ଆଗକୁ ଆସୁଛି ପାର୍ବଣ ଋତୁ, ସାଙ୍ଗରେ ଆଣିପାରେ ତୃତୀୟ ଲହର, କେନ୍ଦ୍ର ଜାରି କଲା Guideline, ଦେଖନ୍ତୁ କଣ ନାଇଟ କର୍ଫ୍ୟୁ ହଟାଇବେ କି ରାଜ୍ୟ ସରକାର ?

ବର୍ତ୍ତମାନ ଏହି କୋରନା ମହାମାରୀ ର ପ୍ରଭାବ ଦେଶରେ ଧୀରେ ଧୀରେ କମିବାରୁ ବର୍ତ୍ତମାନ  ଧୀରେ ଧୀରେ ସ୍କୁଲ କଲେଜ ଅଫିସ ଖୋଲା ଗଲାଣି ଏବଂ ଓଡ଼ିଶାର କିଛି ରାଜ୍ୟ ର କିଛି ଜିଲ୍ଲାରେ ସମ୍ପୂର୍ଣ୍ଣ କଟକଣା ହଟେଇବା ସହିତ ଆଉ କିଛି ଜିଲ୍ଲା ରେ ବର୍ତ୍ତମାନ ମଧ୍ୟ ସଟଡାଉନ ଏବଂ ଲକଡାଉନ କରାଯାଇଛି ତେବେ ଏହା ଲୋକଙ୍କ ସୁରକ୍ଷା ପାଇଁ ହିଁ କରାଯାଇଛି । ତେବେ ଆଗକୁ ପାର୍ବଣ ଆସୁଛି। ପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର ।

ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ସାଙ୍ଗରେ ତୃତୀୟ ଲହର ଆଣିବା ନେଇ ଆଶଙ୍କା ଥିବାରୁ ରାଜ୍ୟ ଗୁଡିକୁ ସତର୍କ କରାଇଛି କେନ୍ଦ୍ର । କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି ଲେଖି ଟେଷ୍ଟିଂ, ଟ୍ରାକିଂ ଓ ଟିକାକରଣକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଏପଟେ ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ କିଭଳି ମାର୍ଗଦର୍ଶିକା ଜାରି କରିବେ ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ତେବେ ସୂଚନା ଅନୁସାରେ ସ୍ୱାସ୍ଥ୍ୟ ନିର୍ଦେଶକ ଙ୍କ କହିବା ଅନୁସାରେ କେରଳ ରେ ପଜିଟିଭ ସଂଖ୍ୟା ସେତେବେଳେ ବଢ଼ିଲା ଯେତେବେଳେ ଓନମ ପାଇଁ ସବୁ ଖୋଲା ଯାଇଥିଲା। ତେବେ ଦେଶ ରେ ପଜିଟିଭ ସଂଖ୍ୟା ଭିତରେ କେରଳ ରୁ ଅଧିକ ସଂଖ୍ୟକ ଲୋକ ପଜିଟିଭ ମିଳୁଛନ୍ତି। ଆସନ୍ତା ୩୧ରେ ଅଗଷ୍ଟ ଗାଇଡଲାଇନ ଶେଷ ହେଉଥିବାରୁ ପାର୍ବଣ ପାଇଁ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର କି ଗାଇଡଲାଇନ ଆଣୁଛନ୍ତି, ତା ଉପରେ ରହିଛି ସମସ୍ତଙ୍କ ନଜର ।

ନାଇଟ କର୍ଫ୍ୟୁ ହଟାଇବେ କି ରାଜ୍ୟ ସରକାର ? କଟକ, ଭୁବନେଶ୍ୱର ଓ ପୁରୀ ସହରରୁ ହଟିବ କି ସପ୍ତାହନ୍ତ ସଟଡାଉନ୍ ? ଏପଟେ କେରଳରେ ସଂକ୍ରମଣ ବଢ଼ି ଚାଲିଥିବାରୁ ଏଥିପ୍ରତି ସରକାର ସତର୍କ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେଣୁ ଏହାକୁ ଆଖି ଆଗରେ ରଖି ଏବଂ ଲୋକଙ୍କ ସୁରକ୍ଷା କୁ ଦେଖି ସରକାର ପାର୍ବଣ କୁ ନେଵା ନୂଆ ଗାଇଡ଼ ଲାଇନ ରେ ପୂର୍ବ ଭଳି କଟକଣା ଜାରି ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ତେବେ ତୃତୀୟ ଲହରୀ ରେ ଛୋଟ ପିଲାଙ୍କ ଉପରେ ଏହାର ପ୍ରଭାବ ଅଧିକ ହେବ ତେଣୁ ଏହାକୁ ଧ୍ୟାନ ରେ ରଖି ଠିକ ସମୟରେ ଏବଂ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡ଼ଲାଇନ ସରକାର ପ୍ରସ୍ତୁତ କରିବେ ଏବଂ ଆପଣଙ୍କ ପାଖରେ ପହଂଚାଇବ।ଏହା ଛଡା କିଛି ବି ହେଉ କିନ୍ତୁ ନିଜର ସୁରକ୍ଷା ଏବଂ ଯତ୍ନ ନେବା ଆବଶ୍ୟକ ଏବଂ କୋଭିଡ ର ସମସ୍ତ ପ୍ରୋଟୋକଲ ମାସ୍କ ପିନ୍ଧିବା,ସାନିଟାଇଜର ବ୍ୟବହାର ଆଦି କୁ ଠିକ ଭାବରେ ପାଳନ କରିବା ଉଚିତ।

ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତାମତ କଣ ? ଲକଡାଉନ ଉଠିବା ଆବଶ୍ୟକ କି ନୁହେଁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *