ବିଶ୍ଵକପ ଫାଇନାଲରେ ପାକିସ୍ତାନକୁ ହରାଇଲା ଇଂଲଣ୍ଡ, ହେଲେ ପଡିଆରେ ଉଡିଲା ଭାରତୀୟ ପତାକା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଭାରତ ଫାଇନାଲ କୁ ଯାଇନଥିଲା ମାତ୍ର ପଡିଆରେ ଦର୍ଶକ ମାନେ ଉଡାଇଥିଲେ ତ୍ରିରଙ୍ଗା । ପାକିସ୍ତାନ ହାରିବା ଖୁସିରେ ଉଡିଥିଲା ତ୍ରିରଙ୍ଗା । ତେବେ ଟି-20 ବିଶ୍ଵକପ କୁ ନିଜ ଅଧୀନରେ କରିଛି ଇଂଲଣ୍ଡ ଦଳ । ପାକିସ୍ତାନ କୁ ହରାଇ ଇଂଲଣ୍ଡ କବଜା କରିଛି ଟି-20 ବିଶ୍ଵକପ ଟାଇଟଲ ଉପରେ । ଏହି ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଥିଲା ଭାରତୀୟ ଙ୍କ ଖୁସି । ଇଂଲଣ୍ଡ ଜିତିବା ପରେ ମେଲବଣ୍ଡରେ ଉଡିଥିଲା ତ୍ରିରଙ୍ଗା ପତାକା ।

ଭାରତୀୟ ମାନେ ପାକିସ୍ଥାନ ର ହାରରେ ଖୁସି ହୋଇ ତ୍ରିରଙ୍ଗା ଉଡାଇଥିଲେ । ତେବେ ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ମେଲବଣ୍ଡ ଗ୍ରାଉଣ୍ଡରେ । ଯେଉଁ ଗ୍ରାଉଣ୍ଡ ରେ 80 ହଜାରରୁ ଅଧିକ ଲୋକ ମ୍ୟାଚ ଦେଖିବା ନିମନ୍ତେ ଆସିଥିଲେ, ସେହି ଗ୍ରାଉଣ୍ଡ ରେ ଏହିଭଳି କିଛି ଦୃଶ୍ୟ ସେମାନେ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କାରଣ ଏହି ଦୃଶ୍ୟ ଥିଲା ଏଭଳି କିଛି ଚାଲିଥିଲା ମ୍ୟାଚ ପାକିସ୍ଥାନ ୨୦ ଓଭରରେ କରିଥିଲା ୧୩୭ ରନ । ମାତ୍ର ୧୩୭ ରନ କରି ଭୁଷୁଡି ପଡିଥିଲା ପାକିସ୍ଥାନ ର ପ୍ରଥମ ଇନିଙ୍ଗ୍ସ । ଏହା ପରେ ୧୩୮ ରନ ର ଟାର୍ଗେଟ କୁ ନେଇ ବ୍ୟାଟିଂ ପାଇଁ ମଇଦାନ ଉପରକୁ ଆସିଥିଲେ ଇଂଲଣ୍ଡ ଦଳ । ପାକିସ୍ଥାନ ର ବିସ୍ଫୋରକ ବୋଲିଂ ଆଗରେ ଇଂଲଣ୍ଡ ସଂପୂର୍ଣ୍ଣ ଭାବରେ ହାରିବା ଉପରେ ଥିଲା ।

ମାତ୍ର ବେନ୍ସ ଷ୍ଟୋକ ଏବଂ ମୋଏନ ଅଲ୍ଲୀ ଙ୍କ ଆଗରେ ବିଫଳ ହୋଇଥିଲା ପାକିସ୍ଥାନ ର ବୋଲିଂ । ଶେଷ ଓଭରରେ ଇଂଲଣ୍ଡ ଟି-୨୦ ବିଶ୍ଵକପ କୁ ହାତେଇ ନେଇଥିଲା । ଆଉ ଏହାପରେ ସଂପୂର୍ଣ୍ଣ ଷ୍ଟାଡିୟମରେ ଉଡିଥିଲା ଭାରତର ତ୍ରିରଙ୍ଗା ପତାକା । ଭାରତୀୟ ଦର୍ଶକ ପାକିସ୍ଥାନ ହାରିବା ଖୁସିରେ ଉଡାଇଥିଲେ ତ୍ରିରଙ୍ଗା ।

ତେବେ ବର୍ତ୍ତମାନ ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି । ୧୯୯୨ ର ଯେଉଁ ସଂଯୋଗ କଥା କୁହାଯାଉଥିଲା ସେ ସବୁ ମିଛ ବୋଲି ପ୍ରମାଣିତ ହୋଇଛି । କାରଣ ପାକିସ୍ତାନ ୧୯୯୨ ରେ ଇଂଲଣ୍ଡ କୁ ପରାସ୍ତ କରିଥିବା ବେଳେ, ୨୦୨୨ ରେ ପାକିସ୍ତାନ ଙ୍କୁ ପରାସ୍ତ କରିଛି ଇଂଲଣ୍ଡ । ୱେଷ୍ଟଇଣ୍ଡିସ ପରେ ଇଂଲଣ୍ଡ ହୋଇଛି ଦୁଇଟି ଟି-୨୦ ବିଶ୍ଵକପ ର ଅଧିକାରୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *