Anubhav-Varsha ବିବାଦରେ କୋର୍ଟ ବର୍ଷାଙ୍କ ଆବେଦନକୁ କରିଲେ ଖାରଜ, ଦେଖନ୍ତୁ କଣ ଦେଲେ ଆଦେଶ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଦୁଇଟି କଳାକାର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ଏହି ଦୁଇଜଣଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଅନୁଭବ ଓ ବର୍ଷା ଅନେକ ଫିଲ୍ମରେ ଏକା ସହ କାମ କରିଛନ୍ତି । ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ହେଲେ ଗତ କିଛି ମାସ ହେବ ଏହି ଦୁଇଜଣଙ୍କ ମଧ୍ୟରେ ପାରିବାରିକ ବିବାଦ ଚାଲି ରହୁଛି ।

ବର୍ତ୍ତମାନ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଥିବା ବିବାଦ ବଢିବାରେ ଲାଗିଛି । ଏପରି ପକ୍ଷରେ କଟକ ଫ୍ୟାମିଲି କୋ-ର୍ଟ-ରେ ବର୍ଷା ଦାୟର କରିଥିବା ମାମଲାକୁ ଖାରଜ କରାଯାଇଛି । ଅନୁଭବଙ୍କ ତରଫରୁ ଛାଡପତ୍ର ପାଇଁ ଆବେଦନ କରାଯାଇଥିବା ଏହି ମାମଲା ମିଥ୍ୟା ବୋଲି ବର୍ଷା ଅ-ଭି-ଯୋ-ଗ କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୪ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଅନୁଭବ ତାଙ୍କ ମାମଲାର ପେଟିସନ ଦିଲ୍ଲୀରେ ଦାଖଲ କରିଥିଲେ । ହେଲେ ଏହାର ଟାଇପ ସମୟରେ ତ୍ରୁଟି ଥିଲା ବୋଲି ଅନୁଭବଙ୍କ ପକ୍ଷରୁ ମାମଲା ପରିଚାଳନ କରୁଥିବା ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି । ବନ୍ଧୁଗଣ ଦିନକୁ ଦିନ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ବଢିବାରେ ଲାଗିଛି । ହେଲେ ଆସୁଥିବା ସେପ୍ଟେମ୍ବର ୧୪ ତାରିଖରେ କୋର୍ଟ ନିଜ ନିଷ୍ପତ୍ତିର ଘୋଷଣା କରିବ । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *