ବନ୍ଧୁଗଣ, ସୂଚନା ଅନୁଯାୟୀ କଙ୍କଡା ପାଇଁ ବାଘ ମୁହଁରେ ପଡିଲେ ଯାଇ । କଙ୍କଡା ଖାଇବାର ଲୋଭ ଆଜି ତାଙ୍କୁ ବାଘ ହାବୁଡରେ ପକାଇଦେଲା । ମାଡି ବସିଲା ହଠାତ ମହାବଳବାଘ । ତେବେ ଜଣେ ବ୍ୟକ୍ତି କଙ୍କଡା ଧରିବାକୁ ଯାଇଥିବା ବେଳେ ମହାବଳ ହାବୁଡରେ ପଡିଗଲେ । ପଶ୍ଚିମବଙ୍ଗ ଚବିଶପରଗଣା ଜିଲ୍ଲା କୁଲତାଳି ବ୍ଲକ କଣ୍ଟାମାରୀ ଗ୍ରାମରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଗ୍ରାମର ୭ ଜଣ ବ୍ୟକ୍ତି ମିଶି କଙ୍କଡା ଧରିବାକୁ ବାହାରିଥିଲେ ସୁନ୍ଦର ବନ ନଦୀ କୁ ।

କଙ୍କଡା ଧରିବା ଲୋଭ ରେ ସମସ୍ତେ ମିଶି ନଦୀ କୁ ଯାଇଥିଲେ । ଆଉ କଙ୍କଡା ଧରି ଆସିଲା ବେଳେ ନଦୀରେ ଜୁଆର ଥିବାରୁ ଫେରି ପାରିନଥିଲେ । ଆଉ ସେମାନେ ଏକ ସ୍ଥାନରେ ଆଶ୍ରୟ ନେଇଥିଲେ । ଏବଂ ରବିବାର ଦିନ ସକାଳେ ସେମାନେ ଗ୍ରାମ କୁ ଫେରୁଥିଲେ । ଆଉ ସେହି ସମୟରେ ସେମାନଙ୍କ ମଧ୍ୟରୁ ଦିଲ୍ଲୀପ ନାମକ ଜଣେ ଯୁବକ ନଦୀ ରେ ମୁହଁ ଧୋଇବାକୁ ବାହାରିଥିଲା ।
ଆଉ ସେହି ସମୟରେ ଏକ ମହାବଳ ବାଘ ତାଙ୍କୁ ଝାମ୍ପି ନେଇଥିଲା । ବାକି ୬ ଜଣ ସାଥି ସହଯୋଗୀ ଏହା ଦେଖି ଭୟ କରିଯାଇଥିଲେ । ଆଉ ଠେଙ୍ଗା ବାଡି ସବୁ ଧରି ଦିଲ୍ଲୀପ ଙ୍କୁ ଖୋଜିବାକୁ ଜଙ୍ଗଲକୁ ବାହାରି ଗଲେ । ତେବେ ବାଘର ଠିକଣା ନ ପାଇଥିବା ବେଳେ ମିଳିଲା କେବଳ ଦିଲ୍ଲୀପ ଙ୍କ ମୃତ ଶରୀର । ଏହାପରେ ସେମାନେ ଭୟଭୀତ ଅବସ୍ଥାରେ ଦିଲ୍ଲୀପ ଙ୍କ ମଢ ଶରୀରକୁ ଧରି ଗାଁ କୁ ଫେରିଥିଲେ ।
ତେବେ ଏହିଠାରେ କଙ୍କଡା ଖିଆ ନିଶା ତାଙ୍କର ଜୀବନ ନେଇଗଲା । ତେବେ ଖବର ଅନୁଯାୟୀ ଜଙ୍ଗଲ ଅଧିକାରୀ ଙ୍କ ମନା କରିବା ସତ୍ବେ ମଧ୍ୟ ଏହି ୭ ଜଣ ଘରୁ ବାଘ ବହୁଳ ଅଞ୍ଚଳରେ ପଶି ଯାଇଥିଲେ । ଆଉ ଏହାପରେ ବାଘ ହାବୁଡରେ ପଡି ଜଣକ ର ପ୍ରାଣ ଚାଲିଗଲା । ତେବେ ଯଦି ପୂର୍ବରୁ ହିଁ ମନା ହୋଇଥିଲା ସେହି ସ୍ଥାନ କୁ ଯିବା କଣ ଏତେ ଆବଶ୍ୟକ ଥିଲା ?

କଙ୍କଡା ଧରିବା କ’ଣ ନିଜ ଜୀବନ ଠାରୁ ଏତେ ମୂଲ୍ୟବାନ ଯେ ନିଜ ଜୀବନକୁ ଜାଣିଶୁଣି ମରଣ ମୁହଁ ଆଡକୁ ନେଇଗଲେ ଯୁବକ ଜଣଙ୍କ ? ବର୍ତ୍ତମାନ ପରିବାର ଲୋକେ ଶୋକ ପ୍ରକାଶ କରିବା ଛଡା ଅନ୍ୟ କିଛି କରିପାରିବେ ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

