‘ମହାପ୍ରଭୁଙ୍କୁ ମୁଁ ବହୁତ ଭଲ ପାଏ, ହାତରେ ଭାଙ୍ଗି ଦେଲି’ ଶ୍ରୀ ମନ୍ଦିର ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ଯାହା କହୁଛି ଶୁଣିଲେ ଆପଣ କାବା ହେବେ, ଦେଖନ୍ତୁ ଏହି Exclusive ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ପୁରୀ ପୋଲିସକୁ ବଡ ସଫଳତା । ୩ ଦିନ ମଧ୍ୟରେ ଅପରାଧୀକୁ ଧରିବାରେ ସକ୍ଷମ ହେଲା ପୋଲିସ । ସିସିଟିଭିରୁ ଚିହ୍ନଟ ଦୁର୍ବୃତ୍ତକୁ ପୁରୀ ଜିଲ୍ଲା ବାହାରୁ କାବୁ କଲା ପୋଲିସ । ଅଟକ ଅଭିଯୁକ୍ତର ଘର ପୁରୀ ଜିଲ୍ଲା ବାହାରର ବୋଲି ସୂଚନା । ସେ ଓଡିଆ ଭକ୍ତ ହିସାବରେ ଆସି ଘଟଣା ଘଟାଇଥିବା ସୂଚନା । ଅଭିଯୁକ୍ତଙ୍କୁ କାବୁ କରିବା ପରେ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ପୁରୀ ଏସପି ଡକ୍ଟର କନୱର ବିଶାଳ ସିଂ ।

ଅଭିଯୁକ୍ତକୁ ପୁରୀ ଟାଉନଥାନା ଆଇଆଇସି କୁଳମଣି ସେଠୀ ପୁରୀକୁ ଆଣିଥିବା ବେଳେ ତାଙ୍କୁ ଜେରା କରାଯାଉଛି । ତେବେ ବର୍ତ୍ତମାନ ଶ୍ରୀମନ୍ଦିର ରୋଷଘରେ ପଶି ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ଜଗନ ମହାପାତ୍ର ଚାଞ୍ଚଲ୍ୟକର ବୟାନ ଦେଇଛି  । ଏଭଳି ଘଟଣାକୁ ନେଇ ସାରା ଓଡ଼ିଶାବାସୀ କ୍ଷୁବ୍ଧ ଥିବାବେଳେ ଅଭିଯୁକ୍ତ କିନ୍ତୁ ମିଡ଼ିଆ ଆଗରେ ଗାଲୁ ଭୁରୁଡ଼ି ମାରିଛି  । ଏମିତିକି ସେ କହିଛି, ‘ଜଣେ ଭକ୍ତ ଭାବେ ଚୁଲି ଭାଙ୍ଗିଦେଲି  ।

ମୋତେ କହିଲେ ଦିଦିନରେ ୪୦ଟା ଚୁଲି କରିଦେବି । ମୁଁ କୌଣସି ବଡ଼ ଅପରାଧ କରିନାହିଁ  । ତେବେ ମନକୁ କଷ୍ଟ ହେଉଛି’ । ତେବେ ମିଡ଼ିଆର ପ୍ରଶ୍ନରେ ଜଗନ କହିଛିଯେ, ଘଟଣାଦିନ ସେ ପୁରୀ ବୁଲିବାକୁ ଯାଇଥିଲା । ରାତିରେ ଶ୍ରୀମନ୍ଦିର ଭିତରକୁ ଯାଇଥିଲା । ପରେ ରୋଷ ଘରକୁ ଯାଇଥିଲେ ବି ସେଠାରେ କେହିନଥିଲେ  । କିନ୍ତୁ ଲାଇଟ ଜଳୁଥିଲା  । ରୋଷ ଘରେ ପଶି ସଫାସଫି କଲି  । ପରେ ହାତରେ ଚୁଲି ଭାଙ୍ଗିଲି ବୋଲି ସେ ସ୍ୱୀକାର କରିଛି ।

ତେବେ କାହିଁକି ଚୁଲି ଭାଙ୍ଗିବା ପ୍ରଶ୍ନରେ ଜଗନ କହିଛିଯେ, ଲୋକେ ଖାଇବାକୁ ପାଉନାହାନ୍ତ, କିନ୍ତୁ ଏଠାରେ ଏତେ ଖାଦ୍ୟ ବୋଲି ତା’ମନରେ ଅଭିମାନ ଥିଲା  । ସେଥିପାଇଁ ସେ ଚୁଲି ଭାଙ୍ଗିଥିଲା । କିନ୍ତୁ କାହିଁକି ଏମିତି କରିଥିଲା ସେଇଟା ମନେପଡ଼ୁନି ବୋଲି ଜଗନ କହିଛି  । ଦିନ ୨ଟା ବେଳକୁ ସେ ମନ୍ଦିର ଯାଇଥିଲା । କିନ୍ତୁ ମନ୍ଦିର ପହୁଡ଼ ପରେ ସେ ମନ୍ଦିର ଛାଡ଼ି ଯାଇ ନଥିଲା । ସେଠାରେ ହିଁ ରହିଥିଲା  । ପରେ ରୋଷଘରକୁ ଯାଇଥିଲା

ତେବେ ଅପରପକ୍ଷରେ ଜଗନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  । ସୂଚନାଯୋଗ୍ୟଯେ, ଏହି ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ସରକାରଙ୍କ ନିଦ ହଜି ଯାଇଥିଲା  ।  ଗିରଫ ଜଗନ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମର ବୋଲି ଜଣାପଡ଼ିଛି । ସିସିଟିଭି ଫୁଟେଜରୁ ଏହି ସନ୍ଦିଗ୍ଧକୁ ଚିହ୍ନଟ କରିଥିଲା ପୁଲିସ୍‌  । ଶ୍ରୀମନ୍ଦିରରୁ ବାହାରିବା ପରେ ସନ୍ଦିଗ୍ଧ ନିଜ ଘର ଖୋର୍ଦ୍ଧାକୁ ଚାଲି ଯାଉଥିଲା ।

ଏ ସମ୍ପର୍କରେ ଖବର ପାଇ ପୁରୀ ପୁଲିସ୍‌ ତାକୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସୀମାରୁ ଧରିଥିବା ଜଣାପଡିଛି । ସିଂହଦ୍ୱାର ଥାନା ଇନଚାର୍ଜ ତଥା ଟାଉନ ଥାନା ଆଇଆଇସି ଏବଂ ବାସେଳି ସାହି ଥାନା ଆଇଆଇସି ତାକୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସୀମାରୁ ଧରି  ପୁରୀ ଆଣିଥିଲେ । ତାଙ୍କ ବାପା ମାଆ ଓ ସଂପର୍କୀୟମାନେ ଜଗନଙ୍କ ବିଷୟରେ ସୂଚନା ଦେଇଛନ୍ତି  । ଜଗନର ଟିକିଏ ମାନସିକ ବିକୃତିର ଲକ୍ଷଣ ରହିଛି । ଖରା ଦିନେ ତା’ର ଏଭଳି ଲକ୍ଷଣ ଦେଖିବାକୁ ମିଳେ ।

ଜଗନ ସବୁବେଳେ ଠାକୁରଙ୍କ କଥା ଓ କାର୍ଯ୍ୟକ୍ରମରେ ସମୟ ବିତାଉଥିବା ବେଳେ ଅନେକ ସମୟ ତାଙ୍କର ମନ୍ଦିରରେ ହିଁ ବିତେ । କିନ୍ତୁ ଯଦି ପୂଜା କିମ୍ବା ଅନ୍ୟ କଥାରେ ଅସଂଗତି ଓ ବ୍ୟତିକ୍ରମ ଦେଖିନ୍ତି ସେ କୁଆଡେ ରାଗି ଯାଆନ୍ତି  । ତେବେ କାହାକୁ କୌଣସି କ୍ଷତି କରନ୍ତି ନାହିଁ କେବଳ ଠାକୁରଙ୍କ ଚିନ୍ତାରେ ସମୟ ବିତାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *