ହସ୍ପିଟାଲରେ ଏମିତି ଘଟୁଥିଲା ରାହୁଲଙ୍କ ସହ…ପତ୍ନୀ ଶେୟାର କଲେ Rahul Vohra ଙ୍କ ମୃତ୍ୟୁ ପୂର୍ବର ଭିଡିଓ, ଦେଖିଲେ ଆଖିଲେ ଲୁହ ଆସିଯିବ

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀ ର କୋପ ଦିନକୁ ଦିନ ବହୁତ ଅଧିକ ବଢିବାରେ ଲାଗିଛି ।

ଏହି ଭାଇରସ ହଜାର ହଜାର ଲୋକଙ୍କ ପ୍ରାଣ ନେଇ ସାରିଛି ଓ ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସର କୋପ ବହୁତ ଅଧିକ ଶକ୍ତିଶାଳୀ ହୋଇଛି । ଏହି ବର୍ଷ ଏହି ଭାଇରସରେ ଆକ୍ରାନ୍ତ ହୋଇ କେତେକ ବିଶିଷ୍ଟ ବ୍ୟକ୍ତି ମାନେ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଗତକାଲି ମଧ୍ୟ ଏକ ଦୁଃଖମୟ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ ।

ବନ୍ଧୁଗଣ ଗତକାଲି ଅଭିନେତା ରାହୁଲ ବୋରା କରୋନା ମହାମାରୀରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ରାହୁଲ ନିଜ ମୃ-ତ୍ୟୁ ବିଷୟରେ ପୂର୍ବରୁ ଜାଣି ପାରିଥିଲେ । ଗତକାଲି ସେ ନିଜ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ । ସେହି ପୋଷ୍ଟରେ ସେ ଲେଖିଥିଲେ, ‘ଯଦି ମତେ ଭଲ ଚିକିତ୍ସା ମିଳିଥାନ୍ତା ତା ହେଲେ ହୁଏତ ମୁ ବଞ୍ଚି ଯାଇ ଥାନ୍ତି’ ।

 

View this post on Instagram

 

A post shared by Jyoti Tiwari (@ijyotitiwari)

ବନ୍ଧୁଗଣ ରାହୁଲଙ୍କର ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ରାହୁଲଙ୍କର ଏହି ପୋଷ୍ଟକୁ ଦେଖି ଲୋକ ମାନଙ୍କ ଆଖି ଲୁହରେ ଭରିଯାଇଛି ଓ ଲୋକମାନେ ଏହି ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ବନ୍ଧୁଗଣ ରାହୁଲଙ୍କର ଏହି ପୋଷ୍ଟ ହସ୍ପିଟାଲ ଚିକିତ୍ସା ଉପରେ କେତେକ ବଡ ପ୍ରଶ୍ନ ଛିଡା କରେଇଛି । ଅନ୍ୟ ପକ୍ଷରେ ରାହୁଲଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଭିଡିଓଟି ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ମାନେ ଜାଣିପାରିବେ ଯେ, ରାହୁଲଙ୍କ ସହ ହସ୍ପିଟାଲରେ କଣ ସବୁ ହୋଇଥିଲା ।  35 ବର୍ଷୀୟ ରାହୁଲ ବୋରା ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ବନ୍ଧୁଗଣ ଗତକାଲି ତାଙ୍କର ଦେ-ହା-ନ୍ତ ହୋଇଛି । ଦେ-ହା-ନ୍ତ ପୂର୍ବରୁ ରାହୁଲ ଏକ ପୋଷ୍ଟ ସେୟାର କରିବା ସହ ଏକ ଭିଡିଓ ମଧ୍ୟ କରିଥିଲେ ।

ଏହି ଭିଡିଓରେ ରାହୁଲଙ୍କ ମୁହଁରେ ଥିବା ଆକ୍ସିଜେନ ଥଳି ବିଷୟରେ ରାହୁଲ କହୁଛନ୍ତି । ବନ୍ଧୁଗଣ ଏହି ଅମ୍ଳଜାନ ଥଳିଟି କେବଳ ନାମକୁ ଅମ୍ଳଜାନ ଥଳି କାରଣ ଏଥିରେ ସଂପୂର୍ଣ୍ଣ ମାତ୍ରାରେ ଅମ୍ଳଜାନ ଖାଲି ରହିଛି ।  ରାହୁଲ ବାରମ୍ବାର ଡାକ୍ତରଙ୍କୁ ଡାକୁଥିଲେ ମଧ୍ୟ କୌଣସି ଡାକ୍ତର ଓ ନର୍ସ ତାଙ୍କ ପାଖକୁ ଆସୁ ନଥିଲେ । ରାହୁଲ ଏପରି ବହୁତ ସମୟ ପର୍ଯ୍ୟନ୍ତ ନିଜ ଧର୍ଜ୍ୟ ହାରି ନଥିଲେ ।

ବନ୍ଧୁଗଣ ରାହୁଲଙ୍କ ମତରେ, ସେହି ଅକ୍ସିଜେନ ଥଳିରେ କେବଳ ପାଣି ବାହାରି ଆସୁଥିଲା ଯାହାକୁ ସେ ବାରମ୍ବାର ବାହାର କରି ପାଣି ବାହାର କରୁଥିଲେ । ଭିଡିଓରେ ରାହୁଲଙ୍କ ଅବସ୍ତା ବହୁତ ଜଟିଳ ଦେଖା ଯାଉଛି ଓ ସଂପୂର୍ଣ୍ଣ ଏହା ଜଣା ପଡିଯାଉଛି ଯେ, ରାହୁଲଙ୍କ ଚିକିତ୍ସାରେ ବହୁତ ଅବହେଳା କରାଯାଇଛି ।

ବନ୍ଧୁଗଣ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ଓ ହସ୍ପିଟାଲ ଚିକିତ୍ସାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଯଦି ଏତେ ବଡ ହସ୍ପିଟାଲରେ ଏହିପରି ଚିକିତ୍ସା ହେଉଛି ତା ହେଲେ ସାଧାରଣ ହସ୍ପିଟାଲ ମାନଙ୍କରେ କିପରି ଚିକିତ୍ସା ହେଉଛି ତାହା ବିଷୟରେ ପ୍ରଶ୍ନ ଉଠିଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *