ନିଜର ଅଶ୍ଳୀଳ ଭାଷା ର ପ୍ରୟୋଗ କୁ ନେଇ ମିଡିଆ ଆଗରେ କିଛି ଏମିତି କହିଲେ Sura Routray, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ସେ ମି-ଡ଼ି-ଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ ରାଉତରାୟ ଗତ ଅଗଷ୍ଟ ୧୦ ତାରିଖରେ ନିଜର ୭୮ ତମ ଜନ୍ମ ଦିବସ ପାଳନ କରିଥିଲେ ।

ସୁର ନିଜର ପରିବାର ବର୍ଗ ଏବଂ ସମର୍ଥକ ମାନଙ୍କ ଗହଣ ରେ ଧୁମଧାମରେ ନିଜର ଜନ୍ମଦିନ ପାଳନ କରିଥିଲେ । ସୁର ନିଜର ଜନ୍ମ ଉତ୍ସବ ପାଳନ କରିବା ପରେ କିଛି ଲୋକଙ୍କୁ ଟଙ୍କା ଦେଉ ଥିବାର ଦେଖିବାକୁ ମିଳିଥିଲା । ଏହା ପରେ ପାଖରେ ଥିବା କିଛି ଲୋକ ମଧ୍ୟ ସୁର ଙ୍କୁ ପଇସା ମାଗିଥିଲେ । ଯାହା ଦ୍ୱାରା ସୁର ଚିଡ଼ି ଯାଇଥିଲେ । ସୁର ରାଗିଯିବା ସହିତ ଅତି ଅ-ଶ୍ଳୀ-ଳ ଭା-ଷା ରେ ସେମାନଙ୍କୁ ଗା-ଳି କରୁଥିବା ଦେଖିବାକୁ ମିଳିଥିଲା ।

ତେବେ ସେହି ବ୍ୟବହାର ଏବଂ ଗା-ଳି ଗୁ-ଲ-ଜ କୁ ନେଇ ତାଙ୍କୁ ମିଡ଼ିଆ ପ୍ରଶ୍ନ କରିଥିବା ବେଳେ ସେ ଏହାର ଉତ୍ତର ରେ କହିଥିଲେ କି ଛୋଟ ବେଳୁ ଏହି ଅଭ୍ୟାସ ଅଛି । ବେଳେବେଳେ ରାଗରେ କିମ୍ବା ଚି-ଡି-ଗଲେ ମୁହଁ ରୁ ଦୋଅକ୍ଷରି ବାହାରି ଯାଏ । ତେବେ ବର୍ତ୍ତମାନ ମଲା ବେଳକୁ କିପରି ଭାବେ ଅଟକିବ ।

ଏହା ସହ ସେ କହିଥିଲେ କି କେହି ଯଦି ମ-ଦ ପିଇ କିମ୍ବା ଅ-ଭ-ଦ୍ର ଙ୍କ ଭଳି ହେଲେ ମୋ ପାଟିରୁ ଭାଷା ଅଭାଷା ବାହାରି ପଡେ କିନ୍ତୁ ତଥାପି ମୁଁ ୯୯ ଭାଗ ସୁଧାରି ସାରିଲିଣି । ଏହା ଛଡା ଯେତେ ବେଳେ ପଚରାଗଲା କି କଂଗ୍ରେସ ଛାଡି କିଛି ନେତା ଯିବା ପାଇଁ କହୁଛନ୍ତି । ତେବେ ଏହାର ଉତ୍ତର ରେ ସୁର କହି ଥିଲେ କି କଂଗ୍ରେସ ଏକ ବହୁତ ପୁରୁଣା ଦଳ ଏହା ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ଙ୍କ ଭଳି ନେତା ମାନେ ଥିଲେ ଯିଏ ଦେଶ ପାଇଁ ନିଜ ଜୀଵନ ଦେଇଛନ୍ତି ।

ଯଦି କିଛି ଲୋକ ଏହି ଦଳ କୁ ଛାଡି ଯିବା ପାଇଁ ଚାହୁଁଛନ୍ତି ତେବେ କିଛି ଅସୁବିଧା ନାହିଁ କାରଣ ଜଣେ ଗଲେ ଦଶ ଜଣ ଆସିବେ ତେଣୁ ଏଥିପ୍ରତି ମୋର ଚିନ୍ତା ନାହିଁ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *