ଟ୍ରୋଲିଙ୍ଗ ର ଶିକାର ହେଲେ ଗୋଲ୍ଡ ମେଡାଲିଷ୍ଟ Neeraj Chopra, ପୋଷାକ କୁ ନେଇ କରାଗଲା ଖରାପ କମେନ୍ଟ

ନମସ୍କାର ବନ୍ଧୁଗଣ ଟୋକିଓ ଅଲମ୍ପିକ ରେ ସ୍ଵର୍ଣ ପଦକ ଜିତି ଇତିହାସ ରଚିଥିବା ନିରଜ ଚୋପ୍ରା ଚିଫ ଆଫ ଡିଫେନ୍ସ ଷ୍ଟାଫ ଜନରଲ ବିପିନ ରାୱତ ଏବଂ ସେନା ପ୍ରମୁଖ ଜନରଲ ଏମଏମ ନରବଣେ ମଙ୍ଗଳବାର ଦିନ ଦେଖା କରିଥିଲେ । ଏହି ମିଟିଙ୍ଗ ସାଉଥ ବ୍ଲକ ରେ ସନ୍ଧ୍ୟା ରେ ରେ ହୋଇଥିଲା ଏହି ସମୟରେ ନିରଜ ଚୋପ୍ରା ଙ୍କ ପରିଜନ ମଧ୍ୟ ଉପସ୍ଥିତ ଥିଲେ ।
ଭାରତୀୟ ସେନା ରେ ସୁବେଦାର ନିରଜ ଚୋପ୍ରା ଙ୍କ ସହ ଦେଖା କରିବା ସହିତ ଜେନେରାଲ ବିପିନ ରାୱତ ଏବଂ ଜେନେରାଲ ଏମ ଏମ ନରବଣେ ତାଙ୍କୁ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଥିଲେ ।

ତେବେ ଏହି ମିଟିଙ୍ଗ ପରେ ନିରଜ ଚୋପ୍ରା ବହୁତ ଟ୍ରୋଲ ହେଉଛନ୍ତି । ଅସଲରେ କଥା ହେଉଛି ଯେବେ ନିରଜ ଭାରତୀୟ ସେନା ଙ୍କ ଶୀର୍ଷ ଅଧିକାରୀମାନଙ୍କ ସହ ଦେଖା ହେବା ସମୟରେ ସେତେବେଳେ ସେ କାଗ୍ରୋ ପେଣ୍ଟ ଏବଂ ସ୍ପୋର୍ଟସ ଜୋତା ପିନ୍ଧିଥିଲେ । ଏହି ସମୟରେ ଏଥଲିଟ ଙ୍କୁ ଅଭିନନ୍ଦନ ନ ଜଣାଇ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି କାରଣ ନିରଜ ଆର୍ମି ୟୁନିଫର୍ମ ପିନ୍ଧି ନଥିଲେ ।

ସେଥିପାଇଁ ଏବଂ ବହୁତ ପ୍ରକାରର ଟ୍ୱିଟ ମଧ୍ୟ କରିଛନ୍ତି ନିରଜ ଙ୍କ ବିରୁଦ୍ଧରେ ତେବେ ସେହି ଭଳି ନିରଜ ଙ୍କୁ ବଞ୍ଚାଇ ଏବଂ ତାଙ୍କ ପକ୍ଷ ନେଇ ଅନେକ ଲୋକ ମଧ୍ୟ ନିରଜ ଙ୍କ ପାଇଁ ଟ୍ୱିଟ କରି ସେମାନଙ୍କ ମୁହଁ ବନ୍ଦ କରିଥିଲେ । ତେବେ ମିଟିଙ୍ଗ ରେ ଚିଫ ଅଫ ଡିଫେନ୍ସ ର ଅଧିକାରୀ ମାନେ ନିରଜ ଙ୍କୁ ସ୍ୱର୍ଣ୍ଣ ପଦକ ପାଇଁ ଅଭିନନ୍ଦନ ଜଣାଇବା ଏବଂ ପ୍ରଶଂସା କରିବା ସହ ସେଠାରେ ଉପସ୍ଥିତ ତାଙ୍କ ପରିବାର ଜନ ଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।

