ବନ୍ଧୁଗଣ ନମସ୍କାର, ମୁଖ୍ୟମନ୍ତ୍ରୀ ଆମ ନମ୍ବର ରଖିଛନ୍ତି, କହିଛନ୍ତି ନ୍ୟାୟ ମିଳିବ । ଆଇନ ମନ୍ତ୍ରୀ କହିଛନ୍ତି ନ୍ୟାୟ ଦେବେ । ପର୍ଯ୍ୟଟନ ମନ୍ତ୍ରୀ କହିଲେ ନବୀନ ଙ୍କ ଉପରେ ଭରସା ରଖନ୍ତୁ ସେ ନିଶ୍ଚିତ ନ୍ୟାୟ ଦେବେ ।
ସମସ୍ତେ ପ୍ରତିଶୃତି ଦେଉଛନ୍ତି କିନ୍ତୁ ନ୍ୟାୟ କେହି ଦେଉ ନାହାନ୍ତି । ମାସେ ହେବ ତ-ଦ-ନ୍ତ ଚାଲିଛି କିନ୍ତୁ କେହି ଗି-ର-ଫ ହେଉ ନାହାନ୍ତି । କାହାକୁ ବଞ୍ଚାଇବା ପାଇଁ ତ-ଦ-ନ୍ତ ବାଟବଣା କରାଯାଉଛି ? ଏପଟେ ପୋ-ଲି-ସ ଆସି ଘରେ ପଚାରୁଛି କାହିଁକି ଆ-ତ୍ମ-ହୁ-ତି ଦେବ ? କିଏ କିଏ ଦେବ ଓ କେଉଁ ଦିନ ଦେବ ? ଘର ଭିତରେ ପୁଅ ର ଫଟୋ ଧରି କାନ୍ଦୁଛି ମାଆ ତ ବାହାରେ ମୁଣ୍ଡ ରେ ହାତ ଦେଇ କାନ୍ଦୁଛି ବାପା ।

ଏହା ହେଉଛି ବର୍ତ୍ତମାନ ମୃ-ତ ଏସସିଏଫ ସୌମ୍ୟ ରଞ୍ଜନ ଙ୍କ ପରିବାର ର ଅବସ୍ଥା । ଆଜିକୁ ଏକ ମାସ ପୁରିଲା । କିନ୍ତୁ ଯେମିତି କୁ ସେମିତି ଅଛି ସୌମ୍ୟ ଙ୍କ ମୃ-ତ୍ୟୁ ତ-ଦ-ନ୍ତ । ଖଇରା ପୋଲିସ ଆଜି ଘରକୁ ଆସି ପରିବାର ଲୋକଙ୍କୁ ପଚାରୁଛି ଆପଣ ମାନେ କେବେ ଆ-ତ୍ମ-ହୁ-ତି ଦେବେ ଓ କିଏ କିଏ ଆ-ତ୍ମ-ହୁ-ତି ଦେବେ ? ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ପରିବାର ସଦସ୍ୟ ।

କାହାକୁ ବଞ୍ଚାଇବା ପାଇଁ ଏଭଳି ଭାବରେ ତଦନ୍ତ କୁ ବାଟବଣା କରାଯାଉଛି ? ଏତେ ଲୋକ ଙ୍କୁ ଭେଟି ଏତେ ଅନୁରୋଧ କରିବା ପରେ ମଧ୍ୟ ଫଳ ଶୂନ୍ୟ ମିଳିଛି । ଯାହାକୁ ନେଇ ଭା-ଙ୍ଗି ପଡିଛନ୍ତି ସୌମ୍ୟ ଙ୍କ ପରିବାର । ଏହା ଭିତରେ ସୌମ୍ୟ ଙ୍କ ଭାଇ ଙ୍କ ତିନୋଟି ପ୍ରଶ୍ନ । ଏସସିବି ଛାଡ଼ିବାକୁ ଅନୁମତି ଦେଲା କିଏ ? ଘର କାହିଁକି ଲକ କରାଗଲା ନାହିଁ ? ମୋବାଇଲ କାହିଁକି ସିଜ ହେଲା ନାହିଁ ?
ଆଜିକୁ ଠିକ ଏକ ମାସ ତଳେ ପାରଳାଖେମୁଣ୍ଡି ର ଏସସିଏସ ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ନି-ଆଁ ରେ ପୋ-ଡ଼ି ହୋଇ ସ-ନ୍ଦେ-ହ ଜନକ ଭାବରେ ମୃ-ତ୍ୟୁ ହୋଇଥିଲା । ପରିବାର ସଦସ୍ୟ ତିନି ଜଣକ ନାଆ ରେ ଅ-ଭି-ଯୋ-ଗ ଦେଇଥିଲେ ମଧ୍ୟ । ଅବସର ପ୍ରାପ୍ତ ଗଜପତି ଏସ୍ପି ତପନ ପଟ୍ଟନାୟକ ବିଦ୍ୟା ଭାରତୀ ପଣ୍ଡା କୁ ଛାଡ଼ି ବାକି ସମସ୍ତଙ୍କୁ କ୍ଲିନ ଚିଟ୍ ଦେଇ ସାରିଛନ୍ତି ।
ତେବେ ଗତ ଏକ ମାସ ଧରି ତ-ଦ-ନ୍ତ ଚାଲିଛି ଏବଂ ଆଗକୁ ଏହି ତ-ଦ-ନ୍ତ ଆହୁରି କେତେ ଦିନ ଧରି ଚାଲିବ ତାହା ଦେଖିବାକୁ ବାକି ରହିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

