ଓଡିଶା ମୁହାଁ ଏବେ ତଉକତେ ଠାରୁ ବି ଅଧିକ ଭୟଙ୍କର ବାତ୍ୟା ‘ୟଶ’, ରାଜ୍ୟର ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ୩ ଦିନ ପରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କଣ ରୂପ ନେବ ବୋଲି ସମସ୍ତ ଙ୍କ ନଜର । ଏହା କେଉଁ ଆଡେ ଗତି କରିବ କେଉଁଠି ଲ୍ୟାଣ୍ଡ ଫଲ ହେବ ସେଥି ପ୍ରତି ମଧ୍ୟ ସମସ୍ତଙ୍କ ନଜର ।

ୱାଣ୍ଡିଂ ଡଟ କମ କଣ ଆକଳନ କରିଛି ଆସନ୍ତୁ ଜାଣିନେବା । ଏବଂ ଯଦି ଏହି ସଂସ୍ଥା ର ଆକଳନ ସଠିକ ହୋଇଥାଏ ତେବେ ଏହାର ରୂପ କିଛି ଏହି ଭଳି ହେବ । ମଇ ୨୩ ତାରିଖ ରେ ଲଘୁଚାପ ଘନିବୁତ ହେବା ଆରମ୍ଭ କରିବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ଉତ୍ତର ଆଣ୍ଡାମାନ ସାଗର ରେ ଏହି ଭଳି ଦୃଶ୍ୟମାନ ହେବ । ମଇ ୨୪ ତାରିଖରେ ଏହି ଲଘୁଚାପ ବାତ୍ୟା ରୂପରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ଏବଂ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।

ମଇ ୨୫ ତାରିଖରେ ସକାଳୁ ୫ଟା ବେଳ କୁ ବାତ୍ୟା ର ଆଖି ସ୍ଥଳଭାଗ କୁ ଅତିକ୍ରମ କରି ସାରିଥିବ । ଏବଂ ଏହାର ଆଖି ଏହି ଭଳି ଦେଖାଯିବ । ମଇ ୨୬ ତାରିଖରେ ବାତ୍ୟା ଓଡିଶା ଉପକୂଳ ର ନିକଟବର୍ତ୍ତୀ ହେବ । ପାରାଦ୍ୱୀପ ଏବଂ ଚାନ୍ଦବାଲି ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ର ପ୍ରଭାବ ଆରମ୍ଭ ହୋଇଯିବ । ଏବଂ ୨୬ ତାରିଖ ୧୧ ତା ବେଳେ ଏହା ଆରମ୍ଭ ହୋଇ ଯିବ ।
ମଇ ୨୭ ତାରିଖରେ ସକାଳ ୫ଟାରେ ବାତ୍ୟାର ଆଖି ସ୍ଥଳଭାଗ କୁ ଅତିକ୍ରମ କରି ସାରିଥିବ । ଏବଂ ବାରିପଦା ଦେଇ ଗତି କରିବ ।

ବଙ୍ଗୋପସାଗର ରେ ଏକ ଲଘୁଚାପ ଦ୍ୱାରା ବାତ୍ୟା ସୃଷ୍ଟି ହେବା ଯୋଗୁଁ ମଇ ୨୩ ରେ ପାଣି ପାଗ ମଧ୍ୟ ବଦଳି ଯିବ । ପ୍ରବଳ ବର୍ଷା ହେବ ବିଶେଷ କରି ଉତ୍ତର ଓଡିଶା ବର୍ତ୍ତି ଅଞ୍ଚଳ ରେ ଏହାର ପ୍ରଭାବ ଦେଖାଯିବ  ଏବଂ ଏହି ଜିଲ୍ଲା ଗୁଡିକ ରେ ପ୍ରବଳ ବର୍ଷା ହେବ ଏବଂ ପାଣି ପାଗ ରେ ପରିବର୍ତ୍ତନ ମଧ୍ୟ ହୋଇଯିବ ଏବଂ ଅନ୍ୟ ପଟେ ଭାରତୀୟ ପାଣିପାଗ ଅନୁସାରେ ୨୨ ରୁ ୨୫ ଭିତରେ ଏହା ବାତ୍ୟା ର ରୂପ ନେଇ ଉତ୍ତର-ପଶ୍ଚିମ ଦିଗ କୁ ଗତି କରିବ ଏବଂ ୨୬ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ବଙ୍ଗୋପସାଗର ଦେଇ ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ରେ ଲ୍ୟାଣ୍ଡ ଫଲ କରି ପାରେ ।

ଏହା ଛଡା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି କି ବାତ୍ୟା ବାଲେଶ୍ଵର, ଚାନ୍ଦବାଲି ଓ ଦିଘା ମଧ୍ୟରେ ଲ୍ୟାଣ୍ଡ ଫଲ କରି ପାରେ । ଏବଂ ବାତ୍ୟା କେବେ ଏବଂ କେଉଁଠି ଲ୍ୟାଣ୍ଡ ଫଲ ହେବ ଏବଂ କେଉଁଠାରେ ଗତି କରିବ ଏବଂ ଏହାର ରୂପ କେଉଁ ଭଳି ହେବ ସମସ୍ତ ଙ୍କ ନଜର ସେହି ଠାରେ । ସାଧାରଣତଃ ଅପ୍ରେଲ, ମଇ, ଜୁନ ମାସ ବାତ୍ୟା ର ମାସ ଅଟେ । ଗତ ତିନି ବର୍ଷ ଧରି ମଇ ମାସ ରେ ଭୟଙ୍କର ବାତ୍ୟା ଦେଖାଯାଉଛି ।

୨୦୧୯ ରେ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇ ଫନି । ୨୦୨୦ ରେ ମଧ୍ୟ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇ ଅମ୍ଫନ । ୨୦୨୧ ରେ ଆରବ ସାଗର ରେ ଲଘୁଚାପ ସୃଷ୍ଟି ହୋଇ ତାଉତେ ଏବଂ ଏବେ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇ ଏକ ନୂତନ ବାତ୍ୟା ର ଆଶଙ୍କା । ତେବେ ଏହି ଆଶଙ୍କା କୁ ନେଇ ସମସ୍ତ ଙ୍କୁ ସତର୍କ ସୂଚନା ଦିଆଯାଇଛି । ଏବଂ ବିଚଳିତ ନ ହୋଇ ଏହାର ସାମ୍ନା କିପରି କରିବା ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *