ନମସ୍କାର ବନ୍ଧୁଗଣ । ମୃତ୍ୟୁ କେତେବେଳେ କାହା ପାଖକୁ ଆସି ପହଞ୍ଚେ କିଏ ବା କହିପାରିବ । ଏବେ କଣ ମୃତ୍ୟୁ ଆଉ ବଡ ସାନ ଦେଖୁଛି ତା ପାଇଁ ଯିଏ ମିଳିଲା ତାଙ୍କୁ ନେଇକି ଯାଉଛି । ତେବେ ଗତକିଛି ଦିନଧରି ଆମେ ବାହାନଗା ଏବଂ ତା ପରେ ପରେ ରେଳ ଦୁର୍ଘଟଣା ସମ୍ବନ୍ଧୀୟ ଖବର ସମ୍ପର୍କରେ ଶୁଣିଆସୁଛି । ଆଜି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ଅଧ୍ୟକ୍ଷା ସୁନିତା ଶେଠୀଙ୍କର ଅକାଳ ବିଯୋଗ ଘଟିଛି ।

ଅଳ୍ପ ବୟସରେ ଦୁନିଆକୁ ଛାଡି ଚାଲିଯାଇଛନ୍ତି ସୁନିତା ଖବରଟି ଶୁଣିବା ପରେ ଘରଲୋକମାନେ କାନ୍ଦି କାନ୍ଦି ଫାଟି ପଢୁଛନ୍ତି । ତେବେ ଖବର ଅନୁସାରେ ସୁନିତା କିଛି ଦିନ ଧରି ହୃତଘାତ ରୋଗରେ ପୀଡିତ ଥିଲେ ଏବଂ ତାଙ୍କ ଶାରୀରିକ ଅବସ୍ଥାରେ ସୁଧାର ଆଣିବା ପାଇଁ ତାଙ୍କୁ ବିଶାକାପାଟଣା କୁ ସ୍ଥାନାନ୍ତରିତ କରଯାଇଥିଲା ।
ସୁନିତା ସେଠାରେ ଚିକିତ୍ସିତ ହୋଇ ଶାରୀରିକ ଅବସ୍ଥାରେ ଠିକ୍ ହୋଇଯାଇଥିବା ଯୋଗୁଁ ଘରକୁ ଫେରିଥିଲେ । ମାତ୍ର ଦୁଇ ଦିନତଳେ ତାଙ୍କ ଦେହ ଖରାପ ହୋଇଥିଲା ଏବଂ ତାଙ୍କୁ ବ୍ରହ୍ମାପୁର ବଡ ଡାକ୍ତରଖାନା ବର୍ତ୍ତିକରଯାଇଥିଲା । ଡାକ୍ତରଖାନରେ ତାଙ୍କ ଦେହ ସୁସ୍ଥ ଥିବା କାରଣରୁ ତାଙ୍କୁ ଘରକୁ ଅଣାଯାଇଥିଲା । ମାତ୍ର ଘରକୁ ଆସିବା ପରେ ତାଙ୍କ ସ୍ଵସ୍ଥ ଅବସ୍ଥା ଗୁରୁତର ହୋଇପଡିଥିଲା ।

ତେବେ ତୁରନ୍ତ ସୁନିତାଙ୍କୁ ଦିଗପହଣ୍ଡି ସ୍ଵାସ୍ଥ ଡାକ୍ତରଖାନା ନେଇକି ଯାଇଥିଲେ । ମାତ୍ର ମଝି ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା ଏବଂ ସ୍ଵାସ୍ଥ କେନ୍ଦ୍ର ମଧ୍ୟ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ତେବେ ଗୋକାରଣପୁର ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷା ହୋଇଥିଲେ ସୁନିତା ଶେଠୀ ।
ତେବେ ତାଙ୍କ ମୃତ୍ୟୁ ସମାଚାର ପାଇଥିବା ଦିଗପହଣ୍ଡି ଅଞ୍ଚଳ ବାସୀ,ଘରଲୋକ , ନେତା ଓ ସହକରଚାରୀମାନଙ୍କ ମଧ୍ୟରେ ଦୁଃଖର ବାର୍ତ୍ତାବରଣ ଦେଖିବାକୁ ମିଳିଛି । ସୁନିତାଙ୍କ ଘରେ ଲୋକମାନଙ୍କ ସମାହାର ଓ ତାଙ୍କ ଶେଷ ମୁଖଦର୍ଶନ ପାଇଁ ଲୋକମାନଙ୍କ ମନ ବିଚଳିତ ହୋଇ ବାହାରେ ଅପେକ୍ଷା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ସତରେ ହୃଦୟସମ୍ବନ୍ଧୀୟ ରୋଗ ଅଳ୍ପ ବୟସ ଲୋକମାନଙ୍କ ମଧ୍ୟରେ ବି ଘୁରିବୁଲୁଛି । ତେଣୁ ସ୍ଵାସ୍ଥ ପ୍ରତି ଅଧିକ ସଚେତନ ହେବା ଉଚିତ୍ । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

