ବନ୍ଧୁଗଣ ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

1. ପପୁ ନିଜ ବିଲେଇ ଉପରେ ରାଗି ତାକୁ ରାସ୍ତାରେ ଛାଡି ଆସିଲା ହେଲେ
ଯେତେବେଳେ ପପୁ ନିଜ ଘରେ ପହଞ୍ଚିଲା ସେତେବେଳେ ବିଲେଇ ଘରକୁ ଆସିଯାଇଥିଲା
ପପୁ ପୁଣି ଥରେ ବିଲେଇକୁ ନେଇ ଏକ ଦୂର ସ୍ଥାନରେ ଛାଡି ଆସିଲା ହେଲେ ପୁଣି ବିଲେଇ ଘରକୁ ଆସିଗଲା
ଶେଷରେ ତୃତୀୟ ଥର ପପୁ ବିଲେଇକୁ ନେଇ ଏକ ଜଙ୍ଗଲରେ ଛାଡି ନିଜ ମା’କୁ ଫୋନ କରିଲା…
ପପୁ- ବିଲେଇ ଘରେ ପହଞ୍ଚିଲା କି ?
ମା- ହଁ ସେ ଆସିଯାଇଛି ତୁ ଶୀଘ୍ର ଆସେ
ପପୁ- ତାକୁ ଶୀଘ୍ର ମୋ ପାଖକୁ ପଠା ମୁ ରାସ୍ତା ଭୁଲିଯାଇଛି

2. କୋଇଲି କାଉକୁ ପଚାରିଲା…
କୋଇଲି- ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କାହିଁକି କରିନ ?
କାଉ- ବିବାହ ନକରି ଏତେ ଟେନସନରେ ରହୁଛି ବିବାହ କରିଲେ କେତେ ଟେନସନ ନନେବି !
ମୁ ଭାବୁଛି ଗୋଟେ କୋଇଲି ସହ ସେଟିଙ୍ଗ ହେଇଯିବି
କୋଇଲି- ତା ହେଲେ କାହା ସହ ହବୁ କିଛି ଭାବିଛୁ ?
କାଉ- ସେଇଟା ତମେ ଘରୁ ବାହାରି ଗଲା ପରେ ଜଣା ପଡିବ ।
କୋଇଲି- କେମିତି ?
କାଉ- ପ୍ରଥମ ନମ୍ବରରେ ତମ ସ୍ତ୍ରୀ ଅଛି
3. ସ୍ତ୍ରୀ ସ୍ଵାମୀକୁ କହିଲା…
ସ୍ତ୍ରୀ- ବାହାଘର ପୂର୍ବରୁ ମୋ ଫିଗର ପୁରା କୋକୋକୋଲା ବୋତଲ ପରି ଥିଲା
ସ୍ଵାମୀ- ଆରେ ସେଇଟା ତ ଏବେ ବି ଅଛି,
ପୂର୍ବରୁ ତମ ଫିଗର ୩୦୦ ml ର ଥିଲା ଆଉ ଏବେ ଦେଢ ଲିଟରର ହୋଇଯାଇଛି ।

4. ସ୍ତ୍ରୀ ଉପରେ ରାଗି ଯାଇ ସ୍ଵାମୀ ଛାତ ଉପରୁ ଡେଇଁବାକୁ ଯାଉଥିଲା…
ସେହି ସମୟରେ ସ୍ତ୍ରୀ ଘର ଭିତରୁ ଆବାଜ ଦେଲା…
ସ୍ତ୍ରୀ- ଆରେ ଶୁଣୁଛ ମୋ ସାଙ୍ଗ ମାନେ ଆସିଛନ୍ତି । ଶୀଘ୍ର ଆସ ଦେଖା କରିବ ।
ସ୍ଵାମୀ- ହଁ ହଁ, ମୁ ସଙ୍ଗେ ସଙ୍ଗେ ଆସିଲି ।
5. ସ୍ତ୍ରୀ- ଆରେ ଶୁଣୁଛ ମୋତେ ଗୋଟେ ନୂଆ ଶାଢୀ ଦରକାର ।
ସ୍ଵାମୀ- ହେଲେ ତୁମର ଆଲମାରିରେ ତ ଶାଢୀ ଭରି ହୋଇ ରହିଛି ।
ସ୍ତ୍ରୀ- ଆରେ ସେ ସବୁ ଶାଢୀତ ଆମ ଗଳିର ସମସ୍ତ ମହିଳା ମାନେ ଦେଖିସାରିଛନ୍ତି ।
ସ୍ଵାମୀ- ତା ହେଲେ ଶାଢୀ କିଣିବା କଣ ଦରକାର ଚାଲ ଗଳି ବଦଳାଇ ଦେବା ।

6. ଭିଣେଇ ଶାଳି ସହ ରୋମାଣ୍ଟିକ ହୋଇ କହିଲା- ଯଦି ମୁ ତମକୁ କେବଳ କିସ କରି ଛାଡିଦେବି ତା ହେଲେ ତମେ କଣ ଭବିବ ?
ଶାଳି- ମୁ ଭାବିବି ମୋ ପାଗଳ ଭିଣେଇ ବ୍ୟାଙ୍କକକ ଗଲେ ହେଲେ କେବଳ ଏୟାରପୋର୍ଟରୁ ଫେରି ଆସିଲେ ।
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

