ବନ୍ଧୁଗଣ ବର୍ତ୍ତମାନ ଦେଶରେ କାରୋନା ମହାମାରୀର ସ୍ଥିତି ବହୁତ ଜଟିଳ ହୋଇଛି । ଦେଶରେ ଥିବା କେତେକ ରାଜ୍ୟରେ ଏହାର ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି ।
ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମଣରେ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଗତ ବର୍ଷ ଅପେକ୍ଷା ଏହି ବର୍ଷ ସଂକ୍ରମଣ ହାର ବହୁତ ଅଧିକ ବଢି ଯାଇଛି । ସଂକ୍ରମଣ ହାରକୁ କମାଇବା ପାଇଁ ଦେଶର କେତେକ ରାଜ୍ୟରେ ଥିବା ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି ।

ଓଡିଶାରେ ମଧ୍ୟ ଲକଡାଉନ ଅବଧି ବଢାଇ ଦିଆଯାଇଛି । ଡାକ୍ତର ଜୟନ୍ତ କୁମାର ପଣ୍ଡା କରୋନା ମହାମାରୀକୁ ନେଇ କିଛି ବିଶେଷ କଥା କହିଛନ୍ତି । ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କ ଅନୁସାରେ, କରୋନା ମହାମାରୀର ତିନୋଟି ସ୍ଟେଜ ରହିଛି । ପ୍ରଥମ ସ୍ଟେଜ ହେଉଛି ସାମାନ୍ୟ, ଦ୍ଵିତୀୟ ସ୍ଟେଜ ହେଉଛି ମଧ୍ୟମ ଓ ତୃତୀୟ ସ୍ଟେଜଟି ହେଉଛି ଗୁରୁତର ।

ଯଦି ଆପଣ କୌଣସି କରୋନା ରୋଗୀର ସଂସ୍ପର୍ଶରେ ଆସିଯାଇଛନ୍ତି ତା ହେଲେ ଆପଣଙ୍କୁ ଏହାର କିଛି ଲକ୍ଷଣ ଦେଖାଦେବ । ସେହି ସବୁ ଲକ୍ଷଣ ଗୁଡିକ ହେଉଛି ନାକ ବନ୍ଦ ହେବା, ଛିଙ୍କ ହେବା, ଗଳାରେ ଯନ୍ତ୍ରଣା ହେବା, ଶରୀର ଯନ୍ତ୍ରଣା ହେବା ଓ ସାମାନ୍ୟ ଜ୍ଵର ହେବା । ଏହା ସହିତ ଯଦି ନିଶ୍ଵାସ ନେବାରେ ଅସୁବିଧା ହୋଇନଥାଏ ଓ ଶରୀରରେ ଆକ୍ସିଜେନ ସ୍ତର ଠିକ ଥାଏ ତା ହେଲେ ଏହାକୁ ସାମାନ୍ୟ ସ୍ଟେଜ କୁହାଯାଏ । ଆପଣ ମାନେ ଚାହିଁଲେ ଘରେ ରହି ଏହାର ଚିକିତ୍ସା କରିପାରିବେ ।

ଯଦି ରୋଗୀର ଅବସ୍ଥା ଅଧିକ ଗୁରୁତର ହେବ ତା ହେଲେ ତାକୁ ହସ୍ପିଟାଲରେ ଚିକିତ୍ସା ନେବା ନିହାତି ଆବଶ୍ୟକ । ତେଣୁ ଆପଣ ମାନେ ହୋମ ଆଇସୁଲେସନରେ ରହି ସାମାନ୍ୟ ଅବସ୍ଥାରେ ନିଜର ଚିକିତ୍ସା କରିପାରିବେ । ହୋମ ଆଇସୁଲେସନରେ ଆପଣ ମାନେ ଏକ ନିର୍ଦ୍ଧିଷ୍ଟ ଘରେ ରୁହନ୍ତୁ ଓ ଆପଣଙ୍କ ଯତ୍ନ ପାଇଁ ଘରର ଏକ ସଦସ୍ୟକୁ ସେହି ସ୍ଥାନରେ ରହିବାକୁ ହେବ । ଘରେ ରହି ଆପଣ ମାନେ ମାସ୍କ ଓ ଗ୍ଲୋବ୍ସର ବ୍ୟବହାର କରନ୍ତୁ । ଏହା ହେଉଛି ଏକ ଭୂତାଣୁ ଜନିତ ରୋଗ ତେଣୁ ଆପଣ ମାନଙ୍କୁ ଅଧିକ ଔଷଧର ସେବନ କରିବାର କୌଣସି ଆବଶ୍ୟକତା ନାହିଁ ।

ଘରେ ରହି ଆପଣ ମାନେ ପାରାସିଟାମଲ ୬୫୦ ପାୱାରର ବଟିକା ଦିନକୁ ୨ ରୁ ୩ଟି ଖାଇପାରିବେ । ଏହି ବଟିକା ଖାଇବା ପରେ ଯଦି ଜ୍ଵର ନକମେ ତା ହେଲେ ଆପଣ ନେପ୍ରୋକ୍ସେନ ବଟିକା ୨୫୦ ପାୱାରର ଖାଇପାରିବେ । ଦ୍ଵିତୀୟ ଔଷଧ ହିସାବରେ ଆମେ ଆଇଭର ମ୍ୟାକଟୀନର ସେବନ କରିପାରିବା । ଏହି ଔଷଧକୁ ଆପଣ ୩ ଦିନରୁ ୫ ଦିନ ପର୍ଯ୍ୟନ୍ତ ସେବନ କରିବେ । ହେଲେ ଗର୍ଭବତୀ ମହିଳା ବା ସ୍ତନ୍ୟପାନ କରାଉଥିବା ମହିଳା ମାନେ ଏହି ଔଷଧର ସେବନ କରନ୍ତୁ ନାହିଁ ।
ବନ୍ଧୁଗଣ ଏହା ସହିତ ଆପଣ ମାନେ ଭିଟାମିନ C, ଭିଟାମିନ D ଓ ଜିଙ୍କ ଆଦି ମେଡିସନ ଖାଇପାରିବେ । ଏହି ସବୁ ମେଡ଼ିସିନର ସେବନ ସହିତ ଆପଣ ମାନେ ସବୁଜ ପନିପରିବା ଓ ଫଳ ଆଦିର ସେବନ ନିଶ୍ଚୟ କରନ୍ତୁ । ତା ହେଲେ ବନ୍ଧୁଗଣ ହୋମ ଆଇସୁଲେସନରେ ରହି ଏହି ସବୁ ମେଡ଼ିସିନର ସେବନ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

