ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ସ୍ଥିତି ବହୁତ ଜଟିଳ ହୋଇସାରିଛି । ଦେଶରେ ଲକ୍ଷାଧିକ ଲୋକ ଏହି ଭାଇରସର ଚାପରେ ଆସିଯାଇଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଦେଶରେ କରୋନା ମହାମାରୀ ସଂକ୍ରମଣକୁ କମ କରିବା ପାଇଁ ସରକାର ବହୁତ ଚିନ୍ତାରେ ଅଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀ ସଂକ୍ରମଣ ତୀବ୍ର ଗତିରେ ବଢି ଚାଲିଛି । ହସ୍ପିଟାଲରେ ବେଡର ଅଭାବ ଓ ଆକ୍ସିଜେନର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି ।
ହେଲେ ବନ୍ଧୁଗଣ ବନ୍ଧୁଗଣ ଏହି କରୋନା ମହାମାରୀ କାଳରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ଏକ ବ୍ୟକ୍ତି ନିଜର ପ୍ରାଣ ହାରିବା ପରେ ମଧ୍ୟ କଣ୍ଟ୍ରୋଲ ରୁମରୁ ତାଙ୍କର କଲ ଆସୁଛି । ଏହି ମାମଲାଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

କରୋନାରେ ପ୍ରାଣ ହରାଇଥିଲେ ବି କଣ୍ଟ୍ରୋଲ ରୁମରୁ ବାରମ୍ବାର କଲ କରାଯାଉଛି । ହାଲଚାଲ ପଚରାଯାଉଛି । କଣ୍ଟ୍ରୋଲ ରୁମରୁ ଯାଉଥିବା କଲରେ ପଚରାଯାଉଛି ଯେ, ‘ଆପଣ ଗୋପାଳ ପାଣ୍ଡେ କହୁଛନ୍ତି-ହଁ କହୁଛି। ସ୍ୱାସ୍ଥ୍ୟ ବିଷୟରେ ବୁଝିବା ପାଇଁ ଫୋନ୍ କୋଭିଡ୍ କଣ୍ଟ୍ରୋଲ କେନ୍ଦ୍ରରୁ କହୁଛି, ଆପଣ ଆଇସୋଲେସନ୍ରେ ଅଛନ୍ତି ତ-ହଁ, ଆପଣଙ୍କ ଜ୍ୱର ଅଛି-ନାହିଁ, କାଶସର୍ଦ୍ଦି ଅଛି-ନାହିଁ, କଫ ଅଛି-ନାହିଁ, ଆପଣଙ୍କ ଅକ୍ସିଜେନ ସାଚୁରେସନ କେତେ ଅଛି-୯୮/୯୯ ରହୁଛି, ନିଶ୍ୱାସ ନେବାରେ ଅସୁବିଧା ଭୋଗ କରୁଛନ୍ତି-ନାହିଁ, ମୁଣ୍ଡ/ଦେହହାତ ବ୍ୟଥା ହେଉଛି-ନାହିଁ, ପତଳା ଝାଡ଼ା ହେଉଛି କି-ନାହିଁ, ଅନ୍ୟ କୌଣସି ଅସୁବିଧା ଅଛି-ନାହିଁ ।

ଠିକ୍ ଅଛି କୋଭିଡ୍ କେଣ୍ଟ୍ରାଲରୁ ଆପଣଙ୍କ ନିକଟରୁ ଦିନକୁ ଦୁଇ ଥର ଫୋନ୍ କରି ଆପଣଙ୍କ ହା-ନୀ-ଲାଭ ବୁଝିବୁ-ହଁ, ଆଉ କୌଣସି ଅସୁବିଧା ଅଛି କି-ହଁ, ମୋର ବହୁତ ପ୍ରୋବ୍ଲେମ ଅଛି। କହନ୍ତୁ-ମୁଁ ୨୭ ଏପ୍ରିଲରେ ଆଡ୍ମିଟ ହୋଇଥିଲି, ୨୮ ଏପ୍ରିଲ ସନ୍ଧ୍ୟା ୫.୪୫ରେ ମୋର ଡେ-ଥ୍ ହୋଇଥିଲା । ଆପଣ ଆତ୍ମା ସାଙ୍ଗରେ କଥା ହେଉଛନ୍ତି। ଏଁ…କଣ୍ଟ୍ରୋଲ ରୁମର ମହିଳା କେବଳ ଏଁ କହି ଚୁପ ରହିଯିବା ପରେ ନୀରବତା ଖେଳିଯାଇଥିଲେ ମଧ୍ୟ ଫୋନ୍ ଅନ୍ ଥିଲା । ବନ୍ଧୁଗଣ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ବନ୍ଧୁଗଣ କରୋନା ମହାମାରୀ କାଳରେ ଗତ ୨୭ ଏପ୍ରିଲରେ ବାରିକେଲର ଗୋପାଳ ପାଣ୍ଡେ କରୋନା ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେ ୨୮ ଏପ୍ରିଲ ଦିନ ନିଜର ପ୍ରାଣ ହରାଇ ଚାଲି ଯାଇଥିଲେ । ହେଲେ ଏସବୁ ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଖରେ କୌଣସି ଖବର ନାହିଁ ।

ଫଳରେ ଗୋପାଳଙ୍କ ରେଜିଷ୍ଟ୍ରେସନ ନମ୍ବରକୁ ହେଲ୍ପଡେସ୍କରୁ ବାରମ୍ବାର ଫୋନ ଆସିବାର ଖବର ଚିନ୍ତାର ବିଷୟ ପାଲଟିଛି । ଗୋପାଳଙ୍କ ମୃ-ତ୍ୟୁ ହୋଇଛି ବୋଲି ପରିବାରବର୍ଗ ବାରମ୍ବାର କହୁଥିଲେ ମଧ୍ୟ ଆଜିକୁ ୪ ଦିନ ହେଲା ଦିନକୁ ଲଗାତାର ୪ ଥର ହେଲ୍ପଡେସ୍କରୁ କଲ ଆସୁଛି । ଏହି ଦୁଃଖ ସମୟରେ ଜ୍ୱର ଅଛି, କାଶ ହେଉଛି ଆଦି ପ୍ରଶ୍ନ ପରିବାରବର୍ଗଙ୍କ କଟା ଘା’ରେ ଚୂନ ଲଗାଇବା ସଦୃଶ ହେଉଛି ବୋଲି ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ।
ଏହା ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

