ଓଡିଆ ସିରିଏଲ ସେଲିବ୍ରେଟି Anisha ଓ Subhasis ଙ୍କ ଘରକୁ ଆସିଲା ଖୁସି ଖବର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତା ସିବାସୀସ ଓ ଆନିଶାଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଏହି ଦୁଇଜଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଦୁଇଜଣ ପରସ୍ପରକୁ ସୁଟିଙ୍ଗ ସେଟରେ ସାକ୍ଷାତ କରିଥିଲେ ଓ ପରସ୍ପରକୁ ପ୍ରେମ କରି ବସିଥିଲେ । କିଛି ବର୍ଷ ପରସ୍ପରକୁ ଡେଟ କରିବା ପରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇଜଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ନିଜର ସୁନ୍ଦର ଅଭିନୟ କରି ସଫଳତା ହାସଲ କରିଛନ୍ତି ଓ ଏମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ନିଜ ପର୍ଶନାଲ ଲାଇଫ ପାଇଁ ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ସିବାସୀସ ଓ ଆନିଶା ଏକ ବଡ ଖୁସି ଖବର ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ସେହି ଖୁସି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବଡ ଖୁସି ଖବର ବିଷୟରେ ।

ବନ୍ଧୁଗଣ ସେହି ଖୁସି ଖବରଟି ହେଉଛି ଆନିଶା ମା ହେଲେ । ଗତ କାଲି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଆନିଶା । ବର୍ତ୍ତମାନ ସୁବାସିସ ଓ ଆନିଶା ବାପା ମା ହୋଇଛନ୍ତି । ବାପା ମା ହୋଇଥିବାରୁ ଏହି ଦୁଇଜଣ ବହୁତ ଅଧିକ ଖୁସି ଅଛନ୍ତି ।

ଗତ କିଛି ସମୟ ତଳେ ସୁବାସିସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଫ୍ୟାନ୍ସ ମାନଙ୍କୁ ଏହି ଖୁସି ଖବର ବିଷୟରେ କହିଥିଲେ । ସୁବାସିସ ଏକ ପୋଷ୍ଟରେ ଲେଖିଛନ୍ତି-‘ମୋର ଗୋଟେ ଝିଅ ହେଉଛି ଆପଣ ମାନେ ସମସ୍ତେ ମୋ ଝିଅକୁ ଆଶୀର୍ବାଦ ଦିଅନ୍ତୁ’ । ବନ୍ଧୁଗଣ ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଏହି ଖୁସି ଖବର ବିଷୟରେ କହିଛନ୍ତି ।

ଏହି ଖୁସି ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହି ଖବର ବିଷୟରେ ଜାଣି ବହୁତ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖୁସି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *