ତ୍ରିରଙ୍ଗା ପଛର କିଛି ଅଜଣା କାହାଣୀ ଯାହା ଆପଣ କେବେ ବି ଶୁଣି ନଥିବେ, ପ୍ରଥମରୁ ତ୍ରିରଙ୍ଗା ରେ କାହିଁକି ନଥିଲା ଧଳା ରଙ୍ଗ, ଦେଖନ୍ତୁ ଏହି Special Report

ବନ୍ଧୁଗଣ  ଆଉ କିଛି ଦିନ ପରେ ଅଗଷ୍ଟ ୧୫ ତଥା ସ୍ଵାଧୀନତା ଦିବସ ଆସିବାକୁ ଯାଉଛି । ସାରା ଦେଶ ଏହି ଦିନରେ ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଦିନରେ ଇଂରେଜ ମାନଙ୍କ କବଳରୁ ମୁକ୍ତି ପାଇ ଭାରତ ସ୍ଵାଧୀନତା ପାଇଥିଲା ।

ସ୍ଵାଧୀନତା ଦିବସରେ ଆକାଶରେ ଉଡିଥିଲା ତ୍ରିରଙ୍ଗା ପତାକା । ତ୍ରିରଙ୍ଗା ଆମ ପ୍ରତ୍ୟକ ଭାରତୀୟ ମାନଙ୍କ ପାଇଁ ଗୌରବ ଓ ଗର୍ବର ପତାକା ହୋଇଥାଏ । ସେଥିପାଇଁ ସବୁ ବର୍ଷ ସ୍ଵାଧୀନତା ଦିବସରେ ପ୍ରତି ଭାରତୀୟ ତ୍ରିରଙ୍ଗା ଉଡାଇ ଥାନ୍ତି । ହେଲେ ବନ୍ଧୁଗଣ ଏହି ତ୍ରିରଙ୍ଗା ପତାକାର ରହସ୍ୟ ବିଷୟରେ କଣ ଆପଣ ମାନେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସ୍ଵାଧୀନତା ପୂର୍ବରୁ ଆମ ତ୍ରିରଙ୍ଗା ପତାକା ବନା ହୋଇଯାଇଥିଲା । ଭାରତ ଇଂରେଜ ମାନଙ୍କ କବଳରୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନ ହୋଇଥିଲା । ହେଲେ ଏହାର ଠିକ ଗୋଟେ ମାସ ପୂର୍ବରୁ ତଥା ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଆମ ତ୍ରିରଙ୍ଗା ପତାକା ବନା ହୋଇଯାଇଥିଲା ଓ ଏହି ତ୍ରିରଙ୍ଗା ପତାକାକୁ ସମ୍ବିଧାନ ସଭା ବୈଠକରେ ଗ୍ରହଣ କରଯାଇଥିଲା ।

ସେବେଠାରୁ ଅଗଷ୍ଟ ୧୫ ଓ ଜାନୁୟାରୀ ୨୬ ତାରିଖରେ ଭାରତରେ ତ୍ରିରଙ୍ଗା ପତାକା ଉଡି ଆସୁଛି । ବନ୍ଧୁଗଣ ଏହି ଜାତୀୟ ପତାକାକୁ ନିର୍ମାଣ କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ପିଙ୍ଗାଲି ଭେଙ୍କାଆହ । ତାଙ୍କ ଘରେ ହେଉଛି ଆନ୍ଧ୍ର ପ୍ରଦେଶରେ ଓ ସେ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ଆମ ଭାରତର ଜାତୀୟ ପତାକାକୁ ନିର୍ମାଣ କରିଥିଲେ ହେଲେ ଏଥିପାଇଁ ତାଙ୍କୁ ବହୁତ ବର୍ଷ ପରିଶ୍ରମ କରିବାକୁ ପଡିଥିଲା ।

୧୯୨୧ ମସିହାରେ ପ୍ରଥମ କରି କିଛି ଏହି ପରି ଭାବରେ ଜାତୀୟ ପତାକାକୁ ତିଆରି କରା ଯାଇଥିଲା । ହେଲେ ପରେ ଏଥିରେ କିଛି ସାମାନ୍ଯ ପରିବର୍ତ୍ତନ କରାଯିବା ସହ ଧଳା ରଙ୍ଗ ଯୋଡା ଯାଇଥିଲା । ୧୯୩୧ ମସିହାରେ ପ୍ରଥମ ଥର ପାଇଁ ଆମ ତ୍ରିରଙ୍ଗା ପତାକାକୁ ଆମ ଜାତୀୟ ପତାକା ରୂପେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ରଖା ଯାଇଥିଲା ।

ସେତେବେଳେର ଜାତୀୟ ପତାକା ବର୍ତ୍ତମାନର ଜାତୀୟ ପତାକା ଠାରୁ କିଛି ମାତ୍ରାରେ ଅଲଗା ଥିଲା । ମଝିରେ ଅଶୋକ ଚକ୍ର ନଥାଇ ଅରଟ ଚକ ରଖାଯାଇଥିଲା । ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ବର୍ତ୍ତମାନର ତ୍ରିରଙ୍ଗା ପତାକାକୁ ଗ୍ରହଣ କରଯାଇଥିଲା । ବନ୍ଧୁଗଣ ତ୍ରିରଙ୍ଗାର ତିନୋଟି ରଙ୍ଗ ଭିତରୁ ନାରଙ୍ଗି ରଙ୍ଗ ବଳିଦାନର ପ୍ରତୀକ ଅଟେ ।

ଯାହାକୁ ସାହାସ ଓ ନିସ୍ଵାର୍ଥ ଭାବନାକୁ ଦେଖାଇ ଥାଏ । ସେହିପରି ଧଳା ରଙ୍ଗ ଶାନ୍ତି, ଶୁଦ୍ଧତା ଓ ସଚ୍ଚୋଟତାକୁ ପ୍ରଦର୍ଶିତ କରିଥାଏ । ଭାରତୀୟ ଶାସ୍ତ୍ର ମୁତାବକ ଧଳା ରଙ୍ଗ ସ୍ଵଚ୍ଛତା ଓ ଜ୍ଞାନକୁ ବୁଝାଇ ଥାଏ । ଶେଷରେ ତ୍ରିରଙ୍ଗାରେ ଥିବା ସବୁଜ ରଙ୍ଗ ବିଶ୍ଵାସ, ଉର୍ବରତା ଓ ସମୃଦ୍ଧିର ପରିଚୟ ଦେଇଥାଏ । ଏହା ସହ ତ୍ରିରଙ୍ଗାରେ ଥିବା ଅଶୋକ ଚକ୍ରକୁ ଧର୍ମ ଚକ୍ର ରୂପେ ଗ୍ରହଣ କରାଯାଇଛି । ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥିଲେ ତ୍ରିରଙ୍ଗା ର ସମ୍ମାନ ପାଇଁ ଏହି ପୋସ୍ଟ କୁ ଗୋଟିଏ ଲାଇକ ନିଶ୍ଚୟ କରିବେ ।

Leave a Reply

Your email address will not be published. Required fields are marked *