ତେବେ ଜେନେରାଲ ବିପିନ ରାୱତ ନିରଜ ଙ୍କୁ ପ୍ରଶଂସା କରି ଟ୍ୱିଟ କରିଥିଲେ କି ନିରଜ ଚୋପ୍ରା ପ୍ରାମାଣିତ କରି ଦେଇଛନ୍ତି କି ଯେତେବେଳେ କିଛି କରିବାର ଇଛା ଥାଏ ସେତେବେଳେ କେହି କିଛି ବି କରି ପାରେ । ଏହା ସହ ସେ ଅନ୍ୟ ଅଲମ୍ପିୟନ ଙ୍କ ଭଳି ଭାରତ କୁ ଗୌରବାନିତ କରି ଦେଇଛନ୍ତି । ଟୋକିଓ ଅଲମ୍ପିକ ରେ ସେ ଇତିହାସ ରଚି ଛନ୍ତି ଏବଂ ଆମର ବିଶ୍ୱାସ ରହିଛି କି ଆସୁଥିବା ବର୍ଷ ରେ ସେ ଆମ ଦେଶ ର ନାମ ଆହୁରି ଅଧିକ ବଢ଼ାଇ ଦେବେ ।

ଆପଣଙ୍କ ଉପଲବ୍ଧି ଅନ୍ୟ ଖିଲାଡି ମାନେ ଆମ ରାଷ୍ଟ୍ର ପାଇଁ ବହୁତ ସମ୍ମାନ ଏବଂ ଅଧିକ ସମ୍ମାନ ଦେବା ର ଆକାଂକ୍ଷା ଏବଂ ସଫଳ ହେବାର ପ୍ରେରିତ କରିବେ । ୨୩ ବର୍ଷ ର ନିରଜ ଭାରତୀୟ ସେନା ରେ ଚାରି ରାଜପୁତାନା ରାଇଫ୍ଲସ ରେ ଶାମିଲ ହୋଇଥିଲେ । ଭାରତୀୟ ସେନା ରେ ସାମିଲ ହେବା ପରେ ମିଶନ ଅଲମ୍ପିକ ବିଙ୍ଗ ଏବଂ ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ ପୁନେ ରେ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇ ଥିଲା ।

ମିଶନ ଅଲମ୍ପିକ ବିଙ୍ଗ ଖିଲାଡି ମାନଂକୁ ପ୍ରଶିକ୍ଷିତ କରିବା ପାଇଁ ଭାରତୀୟ ସେନା ର ଏକ ପ୍ରମୁଖ ପହଲ । ମିଶନ ଅଲମ୍ପିକ ବିଙ୍ଗ ରାଷ୍ଟ୍ର ରେ ଲକ୍ଷ୍ୟଭେଦ ରେ ଦୁଇ ଅଲମ୍ପିକ ରଜତ ପଦକ ଦେଇଥିଲେ । ନିରଜ ଙ୍କୁ ଖେଳ ରେ ଉତୃକଷ୍ଟା ପାଇଁ ୨୦୧୮ ରେ ଅର୍ଜୁନ ପୁରସ୍କାର ଏବଂ ୨୦୨୦ ରେ ବିଏସଏମ ରେ ସମ୍ମାନିତ କରା ଯାଇଛି । ଏହା ଛଡା ୧୬ ଅଗଷ୍ଟ ରେ ସବୁ ଖିଲାଡି ମାନଙ୍କୁ ସମ୍ମାନିତ କରାଯିବ ।

ଅଲମ୍ପିକ ରେ ନିରଜ ପ୍ରଥମ ଥର ୮୭.୦୩ ମିଟର ପକେଇଥିଲେ । ଯାହାର ବରାବାରି ଅନ୍ୟ କେହି ଖିଲାଡି କରି ପାରି ନଥିଲେ । ଫୁଣି ଦ୍ଵିତୀୟ ଥର ୮୭.୫୮ ମିଟର ଏବଂ ତୃତୀୟ ରେ ୭୬.୭୯ମିଟର ଏବଂ ଚତୁର୍ଥ ,ପଞ୍ଚମ, ଏବଂ ଷଷ୍ଠ ରେ ସେ ୮୦ ରୁ ଅଧିକ ମିଟର ପକାଇଥିଲେ । ଏହା ସହ ସେ ନିଜେ ନିଜର ରେକର୍ଡ ମଧ୍ୟ ଭାଙ୍ଗି ଥିଲେ । ନିରଜ ଇଣ୍ଡୋନେସିଆ ରେ ହୋଇଥିବା ଏସିୟନ ଗେମ୍ସ ରେ ୨୦୧୮ ରେ ୮୮. ୦୬ ମିଟର ପର୍ଯ୍ୟନ୍ତ ଫିଙ୍ଗିଥିଲେ ଏବଂ ସ୍ଵର୍ଣ ପଦକ ଜିତିଥିଲେ ।

Leave a Reply

Your email address will not be published. Required fields are marked *