ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୋରନା ମହାମାରୀ ର କବଳ ରେ ଅଛନ୍ତି ବିଶ୍ୱ ର ୨୨୨ ଟି ଦେଶ । କୋରନା ମହାମାରୀ ରେ ଅନେକ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ଅନେକ ନିଜର ପ୍ରାଣ ହରାଉଛନ୍ତି । କୋରନା ର ପ୍ରଥମ ଲହର ପରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଅଦୃଶ୍ୟ ଦ୍ଵିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି । ଆମ ଦେଶ ଭାରତ କଥା ନ କହିବା ହିଁ ଭଲ । ଇଲେକ୍ସନ ଓ କୁମ୍ଭ ମେଳା ଦ୍ବାରା କୋରନା ର ବେଗ ତୀବ୍ରତର ହୋଇଯାଇଛି । କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଆମ ଦେଶରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ଜଣେ ମଧ୍ୟ ବ୍ୟକ୍ତି କୋରନା ମହାମାରୀ ରେ ସଂକ୍ରମିତ ହୋଇ ନାହାନ୍ତି ।

କହିବାକୁ ଗଲେ ଏହି ସ୍ଥାନ କୁ ଛୁଇଁ ପାରି ନାହିଁ କୋରନା ମହାମାରୀ । ତେବେ ଏହା କେମିତି? ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଚୀନ ଦେଶ ରୁ ହୋଇଛି କୋରନା ମହାମାରୀ ର ଉତ୍ପତ୍ତି । ଗୋଟିଏ ପରେ ଗୋଟିଏ ଦେଶକୁ ସୀମା ଡେଇଁ ବ୍ୟାପୁଛି ଏହି କୋରନା ମହାମାରୀ ।

ଦେଶର ଚାରିଆଡ଼େ ପରିବ୍ୟାପ୍ତ କୋରନା । କିନ୍ତୁ ଦେଶର ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ପହଂଚି ପାରି ନାହିଁ କୋରନା । ଆଜ୍ଞା ହଁ ବନ୍ଧୁଗଣ । ଆପଣ ମାନେ ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ଏହି କଥା ଟି ସମ୍ପୂର୍ଣ୍ଣ ଭାବରେ ସତ୍ୟ ।

ଆଣ୍ଡାମାନ ନିକୋବର ଦ୍ବୀପ ପୁଞ୍ଜ ରେ ରହିଛି ଏଭଳି ଏକ ସ୍ଥାନ । ଯାହାର ନାମ ହେଉଛି ନର୍ଥ ସେଣ୍ଟିନଲ ଆଇଲ୍ୟାଣ୍ଡ । ଦ୍ବୀପ ରେ ସମୁଦାୟ କେତେ ଲୋକ ତାହା ଜଣା ନାହିଁ । କିନ୍ତୁ ଲୋକ ଙ୍କ ସଂଖ୍ୟା ୫୦ ରୁ ନେଇ ସର୍ବାଧିକ ୪୦୦ ବୋଲି ଅନୁମାନ କରାଯାଉଛି । କିନ୍ତୁ ପ୍ରଶ୍ନ ଏହା ଉଠିଛି ଯେ କଣ ପାଇଁ ନର୍ଥ ସେଣ୍ଟିନଲ ରେ ପହଁଚି ପାରି ନାହିଁ କୋରନା ? ପ୍ରକୃତ ଘଟଣା ଏହା ଯେ ନର୍ଥ ସେଣ୍ଟିନଲ ର ଅଧିବାସୀ ଶହ ଶହ ବର୍ଷ ହେବ ନିଜକୁ ଆଇସୋଲେସନ ରେ ରଖିଛନ୍ତି ।

ମଙ୍ଗଳ ଗ୍ରହ ରେ ଘର ବନାଇବାକୁ ଚେଷ୍ଟା ଚଳାଇ ଥିବା ମନୁଷ୍ୟ ଙ୍କ ସହିତ ଏମାନଙ୍କ କୌଣସି ସମ୍ପର୍କ ରହିନାହିଁ । ବର୍ତ୍ତମାନ ମଧ୍ୟ ଏମାନେ ନିଜର ପ୍ରାଚୀନ ଜୀବନ ଶୈଳୀ ରେ ବଞ୍ଚୁଛନ୍ତି । ସମୁଦ୍ର ରୁ ମାଛ ଧରି କିମ୍ବା ଜଙ୍ଗଲ ଜାତ ଦ୍ରବ୍ୟ ଦ୍ଵାରା ଏମାନେ ନିଜର ଜୀବିକା ନିର୍ବାହ କରିଥାନ୍ତି । ଏହି ନର୍ଥ ସେଣ୍ଟିନାଲ ର ପରିବେଶ ବହୁତ ସୁନ୍ଦର ଓ ଶାନ୍ତମୟ । କିନ୍ତୁ ବନ୍ଧୁଗଣ ଆପଣ ମାନେ ଏହି ସ୍ଥାନ କୁ ଯିବା ପାଇଁ କେବେବି ପ୍ରୟାସ କରିବେ ନାହିଁ । କାରଣ ଏହି ସ୍ଥାନରେ ଦୁନିଆ ର ସବୁଠାରୁ ଦୁ-ର୍ଦ୍ଧା-ନ୍ତ ଆଦିମ ଅଧିବାସୀ ମାନେ ।

ଯଦି କେହି ବି ଏହି ସ୍ଥାନ କୁ ଯାଇଛି ତେବେ ଜୀବନ ବଞ୍ଚାଇ ଫେରି ନାହିଁ । ଏହି କାରଣରୁ ଭାରତ ସରକାର ଏହି ପର୍ଯ୍ୟଟକ ମାନଙ୍କୁ ଏହି ସ୍ଥାନ କୁ ଯିବା ନିମନ୍ତେ ରୋକ୍ ଲଗାଇଛନ୍ତି । ଅର୍ଥାତ ଏହି ସ୍ଥାନ କୁ ଯିବା ପର୍ଯ୍ୟଟକ ମାନଙ୍କ ପାଇଁ ବ୍ୟାନ କରାଯାଇଛି । ନ୍ୟାଭି କ୍ଷେତ୍ରର ସୈନ୍ୟ ମାନଙ୍କୁ ମଧ୍ୟ ଏହି ସ୍ଥାନ କୁ ଯିବା ନିମନ୍ତେ ଅନୁମତି ନାହିଁ ।
ଏମାନଙ୍କୁ ଭାରତ ସରକାର ଙ୍କ ତରଫ ରୁ ବିଶେଷ ମାନ୍ୟତା ପ୍ରଦାନ କରାଯାଇଛି ଏବଂ ୨୦୦୫ ମସିହାରୁ ଏହି ଆଦିମ ଅଧିବାସୀ ମାନଙ୍କ ଜୀବନ ଶୈଳୀ ରେ କୌଣସି ପ୍ରକାର ହସ୍ତକ୍ଷେପ କରିବା ନିମନ୍ତେ ମନା କରି ଦେଇଛନ୍ତି ଭାରତ ସରକାର ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

