ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ମିହିର ଦାସ । ଆପଣ ମାନେ ସମସ୍ତେ ମିହିରଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ମିହିର ହେଉଛନ୍ତି ଏକ ଏପରି କଳାକାର ଯିଏ ସମସ୍ତ ପ୍ରକାରର ଭୂମିକା ପଦର୍ଶନ କରନ୍ତି ।

ମିହିର ନିଜ ଅଭିନୟର ଜାଦୁ ଦେଖାଇ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ଆପଣ ମାନେ କଣ ମିହିରଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମିହିରଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଓଡିଆ ଅଭିନେତା ମିହିର ଦାସଙ୍କ ଜନ୍ମ ୧୭ ଫେବୃୟାରି ୧୯୬୬ ମସିହାରେ ମୟୂରଭଞ୍ଜରେ ହୋଇଥିଲା । ପିଲା ଦିନରୁ ମିହିରଙ୍କୁ ଅଭିନୟର ବହୁତ ରୁଚି ଥିଲା । ମିହିର ଦାସ ପ୍ରଥମେ ଓଡିଆ କଥାଚିତ୍ରରେ ଅଭିନୟ କରିଥିଲେ । ସେ ୧୯୭୯ ମସିହାରେ ‘ମଥୁରା ବିଜୟ’ରେ କାମ କରି ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ ।

ଏହା ପରେ ସେ ଅନେକ ଓଡିଆ ଫିଲ୍ମରେ ମୁଖ୍ୟ ଅଭିନେତାର ଭୂମିକାରେ ନଜର ଆସିଥିଲେ । ତାଙ୍କ ଅଭିନୟକୁ ଲୋକ ମାନେ ବେସ ପସନ୍ଦ କରିଥିଲେ ବହୁତ କମ ସମୟ ମଧ୍ୟରେ ମିହିର ଓଡିଆ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ମିହିର ଅଭିନେତା ହେବା ସହ କମେଡିଆନ ଓ ଭିଲିଆନର ଅଭିନୟ ମଧ୍ୟ କରିଛନ୍ତି । ନିଜ ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ମିହିର ଏକ ଅଭିନେତା ହେବା ସହ ଏକ ରାଜନୀତିଜ୍ଞ ମଧ୍ୟ ଅଟନ୍ତି । ସେ ବିଜେପି ଦଳରେ ସ୍ଥାନ ପାଇଛନ୍ତି । ମିହିର ୨୦୦ରୁ ଅଧିକ ଓଡିଆ ଫିଲ୍ମରେ କାମ କରିଛନ୍ତି । ସଙ୍ଗୀତା ଦାସଙ୍କ ସହ ମିହିର ବିବାହ କରିଥିଲେ ହେଲେ ୨୦୧୦ ମସିହାରେ ସଙ୍ଗୀତାଙ୍କ ନିଧନ ହୋଇଥିଲା । ମିହିର ଦାସଙ୍କ ଦୁଇଟି ପୁଅ ଅଛନ୍ତି ତାଙ୍କ ବଡ ପୁଅର ନାମ ହେଉଛି ଅମ୍ଳାନ ଦାସ । ଅମ୍ଳାନ ମଧ୍ୟ ଏକ ବଲିଉଡ ଅଭିନେତା ଅଟନ୍ତି ଓ ସେ ଅନେକ ଫିଲ୍ମରେ କାମ କରି ସଫଳତା ହାସଲ କରିଛନ୍ତି ।

ଅମ୍ଳାନଙ୍କ ଜନ୍ମ ୯ ମାର୍ଚ୍ଚ ୧୯୯୨ ମସିହାରେ କଟକରେ ହୋଇଥିଲା । ସେ ଗତ କିଛି ବର୍ଷ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ବର୍ତ୍ତମାନ ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ଅମ୍ଳାନଙ୍କ ପତ୍ନୀଙ୍କ ନାମ ହେଉଛି ଭୂମିକା ଦାସ । ମିହିର ନିଜ ପୁଅ ଓ ବୋହୁକୁ ବହୁତ ଅଧିକ ଭଲ ପାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ମିହିର ଦାସଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

