ବନ୍ଧୁଗଣ ଆଉ କିଛି ଦିନ ପରେ ଅଗଷ୍ଟ ୧୫ ତଥା ସ୍ଵାଧୀନତା ଦିବସ ଆସିବାକୁ ଯାଉଛି । ସାରା ଦେଶ ଏହି ଦିନରେ ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଦିନରେ ଇଂରେଜ ମାନଙ୍କ କବଳରୁ ମୁକ୍ତି ପାଇ ଭାରତ ସ୍ଵାଧୀନତା ପାଇଥିଲା ।
ସ୍ଵାଧୀନତା ଦିବସରେ ଆକାଶରେ ଉଡିଥିଲା ତ୍ରିରଙ୍ଗା ପତାକା । ତ୍ରିରଙ୍ଗା ଆମ ପ୍ରତ୍ୟକ ଭାରତୀୟ ମାନଙ୍କ ପାଇଁ ଗୌରବ ଓ ଗର୍ବର ପତାକା ହୋଇଥାଏ । ସେଥିପାଇଁ ସବୁ ବର୍ଷ ସ୍ଵାଧୀନତା ଦିବସରେ ପ୍ରତି ଭାରତୀୟ ତ୍ରିରଙ୍ଗା ଉଡାଇ ଥାନ୍ତି । ହେଲେ ବନ୍ଧୁଗଣ ଏହି ତ୍ରିରଙ୍ଗା ପତାକାର ରହସ୍ୟ ବିଷୟରେ କଣ ଆପଣ ମାନେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସ୍ଵାଧୀନତା ପୂର୍ବରୁ ଆମ ତ୍ରିରଙ୍ଗା ପତାକା ବନା ହୋଇଯାଇଥିଲା । ଭାରତ ଇଂରେଜ ମାନଙ୍କ କବଳରୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନ ହୋଇଥିଲା । ହେଲେ ଏହାର ଠିକ ଗୋଟେ ମାସ ପୂର୍ବରୁ ତଥା ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଆମ ତ୍ରିରଙ୍ଗା ପତାକା ବନା ହୋଇଯାଇଥିଲା ଓ ଏହି ତ୍ରିରଙ୍ଗା ପତାକାକୁ ସମ୍ବିଧାନ ସଭା ବୈଠକରେ ଗ୍ରହଣ କରଯାଇଥିଲା ।

ସେବେଠାରୁ ଅଗଷ୍ଟ ୧୫ ଓ ଜାନୁୟାରୀ ୨୬ ତାରିଖରେ ଭାରତରେ ତ୍ରିରଙ୍ଗା ପତାକା ଉଡି ଆସୁଛି । ବନ୍ଧୁଗଣ ଏହି ଜାତୀୟ ପତାକାକୁ ନିର୍ମାଣ କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ପିଙ୍ଗାଲି ଭେଙ୍କାଆହ । ତାଙ୍କ ଘରେ ହେଉଛି ଆନ୍ଧ୍ର ପ୍ରଦେଶରେ ଓ ସେ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ଆମ ଭାରତର ଜାତୀୟ ପତାକାକୁ ନିର୍ମାଣ କରିଥିଲେ ହେଲେ ଏଥିପାଇଁ ତାଙ୍କୁ ବହୁତ ବର୍ଷ ପରିଶ୍ରମ କରିବାକୁ ପଡିଥିଲା ।

୧୯୨୧ ମସିହାରେ ପ୍ରଥମ କରି କିଛି ଏହି ପରି ଭାବରେ ଜାତୀୟ ପତାକାକୁ ତିଆରି କରା ଯାଇଥିଲା । ହେଲେ ପରେ ଏଥିରେ କିଛି ସାମାନ୍ଯ ପରିବର୍ତ୍ତନ କରାଯିବା ସହ ଧଳା ରଙ୍ଗ ଯୋଡା ଯାଇଥିଲା । ୧୯୩୧ ମସିହାରେ ପ୍ରଥମ ଥର ପାଇଁ ଆମ ତ୍ରିରଙ୍ଗା ପତାକାକୁ ଆମ ଜାତୀୟ ପତାକା ରୂପେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ରଖା ଯାଇଥିଲା ।
ସେତେବେଳେର ଜାତୀୟ ପତାକା ବର୍ତ୍ତମାନର ଜାତୀୟ ପତାକା ଠାରୁ କିଛି ମାତ୍ରାରେ ଅଲଗା ଥିଲା । ମଝିରେ ଅଶୋକ ଚକ୍ର ନଥାଇ ଅରଟ ଚକ ରଖାଯାଇଥିଲା । ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ବର୍ତ୍ତମାନର ତ୍ରିରଙ୍ଗା ପତାକାକୁ ଗ୍ରହଣ କରଯାଇଥିଲା । ବନ୍ଧୁଗଣ ତ୍ରିରଙ୍ଗାର ତିନୋଟି ରଙ୍ଗ ଭିତରୁ ନାରଙ୍ଗି ରଙ୍ଗ ବଳିଦାନର ପ୍ରତୀକ ଅଟେ ।

ଯାହାକୁ ସାହାସ ଓ ନିସ୍ଵାର୍ଥ ଭାବନାକୁ ଦେଖାଇ ଥାଏ । ସେହିପରି ଧଳା ରଙ୍ଗ ଶାନ୍ତି, ଶୁଦ୍ଧତା ଓ ସଚ୍ଚୋଟତାକୁ ପ୍ରଦର୍ଶିତ କରିଥାଏ । ଭାରତୀୟ ଶାସ୍ତ୍ର ମୁତାବକ ଧଳା ରଙ୍ଗ ସ୍ଵଚ୍ଛତା ଓ ଜ୍ଞାନକୁ ବୁଝାଇ ଥାଏ । ଶେଷରେ ତ୍ରିରଙ୍ଗାରେ ଥିବା ସବୁଜ ରଙ୍ଗ ବିଶ୍ଵାସ, ଉର୍ବରତା ଓ ସମୃଦ୍ଧିର ପରିଚୟ ଦେଇଥାଏ । ଏହା ସହ ତ୍ରିରଙ୍ଗାରେ ଥିବା ଅଶୋକ ଚକ୍ରକୁ ଧର୍ମ ଚକ୍ର ରୂପେ ଗ୍ରହଣ କରାଯାଇଛି । ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥିଲେ ତ୍ରିରଙ୍ଗା ର ସମ୍ମାନ ପାଇଁ ଏହି ପୋସ୍ଟ କୁ ଗୋଟିଏ ଲାଇକ ନିଶ୍ଚୟ କରିବେ ।

