ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ । ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।
ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା । ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।

ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ । ଏହି ସବୁ କୁ ଦୃଷ୍ଟି ରେ ରଖି ବିଦ୍ୟା ଙ୍କ ନାଁ ରେ ଅଭିଯୋଗ ଦେଇଛନ୍ତି ସୌମ୍ୟ ଙ୍କ ମାତାପିତା । ଏସସିଏଫ ସୌମ୍ୟ ଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି । ତାଙ୍କ ମୃତ୍ୟୁ କୁ ଏଗାର ଦିନ ବିତି ଯାଇଥିବା ସତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରି ନାହିଁ ।

ଏହି ସମ୍ବନ୍ଧରେ ସୌମ୍ୟ ଙ୍କ ଭାଇ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଯେତେବେଳେ ଅଘଟଣ ଘଟିଲା ଏବଂ ସୌମ୍ୟ ଙ୍କ ଶରୀର ର ଅଂଶ ସମ୍ପୂର୍ଣ୍ଣ ରୂପରେ ଜଳିଗଲା ସେହି ଦିନ ହିଁ ପୋଲିସ ସେହି ରୁମ୍ ର ଚାବି ନିଜ ପାଖରେ ରଖି ରୁମ କୁ ସିଲ କରିବାର ଆବଶ୍ୟକତା ଥିଲା । କିନ୍ତୁ ସେ ସମୟରେ ଚାବି ଫରେଷ୍ଟ ଡିପାର୍ଟମେନ୍ଟ ପାଖରେ ରହିଲା ।
ଦୁଇ ଜଣ ଲୋକ ଥିଲେ ଜଣେ ପୋଡିଦେଲା, ଯିଏ ପୋଡିଦେଲା ସେ ଚାବି ନେଇ ଦେଇଦେଲା ଫରେସ୍ଟ ଡିପାର୍ଟମେନ୍ଟ କୁ । ସୌମ୍ୟଙ୍କ ଭାଇଙ୍କ ଅନୁସାରେ ଏ ଜିନିଷରେ ସମସ୍ତେ ଲିଙ୍କ ଅଛନ୍ତି , ସେ ଝିଅ, ରୋଷେୟା ଆଉ ତାଙ୍କ ଅଫିସ । ଅଫିସ ର ହେଡ ହିସାବରେ ଡ଼ିଏଫଓ ଙ୍କୁ ଧରା ଯାଉଛି ।
କାରଣ ତିନି ଦିନ ପରେ ସେହି ରୁମ କୁ ଖୋଲିବା ପରେ ସେଥିରୁ ସହଜରେ କିଛି ସୁରାକ ମିଳୁନାହିଁ । ଏହା ସହିତ ବିଦ୍ୟା ଭାରତୀ ମଧ୍ୟ କହୁଛନ୍ତି ଯେ, ସେ ସୌମ୍ୟ କିପରି ଜଳିଗଲେ ତାହା ଦେଖି ନାହାନ୍ତି । ସେହି ରୁମ ରେ ପ୍ରବେଶ କରିବା ପରେ ସମସ୍ତେ ଏହା କହିଥିଲେ ଯେ, ଘଟିଥିବା ଦୁର୍ଘଟଣା କେବେବି ଏଭଳି ଅଚାନକ ହୋଇ ପାରିବ ନାହିଁ ।

ଏହି ସମ୍ବନ୍ଧରେ ନିଶ୍ଚିତ ରୂପରେ ପ୍ଲାନ କରାଯାଇଛି । ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ନିଜ ଅନୁସାରେ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ତାଙ୍କ ଉପରେ ଆମର ସମ୍ପୂର୍ଣ୍ଣ ଭରସା ଅଛି । ସେ ଆଶା ରଖିଛନ୍ତି ଯେ, ତାଙ୍କୁ ନିଶ୍ଚିତ ଭାବରେ ନ୍ୟାୟ ମିଳିବ ବୋଲି । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

