ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହର ଧୀରେ ଧୀରେ ଥଣ୍ଡା ହେବାକୁ ଯାଉଥିବା ବେଳେ ତୃତୀୟ ଲହର ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗତ ବର୍ଷ କରୋନା ମହାମାରୀର ପ୍ରଥମ ଲହର ଆସିଥିଲା ଓ ଏହି ବର୍ଷ କରୋନାର ଦ୍ଵିତୀୟ ଲହର । ବିଶେଷଜ୍ଞ ମାନଙ୍କ ମତରେ ଏହି ବର୍ଷ ଶେଷ ଆଡକୁ ଏହାର ତୃତୀୟ ଲହର ଆସିପାରେ । ତୃତୀୟ ଲହରକୁ ରୋକିବା ପାଇଁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ର ସରକାର ଏନେଇ ଆଗାମୀ ସମୟରେ କିଛି ଗାଇଡଲାଇନ ଜାରି କରିପାରନ୍ତି ।

ବିଶେଷଜ୍ଞ ମାନଙ୍କ ମତରେ କରୋନାର ତୃତୀୟ ଲହର ଛୁଆ ମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ଏଥିପାଇଁ କେନ୍ଦ୍ର ସରକାର ୧୮ ରୁ କମ ବର୍ଷ ଛୁଆ ମାନଙ୍କ ପାଇଁ କିଛି ନୂଆ ଗାଇଡଲାଇନ ଜାରି କରିବାକୁ ଯାଉଛନ୍ତି । ୧୮ ରୁ କମ ବର୍ଷ ଛୁଆ ମାନଙ୍କୁ ଯଦି କରୋନା ହେବ ତା ହେଲେ ସେମାନଙ୍କ ଚିକିତ୍ସା ପାଇଁ ଏହି ଗାଇଡଲାଇନ ଜାରି ହେବାକୁ ଯାଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି ବନ୍ଧୁଗଣ ୧୮ ବର୍ଷରୁ କମ ବର୍ଷର ପିଲା ମାନଙ୍କୁ କରୋନ ହୁଏ ତା ହେଲେ ସେମାନଙ୍କୁ ରେମଡେସିବିର ନଦେବା ପାଇଁ କୁହାଯାଇଛି । ଯଦି ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତ୍ଵର ହେଉଛି ତା ହେଲେ ହିଁ ତାର ସିଟି ସ୍କାନ କରାଯାଇ ପାରିବ । ଛୋଟ ଛୁଆ ମାନଙ୍କ ଶରୀରରେ ରେମଡେସିବିରର ପ୍ରଭାବ କିପରି ପଡିବ ତାହା ବିଷୟରେ କୌଣସି ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଆସି ନାହିଁ ।

ଏହି ଗାଇଡଲାଇନଟି DGHS ମେଡିକାଲ ଟେକନିକାଲ ରେସଲ୍ଟ କରିଛି । ଫୁସଫୁସରେ ସଂକ୍ରମଣ ହୋଇଛି ନା ନାହିଁ ଜାଣିବା ପାଇଁ ସିଟି ସ୍କାନ କରାଯାଇଥାଏ । ଯେତେବେଳେ କୌଣସି ରୋଗୀକୁ ଔଷଧ ଦିଆଯାଏ ସେତେବେଳେ ସେହି ବ୍ୟକ୍ତିର ରୋଗପ୍ରତିଷେଧକ ଶକ୍ତିକୁ ଧ୍ୟାନରେ ରଖାଯାଇଥାଏ । ତେଣୁ ଛୋଟ ପିଲା ମାନଙ୍କ କ୍ଷେତ୍ରରେ ଡାକ୍ତର ମାନେ ତାଙ୍କ ଚିକିତ୍ସା ପ୍ରତି ଅଧିକ ଧ୍ୟାନ ଦେବେ ।

ଯଦି କୌଣସି ଛୁଆ କରୋନାରେ ଆକ୍ରାନ୍ତ ହେଉଛି ହେଲେ ତାର କିଛି ଲକ୍ଷଣ ଦେଖାଉ ନାହିଁ ତା ହେଲେ ତାର ୬ ମିନିଟ ୱାକ ଟେଷ୍ଟ କରାଯିବ । DGHS ୧୨ ରୁ ଅଧିକ ବର୍ଷ ଛୁଆ ମାନଙ୍କ ପାଇଁ ୬ ମିନିଟର ୱାକ ଟେଷ୍ଟ କରିବାକୁ ନିର୍ଦେଶ ଦେଇଛି । ୱାକ ଟେଷ୍ଟ କରିବା ସମୟରେ ଛୁଆର ଆଙ୍ଗୁଠିରେ ଆକ୍ସିମିଟର ଲଗାଇବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ତୃତୀୟ ଲହର ପାଇଁ ଏହି ସବୁ ଗାଇଡଲାଇନ ଜାରି କରାଯାଇଛି । ତେବେ ଆପଣ ମାନେ ଏହି ସବୁ ଗାଇଡଲାଇନର ପାଳନ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

