ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ‘ଜୟ ଯବାନ ଜୟ କିଶାନ’ । ଆମ ଭାରତ ଦେଶରେ ଥିବା ସମସ୍ତ ସେନାଧିକାରୀ ମାନେ ଆମ ମାନଙ୍କ ରକ୍ଷା ପାଇଁ ରାତି ଦିନ ଏକ କରିଦିଅନ୍ତି । ଏମିତିକି ସେମାନେ ନିଜ ଜୀବନର ବାଜି ମଧ୍ୟ ଲଗାଇ ଦିଅନ୍ତୁ ।
ଏମିତି ବହୁତ ସେନା ଯବାନ ଅଛନ୍ତି ଯେଉଁ ମାନେ ଆମ ଭାରତ ମାଟି ପାଇଁ ସହିଦ ହୋଇଛନ୍ତି । ସେଥିପାଇଁ ସେନାରେ ଥିବା ଯବାନ ମାନଙ୍କର ସମ୍ମାନ କରାଯାଇଥାଏ । ଗତ କିଛି ଦିନ ହେବ ଓଡିଆ ପୁଅ ଯଜ୍ଞ ନାରାୟଣ ଚନ୍ଦ୍ର ଦେଶ ପାଇଁ ସାହିଦ ହୋଇଥିଲେ । ତାଙ୍କ ବାପା ମାଙ୍କ ପାଖରେ କିଛି ବି କହିବା ପାଇଁ ଶବ୍ଦ ନାହିଁ । ନିଜ ପୁଅକୁ ଝୁରି ଝୁରି ଆଉ ରହି ପାରୁ ନାହାନ୍ତି ପ୍ରଫୁଲଙ୍କ ବାପା ମା ।

ବନ୍ଧୁଗଣ ବର୍ତ୍ତମାନ ଏହି ବୀର ଓଡିଆ ସୈନିକଙ୍କୁ ଶ୍ରନ୍ଧାଞ୍ଜଳି ଦିଆ ହେଉଛି । ଯଜ୍ଞ ନାରାୟଣ ଥିଲେ ତାଙ୍କ ଘରର ଏକ ମାତ୍ର ପୁଅ ଓ ସେ ନିଜ ଦେଶ ପାଇଁ ସହିଦ ହୋଇଗଲେ । ଘରେ ତାଙ୍କର ବୁଢା ବାପା ମା ପୁଅକୁ ଝୁରୁଛନ୍ତି । ଯେଉଁ ପୁଅ ପାଇଁ ସେମାନେ ଏତେ ସ୍ଵପ୍ନ ଦେଖିଥିଲେ ସେ ଆଜି ହଜି ଯାଇଛି ସିକିମର ସେହି ପାହାଡ ଅଞ୍ଚଳରେ । ବର୍ତ୍ତମାନ ତାଙ୍କ ଘରେ ଝୁଲୁଚି ଯଜ୍ଞ ନାରାୟଣଙ୍କ ସେହି ଆର୍ମି ପୋଷାକ । ଆଜି ମଧ୍ୟ ତାଙ୍କ ମା ଅତି ଯତ୍ନର ସହ ସାଇତି ରଖିଛନ୍ତି । ସେହି ପୋଷାକ ପିନ୍ଧି ଯୁଧ୍ୟ ଲଡିବାକୁ ଯାଇଥିଲେ ଯଜ୍ଞ ନାରାୟଣ ।

ସେହି ପୋଷାକରେ ଯଜ୍ଞଙ୍କ ସ୍ମୃତିକୁ ନେଇ ବଞ୍ଚିଛନ୍ତି ତାଙ୍କ ବୁଢୀ ମା । ୧୦ ମେ ୧୯୯୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସହିଦ ଯଜ୍ଞ ନାରାୟଣ କର । ଏକ ସାଧାରଣ ଘରେ ଜନ୍ମ ଲାଭ କରିଥିଲେ ଯଜ୍ଞ । ବାପା ବାହାର ରାଜ୍ୟରେ ମୂଲ ଲାଗି ନିଜ ପୁଅକୁ ପାଠ ପଢାଇଲେ । ଯଜ୍ଞ ମାତ୍ର ୨୧ ବର୍ଷ ବୟସରେ ସେନାରେ ଯୋଗ ଦେଇ ପୁନେରେ ଟ୍ରେନିଂ ନେଇଥିଲେ । ଏହା ପରେ ସେ ରାଜସ୍ଥାନର ଜୟପୁରରେ ପ୍ରଥମ ପୋଷ୍ଟିଙ୍ଗ ପାଇଥିଲେ ।

ସେନାରେ କିଛି ବର୍ଷ ରହିବା ପରେ ସିକିମରେ ପାଇଥିଲେ ଦ୍ଵିତୀୟ ପୋଷ୍ଟ । ଯଜ୍ଞ ନିଜ ଗାଁ ସହିତ ନିଜ ରେଜିମେଣ୍ଟରେ ମଧ୍ୟ ସମସ୍ତଙ୍କ ପ୍ରିୟ ଥିଲେ । ଏହା ପରେ ସେ ଆରତୀ ନାମକ ଏକ ମହିଳାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବାପା ମା ଓ ସ୍ତ୍ରୀଙ୍କ ସହିତ ହସଖୁସିରେ ଯଜ୍ଞ ନାରାୟଣଙ୍କ ଜୀବନ ଚାଲି ଥିଲା ।
ହେଲେ ଖରାପ ନଜର ଲାଗି ଯାଇଥିଲା ଏହି ଘର ଉପରେ । ୨୦ ଡିସେମ୍ବର ୨୦୨୦ରେ ଚୀନ ଓ ଭାରତ ସୀମାରେ ଥିବା ନାଥୁଲା ସିକିମରେ ସେ ଏକ ଗାଡିରେ ଯାଉଥିଲେ । ହେଲେ ଏକ ପାହାଡ ଉପରେ ଗାଡି ଯାଉଥିବା ବେଳେ ଖାଲକୁ ଖସି ଯାଇଥିଲା ତାଙ୍କ ଗାଡି ।

ଗାଡି ଖସିବା ପରେ ଯଜ୍ଞ ନାରାୟଣଙ୍କ ସହ ଅନ୍ୟ କେତେକ ସିପାହୀ ଘଟଣା ସ୍ଥଳରେ ସହିଦ ହୋଇଯାଇଥିଲେ । ସେହି ଦିନ ତାଙ୍କ ଗାଁରେ କାହା ଘରେ ବି ଚୁଲି ଜଳି ନଥିଲା । ବର୍ତ୍ତମାନ ତାଙ୍କ ବାପା ମା ନିଜ ପୁଅକୁ ଝୁରି ଝୁରି ବଞ୍ଚୁ ଛନ୍ତି । ତେବେ ଆପଣ ଜଣେ ସଚ୍ଚା ଭାରତୀୟ ହୋଇଥିଲେ ଆମ ଓଡିଆ ସହିଦ ଯବାନ ଭାଇଙ୍କ ପାଇଁ ଲାଇକ ଓ ସେୟାର ଅବଶ୍ୟ କରନ୍ତୁ । କମେନ୍ଟ କରନ୍ତୁ ଜୟ ହିନ୍ଦ ।

