NASA ଦେଲା ଭୟଙ୍କର ତଥ୍ୟ ! ଏହି ମସିହା ବେଳକୁ ଓଡ଼ିଶାର ପାରାଦୀପକୁ ଗିଳିଦେଇଥିବ ସମୁଦ୍ର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ, ହୁଏତ ଆପଣ ମାନେ ଏହି ଶୀର୍ଷକ କୁ ଦେଖି ଏହାକୁ ମଜାକ ବୋଲି ଭାବୁଥିବେ । କିନ୍ତୁ ଏହା କୌଣସି ଥଟ୍ଟା ନୁହେଁ, ଏହି ଖବର ସମ୍ପୂର୍ଣ୍ଣ ସତ୍ୟ ଅଟେ ।

ଆଉ କିଛି ବର୍ଷ ପରେ ଓଡ଼ିଶା ର ପାରାଦ୍ୱୀପ ଥିବ ସମୁଦ୍ର ଭିତରେ । ସମୁଦ୍ର ର ଅଧା ଫୁଟ ରୁ ତିନି ଫୁଟ ତଳେ ଥିବ ଓଡ଼ିଶା ର ବନ୍ଦର ଇଲାକା ପାରାଦ୍ୱୀପ । ଏହିଭଳି କିଛି ଅନୁମାନ କରିଛି ଆମେରିକା ର ଅନ୍ତରୀକ୍ଷ ଏଜେନ୍ସି ନାସା । ଆମେରିକା ର ସ୍ପେସ ଏଜେନ୍ସି ନାସା ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ୨୧୦୦ ମସିହା ବେଳକୁ ବିଶ୍ୱ କୁ ଅତ୍ୟଧିକ ଉତ୍ତାପ ର ସାମ୍ନା ହେବାକୁ ପଡ଼ିବ ।

ଏହି ସମୟ ମଧ୍ୟରେ ଯଦି ଅଙ୍ଗାରକାମ୍ଳ ନିର୍ଗତ ଓ ପ୍ରଦୂଷଣ ବନ୍ଦ ନ ହୁଏ ତେବେ ତାପମାତ୍ରା ୪.୪ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇପାରେ । ଅର୍ଥାତ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଏହିଭଳି ପରିସ୍ଥିତି ରେ ଯଦି ତାପମାତ୍ରା ବୃଦ୍ଧି ହେବ ତେବେ ଏହା ସ୍ପଷ୍ଟ ଯେ, ଗଚ୍ଛିତ ଥିବା ବରଫ ତରଳି ଯିବ ଏବଂ ଏହାର ଜଳ ସମତଳ ତଥା ସାମୁଦ୍ରିକ ଅଞ୍ଚଳରେ ବିନାଶ ସୃଷ୍ଟି କରିବ ।

ନାସା ର ପ୍ରୋଜେକ୍ସନ ଟୁଲ ରେ ବିଶ୍ଵର ଏକ ମାନଚିତ୍ର ପ୍ରଦର୍ଶିତ କରାଯାଇଛି ଏବଂ କେଉଁ ବର୍ଷରେ ପୃଥିବୀର କେଉଁ ଭାଗରେ ସମୁଦ୍ର ପତନ ବୃଦ୍ଧି ପାଇବ ସେହି ସମ୍ବନ୍ଧରେ ମଧ୍ୟ କୁହାଯାଇଛି । ସମଗ୍ର ବିଶ୍ୱ ରେ ଆଗାମୀ କିଛି ଦଶନ୍ଧି ମଧ୍ୟରେ କେତେ ଜଳ ସ୍ତର ବୃଦ୍ଧି ହେବ ସେ ନେଇ ନାସା ଏକ ସ୍ୱତନ୍ତ୍ର ମାନଦଣ୍ତ ପ୍ରସ୍ତୁତ କରିଛି ।

ଏହା ମଧ୍ୟରେ ପୃଥିବୀର ସମସ୍ତ ଦେଶର ସମୁଦ୍ର ପତ୍ତନ ମପା ଯାଇପାରେ । ଏହି ରିପୋର୍ଟ ରେ କୁହାଯାଇଛି ଯେ, ୨୧୦୦ ମସିହା ସୁଦ୍ଧା ଭାରତର ୧୨ଟି ସହର ଅଧା ଫୁଟ ରୁ ତିନି ଫୁଟ ସମୁଦ୍ର ରେ ଲୀନ ହୋଇଯିବ । ସେହି ୧୨ଟି ସହର ମଧ୍ୟରେ ଓଡ଼ିଶା ର ପାରାଦ୍ୱୀପ ମଧ୍ୟ ରହିବ ବୋଲି ନାସା ଟିମ୍ ଆଶଙ୍କା କରିଛି ।

ପାରାଦ୍ୱୀପ ବ୍ୟତୀତ ଭାବନଗର, କୋଚି, ମୋରମୁଗାଓଁ, ଓଖା, ତୁତିକୋରିନ, ମୁମ୍ବାଇ, ମଙ୍ଗାଲୋର, ଚେନ୍ନାଇ ଓ ବିଶାଖାପାଟଣମ୍ ମଧ୍ୟ ରହିଛି । ଏହି ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳ ରେ ଦେଶର ପ୍ରମୁଖ ବନ୍ଦର ଅଛି । ଯାହା ବିପଦ ସଂକୁଳ ରହିଛି ।

Leave a Reply

Your email address will not be published. Required fields are marked *