ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଯୋଡ଼ି ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।
ଏହି ଯୋଡ଼ି ଅନେକ ଫିଲ୍ମ ରେ ଏକାଠି କାମ କରିଛନ୍ତି ଏବଂ ଏମାନଙ୍କ ଯୋଡ଼ି କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି ମଧ୍ୟ । ଶେଷରେ ଏହି ଯୋଡ଼ି ବାସ୍ତବ ଜୀବନ ରେ ବିବାହ କରିଥିଲେ । ବର୍ତ୍ତମାନ ଅଭିନେତା ସବ୍ୟସାଚୀ କୋରନା ମହାମାରୀ ର ଏହି ଗମ୍ଭୀର ପରିସ୍ଥିତି ରେ ଅନେକ ଲୋକ ଙ୍କୁ ସହାୟତା କରୁଛନ୍ତି ଏବଂ ଆଵଶ୍ୟକୀୟ ଜିନିଷ ଯୋଗାଉଛନ୍ତି ।

ଯାହା ଦ୍ୱାରା ଦର୍ଶକ ମାନେ ତାଙ୍କୁ ଖୁବ ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ବର୍ତ୍ତମାନ ଅର୍ଚ୍ଚିତା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହା ଚର୍ଚ୍ଚା ର ବିଷୟ ସାଜିଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଗତ କାଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସବ୍ୟସାଚୀ ଫୋନ ରେ କଥା ହେଉଥିବାର ଦେଖିବାକୁ ମିଳିଥିଲା ଏବଂ ଅର୍ଚ୍ଚିତା ସବ୍ୟ ଙ୍କୁ ଦେଖି ଗୀତ ଗାଉ ଥିବାର ନଜର ରେ ଆସିଥିଲେ ।
View this post on Instagram
ଏହି ଭିଡିଓ ଟି ପୋଷ୍ଟ କରି ଅର୍ଚ୍ଚିତା କ୍ୟାପ୍ସନ୍ ରେ ଲେଖିଥିଲେ ଯେ, ସବ୍ୟସାଚୀ ୨୪ ଘଣ୍ଟା ଲୋକ ମାନଙ୍କ ସାହାଯ୍ୟ କରିବା ନିମନ୍ତେ ତତ୍ପର ଥାଆନ୍ତି ଏବଂ ଯେ କୌଣସି ପରିସ୍ଥିତିରେ ମଧ୍ୟ ଲୋକ ମାନଙ୍କ ସହାୟତା କରିଥାନ୍ତି । ଏହି କାରଣରୁ ଅର୍ଚ୍ଚିତା ସବ୍ୟ ଙ୍କୁ ଅଧିକ ରୁ ଅଧିକ ଭଲ ପାଆନ୍ତି । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

