ଫୁସଫୁସ କୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଏହି ଖାଆନ୍ତୁ ଏହି ସବୁ ଜିନିଷ, ଶ୍ଵାସକ୍ରିୟାରେ ହେବ ନାହିଁ କୌଣସି ସମସ୍ଯା- Health Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଫୁସଫୁସ ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ । ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଫୁସଫୁସ ଜନିତ ସମସ୍ୟା ଦେଖିବାକୁ ମିଳୁଛି ।

ଏହାର ଅନେକ କାରଣ ମଧ୍ୟ ରହିଛି । ବର୍ତ୍ତମାନ ସମୟ ରେ ବାୟୁ ଯେପରି ଭାବରେ ଦୂଷିତ ହେଉଛି ତାହା ର ସବୁଠାରୁ ଅଧିକ ପ୍ରଭାବ ଆମ ଫୁସଫୁସ ଓ ହୃଦୟ ଉପରେ ପଡୁଛି । ତେବେ ବନ୍ଧୁଗଣ କେଉଁ ପ୍ରକାର ଖାଦ୍ୟ ଖାଇବା ଦ୍ବାରା ଫୁସଫୁସ ସୁସ୍ଥ ରହିଥାଏ ଓ ଫୁସଫୁସ ଜନିତ କୌଣସି ରୋଗ ହୋଇ ନ ଥାଏ ସେ ବିଷୟ ରେ ଆଜି ଆମେ ଆପଣଂକୁ ଜଣାଇବାକୁ ଯାଉଛୁ ।

ବନ୍ଧୁଗଣ ଫୁସଫୁସ କୁ ସୁସ୍ଥ ରଖିବା ପାଇଁ ବର୍ତ୍ତମାନ ସମୟ ରେ ଅଦା ରେ ତିଆରି ଚାହା ବହୁତ ଆବଶ୍ୟକ ଅଟେ । କିନ୍ତୁ ଯଦି ଆପଣଂକୁ ଗରମ ରେ ଅଦା ଖାଇବା ଦ୍ବାରା କୌଣସି ଅସୁବିଧା ହେଉଥାଏ । ତେବେ ଆପଣ ଅଳ୍ପ ମାତ୍ରା ରେ ଏହାର ସେବନ କରନ୍ତୁ କିନ୍ତୁ ଏହାକୁ ନିଶ୍ଚୟ ପିଅନ୍ତୁ । ଅଦା ରେ ଅନେକ ପ୍ରକାର ଉପକାରୀ ତତ୍ତ୍ୱ ରହିଥାଏ ଯାହା କ୍ଷ-ତି-କା-ରକ ଜିନିଷ କୁ ଫୁସଫୁସ ପର୍ଯ୍ୟନ୍ତ ପହଞ୍ଚିବାକୁ ଦେଇନଥାଏ । ବର୍ତ୍ତମାନ ସମୟ ରେ ଯଦି ଆପଣ ଅଦା ରେ ତିଆରି ଚାହା ପିଇବେ ତେବେ କୌଣସି ପ୍ରକାର କ୍ଷ-ତି-କା-ରକ ତତ୍ତ୍ଵ ଆପଣଙ୍କ ଫୁସଫୁସ ରେ ରହିପାରିବ ନାହିଁ ।

ନିଜର ଫୁସଫୁସ କୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ସାଲାଡ଼ ରେ ଗାଜର ପକାଇକରି ଖାଆନ୍ତୁ କିମ୍ବା ସପ୍ତାହ କୁ ଥରେ ଗାଜର ରେ ତିଆରି ତରକାରୀ ନିଶ୍ଚୟ ସେବନ କରନ୍ତୁ । ଗାଜର ରେ ଅନେକ ପ୍ରକାର ଉପକାରୀ ତତ୍ତ୍ୱ ସହିତ ଭିଟାମିନ ଏ ଓ ସି ରହିଥାଏ । ଏହା ଫୁସଫୁସ ପାଇଁ ବହୁତ ଭଲ ହୋଇଥାଏ । ଗାଜର ଖାଇବା ଦ୍ଵାରା ଶ୍ଵାସ ସମ୍ଭନ୍ଧୀୟ ସମସ୍ୟା ରୁ ମୁକ୍ତି ମିଳିଥାଏ । ତାଜା ଗାଜର ଖାଇବା ଦ୍ବାରା ଅଧିକ ଲାଭ ମିଳିଥାଏ ।

ଫୁସଫୁସ କୁ ସଫା ରଖିବା ପାଇଁ ଅଧିକ ମାତ୍ରାରେ ଡାଳିମ୍ବ ଖାଇବା ଉଚିତ । ଯେଉଁମାନେ ଫୁସଫୁସ ଜନିତ ରୋଗ ରେ ପୀଡିତ ଅଛନ୍ତି ସେମାନଙ୍କୁ ମଧ୍ୟ ଡାକ୍ତର ଡାଲିମ୍ବ ଖାଇବା ପାଇଁ କହିଥାଏ । ଡାଳିମ୍ବ ଖାଇବା ଦ୍ଵାରା ଫୁସଫୁସ ରେ ଥିବା ସମସ୍ତ ପ୍ରକାର ଜୀବାଣୁ ବାହାରକୁ ଆସିଯାଏ । ପ୍ରତିଦିନ ଡାଳିମ୍ବ ର ଦୁଇଟି ମଞ୍ଜି କିମ୍ବା ଏହାର ଜୁସ କରି ଗୋଟିଏ ଗ୍ଲାସ ପିଇବା ଉଚିତ । ଏପରି କରିବା ଦ୍ୱାରା ଆପଣଙ୍କ ର ଫୁସଫୁସ ସମ୍ପୂର୍ଣ୍ଣ ସୁସ୍ଥ ରହିବ ଓ ଶ୍ଵାସ ଜନିତ ସମସ୍ତ ରୋଗ ଦୁରେଇ ଯିବ ।

ବନ୍ଧୁଗଣ ଯଦି ଆପଣଙ୍କ ର ଫୁସଫୁସ ଜନିତ କୌଣସି ସମସ୍ୟା ଦେଖାଯାଏ ତେବେ ଆପଣ ପ୍ରତିଦିନ ନିଜ ଖାଦ୍ୟ ରେ ରସୁଣ ଖାଆନ୍ତୁ । ଏହାକୁ ଖାଇବା ଦ୍ବାରା ଫୁସଫୁସ ମଜବୁତ ହେବା ସହିତ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ର ମଧ୍ୟ ବୃଦ୍ଧି ହୋଇଥାଏ । ରସୁଣ ରେ ଏପରି କିଛି ତତ୍ୱ ରହିଥାଏ ଯାହା ଫୁସଫୁସ ର ସଫା କରିବା ରେ ସାହାଯ୍ୟ କରିଥାଏ । ଆପଣ ଚାହିଁଲେ ରସୁଣ କୁ ତାୱାରେ ଭାଜି କରି ମଧ୍ୟ ଖାଇପାରିବେ । ଏହାକୁ ଖାଇବା ଦ୍ବାରା କୌଣସି କ୍ଷତି ହୋଇନଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *