ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଦୁନିଆ ରେ ଏକ ଭୟଙ୍କର ମହାମାରୀ ସମସ୍ତଙ୍କୁ ଆକ୍ରାନ୍ତ ଏବଂ ଭୟବୀତ କରି ରଖିଛି । ଏହା ଦ୍ୱାରା ସମସ୍ତେ ଡର ରେ ରହୁଛନ୍ତି । ଏବଂ ସରକାର ମଧ୍ୟ ନିର୍ଦେଶ ଦେଇଛନ୍ତି କି କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ବାହାରକୁ ଯାଆନ୍ତୁ । ଏବଂ ମୁହଁରେ ମାସ୍କ ପିନ୍ଧନ୍ତୁ ଏବଂ ନିଜ ପାଖରେ ସାନିଟାଇଜର ରଖନ୍ତୁ ଏବଂ କୌଣସି କାର୍ଯ୍ୟ କରିବା ପରେ ଏବଂ ଖାଇବା ପୂର୍ବରୁ ନିଜ ହାତ କୁ ବହୁତ ଭଲ ଭାବରେ ଧୋଇ ଦିଅନ୍ତୁ । କରୋନା ର ରୂପ ଦିନକୁ ଦିନ ଭୟଙ୍କର ହୋଇ ଯାଉଛି । ସେଥିପାଇଁ ଏବେ ନିଜେ ହିଁ ନିଜେ ସତର୍କ ରହିବା ଆବଶ୍ୟକ ଏବଂ ଅନ୍ୟଙ୍କୁ ସଚେତନ ମଧ୍ୟ କରାଇବା ଉଚିତ ।

ଏବଂ ଏହା ସହ ଆମକୁ ନିଜ ରୋଗ ପ୍ରତିଶୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବା ଉଚିତ ସେଥିପାଇଁ ଆମକୁ ପ୍ରୋଟିନ ଯୁକ୍ତ ଖାଦ୍ୟ କୁ ଖାଇବାକୁ ପଡିବ ଯେପରି ନାଲି ସିମଲା ଲଙ୍କା । ସବୁଜ ପନି ପରିବା ଅଣ୍ଡା ଆଦି ଖାଇବା ଉଚିତ । ଏବଂ ସକାଳୁ ପ୍ରତିଦିନ ଗରମ ପାଣି ର ସେବନ କରିବା ଉଚିତ । ଏବଂ ନିଜ ଗଳା କି ସଫା ରଖିବା ମଧ୍ୟ ଉଚିତ ।

ନିଜ ଗଳା ରେ ଥିବା କଫ କୁ ବାହାର କରିବା ଉଚିତ । କାରଣ ଏହି କରୋନା କଫରେ ରହିକି ହିଁ ବୃଦ୍ଧି ହେଉଛି ଏବଂ ଆମ ଫୁସଫୁସ କୁ ଆକ୍ରାନ୍ତ କରିବ ଏବଂ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେବ । ତେଣୁ ଯଦି ଆପଣ ଙ୍କ ଦେହ ଅସୁସ୍ଥ ଲାଗୁଛି ତେବେ ଆପଣ ପ୍ରଥମେ ନିଜ ଡାକ୍ତର ଙ୍କ ସହିତ ପରାମର୍ଶ ନେବା ଉଚିତ ।

ନିଜର ଚିକିତ୍ସା କରାଇବା ଉଚିତ । ଏବଂ ତା ସହିତ ପ୍ରତିଦିନ ବ୍ୟାୟାମ ଯୋଗ ଆଦି କରିବା ଉଚିତ । ଏହି ମହାମାରୀ ରେ ଭୟବିତ ହୋଇ ଅନେକ ଲୋକଙ୍କ ମନରେ କଥା ଆସୁଛି କି ଏହା କଣ କଳିଯୁଗ ର ଶେଷ ସମୟ । ତେବେ ଆସନ୍ତୁ ମାଳିକା ଵଚନ ରେ କଣ ଲେଖା ହୋଇଛି ଜାଣିନେବା ।
ମାଳିକା ବଚନ ଅନୁସାରେ କଳିଯୁଗ ର ଅବଧି ଚାରି ଲକ୍ଷ ବତିଶ ହଜାର ବର୍ଷ । ବର୍ତ୍ତମାନ ମାତ୍ର ପାଞ୍ଚ ହଜାର ଶହେ କୋଡ଼ିଏ ବର୍ଷ ବିତିଛି । ଅର୍ଥାତ କଳିଯୁଗ ସରିବା ପାଇଁ ଆହୁରି ଲକ୍ଷ ବର୍ଷ ବାକି ରହିଛି । ତେଣୁ ଏଥି ପ୍ରତି ଭୟବିତ ହେବା ଉଚିତ ନୁହେଁ ।

ମାଳିକା ଵଚନ ରେ ଲେଖା ଯାଇଛି କି ଏହି ମହାମାରୀ ରେ ଧନୀ ଗରିବ ସବୁ ସମାନ ହୋଇ ଯିବେ । ଅନେକ ଲୋକ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ମ-ରି-ଯିବେ । ବଡ଼ ବଡ଼ ମହାରଥୀ ମାନେ ମଧ୍ୟ ବଞ୍ଚିବେ ନାହିଁ । ଏବଂ ଯିଏ ଶବ ଉଠାଉ ଥିଲା ବର୍ତ୍ତମାନ ସେ ନିଜେ ଶବ ହୋଇଯିବ । ଏବଂ ଏହି ମହାମାରୀ ର ପ୍ରକୋପ ଏକ ବର୍ଷ ଦଶ ମାସ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ଏହି କରୋନା ମହାମାରୀ ୨୦୨୧ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲିବ ଏବଂ ତା ପରେ ଏହା ସାମାନ୍ୟ ହୋଇ ଯିବ ।

କିନ୍ତୁ ଏହି ମହାମାରୀ ପାଇଁ ଅଧିକ ଚିନ୍ତା କରିବା ଉଚିତ ନୁହେଁ । ନିଜ ମନକୁ ଦୃଢ଼ କରନ୍ତୁ ଏବଂ ସକରାତ୍ମକ ଭାବନା ରଖନ୍ତୁ । ଆପଣ ଚିନ୍ତା ଏବଂ ନକରାତ୍ମକ ଭାବନା ଯୋଗୁଁ ଆପଣ ଅଧିକ ଅସୁସ୍ଥ ହୋଇ ପଡିବେ ଏବଂ ଅନେକ ଲୋକ ଏହି କଥା ଭାବି ଭାବି ହୃଦଘାତ ରେ ମଧ୍ୟ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ତେଣୁ ସକରାତ୍ମକ ଚିନ୍ତା ଏବଂ ସରକାର ଙ୍କ ନିୟମ କୁ ମାନି ରହିଲେ ଆପଣ ସୁରକ୍ଷିତ ହୋଇ ପାରିବେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

