ACF Soumyaranjan ଡେଥ ମିଷ୍ଟ୍ରି: ଏଗ୍ରିମେଣ୍ଟ ପେପରରେ କାହିଁକି ଦସ୍ତଖତ କରିନଥିଲେ ଦୁଇଟି ପାର୍ଟି ? ଏମିତି ବି ମିଳିଥାନ୍ତା ସୌମ୍ୟଙ୍କ ଦରମା ଆଉ ସମ୍ପତି

ବନ୍ଧୁଗଣ ସୋମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକ ବିଦ୍ୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଛନ୍ତି । ସୋମ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟା ଅଛନ୍ତି ବୋଲି ପରିବାର ଲୋକେ କହୁଛନ୍ତି ।

ଗତ କିଛି ଦିନ ତଳେ ବିଦ୍ୟାଙ୍କର ଚିଠି ଓ ତାଙ୍କ ଡାଏରୀ ଜବତ ହୋଇଥିଲା । ସୋମ୍ୟ ଓ ବିଦ୍ୟାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା ତେଣୁ ସେହି ସମୟରେ ବିଦ୍ୟା ନିଜ ମନର ଦୁଃଖକୁ ଡାଏରୀରେ ଲେଖିଥିଲେ ।

ବନ୍ଧୁଗଣ ବିଦ୍ୟା ନିଜ ସ୍ଵାମୀଙ୍କୁ କେତେକ ଘୃଣା କରନ୍ତି ସେ ନିଜ ଡାଏରୀରେ ଲେଖିଥିଲେ । ବନ୍ଧୁଗଣ ସୋମ୍ୟ ଓ ବିଦ୍ୟାଙ୍କ ମଧ୍ୟରେ ଏକ ଆଗ୍ରିମେଣ୍ଟ ହୋଇଥିଲା । ବର୍ତ୍ତମାନ ସେହି ଆଗ୍ରିମେଣ୍ଟଟି ମିଡିଆ ସାମ୍ନାକୁ ଆସିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଆଗ୍ରିମେଣ୍ଟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଆଗ୍ରିମେଣ୍ଟ ବିଷୟରେ ।


ସେହି ଆଗ୍ରିମେଣ୍ଟ ମୁତାବକ ସୋମ୍ୟଙ୍କ ଦରମା ତଥା ୫୮ ହଜାର ଟଙ୍କା ଓ ସୋମ୍ୟଙ୍କ ସମସ୍ତ ସମ୍ପତ୍ତିର ମାଲିକ ବିଦ୍ୟା ଭାରତୀ ହେବେ ବୋଲି ଲେଖା ଯାଇଛି । ଆଗ୍ରିମେଣ୍ଟ ପେପରରେ ଗୋଟି ଗୋଟି ଜିନିଷ ବିଷୟରେ ଲେଖା ହୋଇଛି ଏବଂ ତଳକୁ ଦୁଇଟି ଜାଗା ଅଛି ଗୋଟିଏ ହେଉଛି ସୋମ୍ୟ ରଞ୍ଜନ ଓ ଆଉ ଗୋଟେ ହେଉଛି ବିଦ୍ୟା ଭାରତୀ ।

ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ଆଗ୍ରିମେଣ୍ଟ ଉପରେ କେହିବି ଦସ୍ତଖତ କରି ନାହାନ୍ତି । ଏହି ଆଗ୍ରିମେଣ୍ଟଟି ୯ ତାରିଖରେ ଆକ୍ଟିଭ ହୋଇଥାନ୍ତା ହେଲେ ଏହାର ତିନି ଦିନ ପରେ ସୋମ୍ୟ ରଞ୍ଜନଙ୍କ ମୃତ୍ୟୁ ହୋଇଗଲା । ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ପ୍ରଶ୍ନ ଉଠିଛି । ଏହି ଷ୍ଟାମ୍ପ ପେପର କାହା ପାଖରୁ କିଣା ଯାଇଥିଲା ଓ ଉଭୟ ଏଥିରେ କାହିଁକି ଦସ୍ତଖତ କରି ନଥିଲେ ।

ବନ୍ଧୁଗଣ ଏହି ଷ୍ଟାମ୍ପ ପେପର ଆଧାରରେ ଆଗକୁ ଏହି ମାମଲା ବିଷୟରେ ବହୁତ କିଛି ଜଣା ପଡିବ । ବର୍ତ୍ତମାନ ଏହି ଷ୍ଟାମ୍ପ ପେପରଟି କେଉଁଠି କିଣା ହୋଇଥିଲା ଓ ଏହାକୁ କିଏ କିଣିଥିଲା ସେଥିଲାଗି ତଦନ୍ତ ଚାଲିଛି । ବର୍ତ୍ତମାନ ଅଧିକାଂଶ ପ୍ରମାଣ ପତ୍ର ବିଦ୍ୟାଙ୍କ ବିରୋଧରେ ରହିଛି । ହେଲେ ସୋମ୍ୟନ ମୃତ୍ୟୁ ପାଇଁ କିଏ ଦାୟୀ ତାହା ଆମେ ମାନେ ବହୁତ ଶୀଘ୍ର ଜାଣିବାକୁ ପାଇବା

Leave a Reply

Your email address will not be published. Required fields are marked *