କରୋନା ପରେ ହେଉଥିବା କମଜୋରି, ଥକାପଣ, ଦେହ ଦରଜ ରୁ କିପରି ବଞ୍ଚିବେ ? Dr. Bimal Chaajer

ବର୍ତ୍ତମାନ ଦୁନିଆ ରେ ଯେଉଁ କରୋନା ମହାମାରୀ ର ଆତଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି । କାରଣ ଏହି ଭୁତାଣୁ କିମ୍ବା କରୋନା ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି ।

ଏବଂ ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ । କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ । ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ଏବଂ ବାହାରକୁ ଘରେ ମୁହଁରେ ମାସ୍କ ପିନ୍ଧନ୍ତୁ ଏବଂ ଖାଦ୍ୟ ଖାଇବା ପୂର୍ବରୁ ହାତ କୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ତେବେ ଏହି ମହାମାରୀ ରୁ ବଞ୍ଚିବା ପାଇଁ ସରକାର ଭ୍ୟାକ୍ସିନ ର ବ୍ୟବସ୍ଥା ମଧ୍ୟ କରିଛନ୍ତି ପ୍ରଥମ ପର୍ଯ୍ୟାୟ ଦ୍ଵିତୀୟ ପର୍ଯ୍ୟନ୍ତ ର ଅତିକ୍ରମ ରେ ଏହି ଭ୍ୟାକ୍ସିନ ଦିଆ ଯାଉଛି । ଏହା ଛଡା କରୋନା ଭଲ ହେବା ପରେ ଆମ ଶରୀର ଦୁର୍ବଳ ରହୁଛି ଏବଂ ଶରୀର ବିନ୍ଧା ବିନ୍ଧି ମଧ୍ୟ ହେଉଛି ତେବେ ଏହା କଣ ପାଇଁ ହେଉଛି ଏବଂ ଏହାର ଉପଚାର କିପରି କରି ପାରିବା ଆସନ୍ତୁ ଜାଣି ନେବା ।

କରୋନା ରୁ ଭଲ ହୋଇ ଯିବା ପରେ ଶରୀର ଦୁର୍ବଳ ହେବା କିମ୍ବା ବିନ୍ଧିବା ଚାଲିବାରେ କଷ୍ଟ ହେବା ଏହା ସବୁ ସାଧାରଣ ହୋଇଥାଏ । ଏହା ଆପେ ଆପେ ଯିବ ଭାରି । ଆପଣ ଙ୍କୁ ବାସ ଭଲ ଭାବରେ ବିଶ୍ରାମ ନେବାର ଅଛି । ପ୍ରଥମ ଚାରି ସପ୍ତାହ ପର୍ଯ୍ୟନ୍ତ ଆପଣ ବିଶ୍ରାମ କରିବା ଆବଶ୍ୟକ । ବିଶ୍ରାମ ର ଅର୍ଥ ନୁହେଁ ଖାଲି ଶୋଇ ରହିବା । କୌଣସି କଠିନ ଏବଂ ଭାରି କାମ କରନ୍ତୁ ନାହିଁ ।

ଦ୍ଵିତୀୟ ରେ ହେଉଛି ଭଲ ଭାବରେ ଶୋଇବା । ଆପଣ ପୁରା ଆଠ ଘଂଟା ଭଲ ଭାବରେ ଶୁଅନ୍ତୁ । ଭଲ ନିଦ ହେଲେ ଆପଣ ଙ୍କ ଶରୀର ରେ ଫୁର୍ତ୍ତି ଆସି ଥାଏ ଏବଂ ଆପଣ ଙ୍କ ମନ କୁ ମଧ୍ୟ ଭଲ ଲାଗିବ ।

ତୃତୀୟ ରେ ଆପଣ ଛୋଟ ମୋଟ ଯୋଗ ବ୍ୟାୟାମ କରି ପାରିବେ ଯେତିକି ଆପଣ ଙ୍କ ଦ୍ଵାରା ହୋଇ ପାରିବ ସେତିକି । ଆପଣ ପ୍ରୋଟିନ ଏବଂ ଭିଟାମିନ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ । ଡାଲି ଖାଆନ୍ତୁ,ଗଜା ବୁଟ ଖାଆନ୍ତୁ, ପନିର ଖାଇପାରିବେ । ଏହା ଛଡା ସବୁଜ ପନି ପରିବା ଖାଇ ପାରିବେ ଫଳ ମଧ୍ୟ ଖାଇ ପାରିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଏହା ଆମ ଶରୀର ରେ ବହୁତ ଲାଭ ଦାୟକ ହୋଇଥାଏ ଏବଂ ଗରମ ପାଣି ମଧ୍ୟ ପିଇ ପାରିବେ ଏହା ମଧ୍ୟ ଲାଭଦାୟକ । ତେବେ ନିଜର ସୁରକ୍ଷା ନିଜ ହାତରେ ହିଁ ତେଣୁ ସରକାର ଙ୍କ ନିୟମ ମାନନ୍ତୁ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *