଖି ଆଗରେ ରାଖୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନ ଅବଦ୍ଧି ବୃଦ୍ଧି ନେଇ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ଇଣ୍ଟର୍ବ୍ୟରେ କହିଛନ୍ତି ଯେ, ମେ ୧୦ରେ ଦିଲ୍ଲୀରେ ଲକଡାଉନ୍ ଶେଷହୋଇଥାନ୍ତା । କିନ୍ତୁ ଏହାକୁ ମେ ୧୭ ସକାଳ ଯାଏଁ ବୃଦ୍ଧି କରାଯାଇଛି । ଚଳିତ ଥର ଲକଡାଉନ ଅଧିକ କଡାକଡି ହେବ । ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନେବାକୁ ହେବ । ଦିଲ୍ଲୀରେ ସୋମବାରଠୁ ମେଟ୍ରୋ ସେବା ବନ୍ଦ ରହିଛି ।

ଏହା ପୂର୍ବରୁ ଲାଗିଥିବା ଲକ୍‌ଡାଉନ୍ ଅବଧି ୩ ମେ’ ସକାଳ ୫ ପର୍ଯ୍ୟନ୍ତ ଥିଲା ହେଲେ ପରେ ଏହାକୁ ମେ ୧୦ ଯାଏଁ କରାଯାଇଥିଲା । ଯାହାକି ଏବେ ୧୭ ମେ’ ସକାଳ ୫ ଯାଏ ଘୁଞ୍ଚାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏନେଇ ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଘୋଷଣା କରିଛନ୍ତି । ଏହି ଲକଡାଉନରେ ପୂର୍ବପରି ସମସ୍ତ କଟକଣା କଡାକଡି ରହିବ । ଏହା ପୂର୍ବରୁ ସରକାର ବ୍ୟବସାୟୀ ସଂଗଠନଙ୍କୁ ମେ ୩ ପରେ ଦୋକାନ ଖୋଳିବେ ନାହିଁ ବୋଲି ଘୋଷଣା କରିଥିଲେ । ସେମାନଙ୍କୁ ପକ୍ଷରୁ ସ୍ଵଇଛାରେ ଲକଡାଉନ ଲଗାଇ ଦିଆଯିବ ବୋଲି ସରକାର କହିଛନ୍ତି ।

ଦିଲ୍ଲୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ୧୫୦ରୁ ଅଧିକ ବ୍ୟବସାୟ ସଂଗଠନ ନେତା ଏନେଇ ନିଷ୍ପତ୍ତି ନେଇଥିଲେ ।  ରାଜ୍ୟ ସରକାର ଆଉ ଗୋଟିଏ ସପ୍ତାହ ଲକ୍‌ଡାଉନ୍‌ ଘୁଞ୍ଚାଇଥିବା ବେଳେ ଏହାକୁ ଆଗକୁ ବଢ଼ାଯିବ କି ନାହିଁ ସେନେଇ ଜଣାପଡ଼ିପାହିଁ । କିନ୍ତୁ ବନ୍ଧୁଗଣ ଦିଲ୍ଲୀରେ ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି ଯେଉଁଥି ପାଇଁ ସରକାର ଲକଡାଉନ ଅବଧିକୁ ବଢାଇବା ପାଇଁ ବାଧ୍ୟ ହୋଇଛନ୍ତି ।

ଦିଲ୍ଲୀ ପରି ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଲକଡାଉନ କରାଯାଇଛି । ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଭାଇରସ ଠାରୁ ବଞ୍ଚିବା ପାଇଁ ଘରେ ରୁହନ୍ତି ଓ ନିୟମିତ ସରକାରଙ୍କ ଗାଇଡଲାଇନର ପାଳନ କରନ୍ତୁ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *