ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ଦୁଃଖଦ ଖବର ସାମ୍ନା କୁ ଆସିଛି । ଏହି ଦୁଃଖନୀୟ ଖବର ଜଣେ ଓଡ଼ିଆ କଳାକାର ଙ୍କ ସହ ଜଡ଼ିତ । ସେ ହେଉଛନ୍ତି ସେହି କଳାକାର ଯିଏ ନିଜେ ପରଦା ରେ ଦର୍ଶକ ମାନଙ୍କୁ ହସାଉଥିଲେ ଏବଂ ମନୋରଞ୍ଜନ କରୁଥିଲେ ।
ଆଜି ସେହି କଳାକାର ସ୍ୱୟଂ କାନ୍ଦୁଛନ୍ତି ଏବଂ ଦୁର୍ଦ୍ଦଶା ରେ ନିଜର ଦିନ ଭିକ ମାଗି ବିତାଉଛନ୍ତି । ସେହି ଓଡ଼ିଆ କଳାକାର ଜଣକ ହେଉଛନ୍ତି ବରିଷ୍ଠ ଅଭିନେତ୍ରୀ ମୀରା । ଯିଏ ଅନେକ ଓଡ଼ିଆ ଫିଲ୍ମ ରେ ନିଜର ଅଭିନୟ ର ଯାଦୁ ବିସ୍ତାର କରିଛନ୍ତି । ଦିନେ ମୁହଁରେ ରଙ୍ଗ ମାଖି ଦର୍ଶକ ଙ୍କ ମନ ଜିତୁଥିଲେ । ନଇଁ ଯାଦୁଗରୀ ଅଭିନୟ ରେ ଖୁବ ପରିଚିତ ଥିଲେ ।

କିନ୍ତୁ ବର୍ତ୍ତମାନ ବୟସର ଅପରାହ୍ନ ରେ ରଙ୍ଗ ଛାଡ଼ି ଯାଇଛି । ସେ ଅଭିନୟ କରିଥିବା ସମୟ ବଡ଼ ବଳବାନ ଭଳି ଆଜି ସମୟ ତାଙ୍କୁ ଏଭଳି ଏକ ଦୋଛକି ରେ ଭିକାରୀ ସଜାଇ ଦେଇଛି । ତାଙ୍କ ଅଭିନୀତ କିଏ କାହାର ସିନେମା ଭଳି ଆଜି ତାଙ୍କ ପାଖରେ କେହି ନାହାନ୍ତି । ପୂର୍ବରୁ ସ୍ୱାମୀ ନଥିଲେ ଏବେ ଏକ ସ-ଡ଼-କ ଦୁ-ର୍ଘ-ଟ-ଣା ରେ ପୁଅ ବି ନାହିଁ ।

ଦୁରାରୋଗ୍ୟ ର ଚିକିତ୍ସା ପାଇଁ ଟଙ୍କାଟିଏ ବି ନାହିଁ । ମୀରା ଙ୍କ ଆଖି ର ଲୁହ ଏବେ ବଖାଣୁଛି ପେଟର ଯନ୍ତ୍ରଣା । ଯାଯାବର, ପ୍ରତିଧ୍ୱନି, ସୁବର୍ଣ୍ଣ ସୀତା, ତ୍ରିନାଥ ମେଳା, କା, ଓଡ଼ିଆ ରାମାୟଣ ଭଳି ଅନେକ ସିନେମା ରେ ସେତେବେଳେ ସେ ଅଭିନୟ କରିଥିଲେ । ମୀରା ଙ୍କ ଦୁର୍ଦ୍ଦଶା ଦେଖି ମୁଖ୍ୟମନ୍ତ୍ରୀ ତାଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ ପକ୍ଷରୁ କିଛି ଟଙ୍କା ମଧ୍ୟ ଦିଆ ଯାଇଥିଲା ।

ବର୍ତ୍ତମାନ ମୀରା ଙ୍କ ଦୁଃଖ ଦେଖି କିଛି କଳାକାର ତାଙ୍କୁ ସାହାଯ୍ୟ ର ହାତ ବଢାଇଛନ୍ତି । ହାସ୍ୟ ଅଭିନେତା ପପୁ ପମପମ ଓ ତାଙ୍କ ସମେତ କିଛି ଓଡ଼ିଆ କଳାକାର ମଧ୍ୟ ମୀରା ଙ୍କୁ ସାହାୟତା ର ହାତ ବଢାଇଛନ୍ତି । କିନ୍ତୁ ଜଣେ କଳାକାର ଙ୍କ ପାଇଁ ଏତେ ମାତ୍ରାରେ ସାହାଯ୍ୟ କରିବ ଅସମ୍ଭବ ବୋଲି ସେମାନେ ସରକାର ଙ୍କୁ ମୀରା ଙ୍କ ନିମନ୍ତେ ସାହାଯ୍ୟ ମାଗିଛନ୍ତି ।
ଦିନେ ହସାଉଥିବା ଅଭିନେତ୍ରୀ ମୀରା ଆଜି ନିଜେ କାନ୍ଦୁଛନ୍ତି । ଯଦି ସରକାର ଙ୍କ ତରଫରୁ ଦୁର୍ଦ୍ଦଶା ରେ ଜୀବନ ବିତାଉଥିବା ମୀରା ଙ୍କୁ କିଛି ଆର୍ଥିକ ସହାୟତା ମିଳିବ ତେବେ ତାଙ୍କର ଚିକିତ୍ସା ମଧ୍ୟ ଭଲ ରେ ହୋଇପାରିବ ଏବଂ ତାଙ୍କୁ ଭିକ୍ଷା ମଧ୍ୟ ମାଗି ଜୀବନ ବିତାଇବାକୁ ମଧ୍ୟ ପଡ଼ିବ ନାହିଁ । ତେବେ ଏଥିରେ ଆପଣ ମାନଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ଅସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧାନବାଦ

