ବନ୍ଧୁଗଣ, ଆମ ଦେଶ ଭାରତ ବର୍ଷ ରେ ଏଭଳି ଅନେକ ଘଟଣା ମାନ ପରିଲକ୍ଷିତ ହେଉଅଛି । ଆଜି ଆମ୍ଭେ ଆପଣ ମାନଙ୍କ ନିକଟରେ ଯେଉଁ ବିଷୟଟି ଉପସ୍ଥିତ କରିବାକୁ ଯାଉଅଛୁ, ତାହା ଏକ ଛୋଟ ବାଳକ ର ଅଟେ । ଏହି ବାଳକ ଜଣେ ମୃଦଙ୍ଗ କୁ ପଛରେ ପକାଇ ନିଜ ମୁହଁ ରେ ବଜାଉଛନ୍ତି ବାଜା । ଏଭଳି ଏକ କାରନାମା କରି ଦେଖାଇଛନ୍ତି ବୌଦ୍ଧ ଜିଲ୍ଲାର ଏକ କୁନି ବାଳକ । ବର୍ତ୍ତମାନ ଏହା ସୋ-ସି-ଆ-ଲ ମି-ଡି-ଆ ରେ ବହୁତ ଦୃତ ଗତିରେ ଭା-ଇ-ରା-ଲ ହେବାକୁ ଲାଗିଛି ।

କୁନି ବାଳକ ଜଣକ ନିଜ ହାତ ପାଟି ଏବଂ ଛାତି ର ସାହାର୍ଯ୍ୟ ରେ ଏଭଳି ସୁରିଲା ବାଜା ବଜାଉଛନ୍ତି, ଯେ ପାଖରୁ ଯିଏ ମଧ୍ୟ ଦେଖୁଛନ୍ତି ସେ ଟିକିଏ ରହି ଯାଉଛନ୍ତି । ଏହିଭଳି ବିସ୍ମୟ କାର୍ଯ୍ୟ କରି ଦେଖାଇଛନ୍ତି, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଟଖଟିଆ ସ୍କୁଲ ର ୭ ମ ଶ୍ରେଣୀର ଛାତ୍ର “ଜଗା” । ଆପଣ ମାନେ ଜଗା ର ବାଜା ବଜାଇବା ଢଙ୍ଗି କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଏଭଳି ଅନେକ ପ୍ରତିଭାଶାଳୀ ଛାତ୍ର ଛାତ୍ରୀ ଅଛନ୍ତି ଯେଉଁମାନେ କେଉଁ ନା କେଉଁ କାରଣ ବଶତ ଲୋକ ଲୋଚନ କୁ ଆସିପାରୁ ନାହାନ୍ତି । ମାତ୍ର ଏମାନଙ୍କ ସମାଜ ସାମ୍ନା କୁ ଆସି ପ୍ରଦର୍ଶଣ କରିବା ଆମ୍ଭ ମତରେ ଉଚିତ ହେବ । କାରଣ ଛାତ୍ର ହିଁ ଆମ୍ଭ ଦେଶର ଆଗାମୀ ଭବିଷ୍ୟତ । କେବଳ ଶିକ୍ଷା ଥିଲେ ହେବ ନାହିଁ । ବିଭିନ୍ନ ପ୍ରକାରର ପ୍ରତିଭା ମଧ୍ୟ ରହିବା ଆବଶ୍ୟକ ।

ତାହା ଯେ କୌଣସି ମାଧ୍ୟମ ହେଊ ମାତ୍ର ନିଜ ଭାବଢଙ୍ଗି ମାଧ୍ୟମରେ ଯେଉଁ ଛାତ୍ର ଅଥବା ବ୍ୟକ୍ତି ଅନ୍ୟକୁ ମୋହିତ କରି ପ୍ରଶଂସା ର ମୁଖପାତ୍ର ପାଲଟି ଯାଏ, ସେ ଅନ୍ୟ ମାନଙ୍କର ଆନନ୍ଦ ର ରହସ୍ୟ ମଧ୍ୟ ହୋଇଥାଏ । ଆପଣ ମାନେ ଥରେ ଏହି ବାଳକଟିର ବାଜ ବଜାଇବା ଢଳି କୁ ଦେଖନ୍ତୁ । ଆପଣ ନିଜେ ଅନୁଭବ କରି ପାରିବେ ଆମେ ଆପଣ ଙ୍କ ନିକଟରେ ପ୍ରସ୍ତୁତ କରୁଥିବା ଏହି ଛାତ୍ର ଜଣକ ସତରେ ପ୍ରଶଂସା ର ଯୋଗ୍ୟ କି ନାହିଁ ? ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

