14 କିଲୋ ମିଟର ପାଦରେ ଚାଲି ଚାଲି Shikhar Dhawan ପରିବାର ସହିତ ପହଞ୍ଚିଲେ ବୈଷ୍ଣୋ ଦେବୀଙ୍କ ମନ୍ଦିରରେ, ମା’ ଙ୍କୁ ମାଗିଲେ ଏହି ଆଶୀର୍ବାଦ

ନମସ୍କାର ବନ୍ଧୁଗଣ ଭାରତୀୟ କ୍ରିକେଟ ଦଳର ଗବର ସିଂହ ନାମରେ ପରିଚିତ ଶିଖର ଧାବନ କୌଣସି ବଲିଉଡ ହିରୋ ଠାରୁ କିଛି କମ ନୁହେଁ । ସେ ନିଜର ଷ୍ଟାଇଲ,ଲୁକ ଏବଂ ସ୍ୱାଗ ରେ ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି ଏବଂ ତାଙ୍କର ମଧ୍ୟ ବଲିଉଡ ସୁପରଷ୍ଟାର ଭଳି ମିଲିୟନ ରେ ପ୍ରଶଂସକ ଅଛନ୍ତି । ସେ ମଧ୍ୟ ଝିଅ ମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ । ତେବେ ଶିଖର ସୋ-ସି-ଆ-ଲ ମି-ଡ଼ି-ଆ- ରେ ମଧ୍ୟ ଖୁବ ଆକ୍ଟିଭ ରୁହଁନ୍ତି ଏବଂ ନିଜର ଫୋଟୋ ଗୁଡିକ ମଧ୍ୟ ସେୟାର କରନ୍ତି ।

 

କୌଣସି ପର୍ବ ପର୍ବାଣୀ ରେ ପୋଷ୍ଟ କରି ନିଜ ଫ୍ୟାନ ମାନଂକୁ ଅଭିନନ୍ଦନ ମଧ୍ୟ ଜଣାଇ ଥାଆନ୍ତି । ତେବେ ବର୍ତ୍ତମାନ ତାଙ୍କର କିଛି ଫୋଟୋ ଖୁବ ଚର୍ଚ୍ଚା କିମ୍ବା ଭାଇରାଲ ହେଉଛି । ତେବେ ତାହା ହେଉଛି ଶିଖର ଧାବନ ଙ୍କ ବୈଷ୍ଣବ ଦେବୀ ଯାତ୍ରା ର ଫୋଟୋ ଗୁଡିକ । ତେବେ ଶିଖର ଦେବୀ ଦେବତାଙ୍କ ଉପରେ ବହୁତ ଆସ୍ଥା ରଖନ୍ତି ସେ ବର୍ଷ ର ଆରମ୍ଭ ରୁ ଅଷ୍ଟ୍ରେଲିଆ ରୁ ଫେରସ୍ତ ପରେ ବନାରସ ଯାଇ ମାତା ଗଙ୍ଗା ଙ୍କ ଆରତୀ ମଧ୍ୟ କରିଥିଲେ ।

ତେବେ ବର୍ତ୍ତମାନ ସେ ଶ୍ରୀଲଙ୍କା ର ୱାଇଟ ସିରିଜ ଖେଳିବା ପରେ ନିଜର ପରିବାର ସହିତ ସମୟ ବିତାଉଛନ୍ତି ଏବଂ ସେ ନିଜର ପରିବାର ଙ୍କ ସହିତ ମାତା ବୈଷ୍ଣବ ଦେବୀଙ୍କ ଦର୍ଶନ ପାଇଁ ନିଜର ଯାତ୍ରା ଆରମ୍ଭ କରିଥିଲେ ଏବଂ ତାହା ପୁଣି ପାଦ ରେ ୧୪ କିଲୋମିଟର ଚାଲି ଚାଲି ସେମାନେ ନିଜର ଯାତ୍ରା ପୂର୍ଣ୍ଣ କରିଥିଲେ ।

ତେବେ ସେହି ଯାତ୍ରା ସମୟ ର ଫୋଟୋ ପୋଷ୍ଟ କରି ସେ ଲେଖିଛନ୍ତି କି ତାଙ୍କର ପିଲା ଦିନର ସବୁ ସ୍ମୃତି ତାଙ୍କର ତାଜା ହୋଇ ଯାଇଛି ଏବଂ ସେ ପିଲାଦିନେ ଯେପରି ଆଖୁ ରସ ଏବଂ ମ୍ୟାଗି ଖାଇ ଯାଆନ୍ତି ସେହି ପରି ସେ ଏଥର ମଧ୍ୟ କରିଛନ୍ତି ଏବଂ ପିଲାଦିନେ ତାଙ୍କ ବାପା ତାଙ୍କୁ ନେଇ ଯାଉଥିଲେ ଏବଂ ବର୍ତ୍ତମାନ ମୁଁ ମୋ ବାପା ଙ୍କୁ ନେଇ ମାତା ବୈଷ୍ଣବ ଦେବୀ ଙ୍କ ଦର୍ଶନ କରାଇ ବହୁତ ଖୁସି ଲାଗୁଛି ।

ତେବେ ସେ ଏହି ଫୋଟୋ ରେ ୬ ଲକ୍ଷ ରୁ ଅଧିକ ଲାଇକ ଆସିବା ସହିତ ସେହେବାଗ ଙ୍କ ସମେତ ସମସ୍ତେ ଜୟ ମାତାଦି କମେଣ୍ଟ ମଧ୍ୟ କରିଛନ୍ତି । ଏହା ଛଡା ସେ ଯେତେବେଳେ କଟାର ବୈଷ୍ଣବ ଦେବୀ ଙ୍କ ଦର୍ଶନ ପାଇଁ ପହଂଚିଲେ ସେତେବେଳେ ଲୋକମାନେ ତାଙ୍କୁ ଦେଖା କରିବା ପାଇଁ ଭିଡ଼ ମଧ୍ୟ ଜମା କରି ଦେଇଥିଲେ । ତେବେ ଶିଖର କହିଛନ୍ତି କି ମାତା ତାଙ୍କ ର ସମସ୍ତ ମନୋକାମନା ପୂର୍ଣ୍ଣ କରିଛନ୍ତି ଏବଂ ଆଉ କିଛି ମନସ୍କାମନା ଅଛି ଯାହାକୁ ଜଣାଇବା ପାଇଁ ସେ ଏହି ପଦଯାତ୍ରା କରି ମାତାଙ୍କ ଦର୍ଶନ ପାଇଁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *