ସେଦିନ ରାତିରେ ହସ୍ପିଟାଲରେ Rohit Sardana ଙ୍କ ସହିତ କଣ ହୋଇଥିଲା, ସେଠାରେ ଉପସ୍ଥିତ ଥିବା ତାଙ୍କ ସାଙ୍ଗ ଖୋଲିଲେ ରାଜ, କହିଲେ…

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ସ୍ଥିତି ବହୁତ ଜଟିଳ ହୋଇସାରିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଏହି ଭାଇରସ ଗତବର୍ଷ ପରି ଏହି ବର୍ଷ ମଧ୍ୟ କିଛି ଫେମସ ସେଲିବ୍ରେଟି ମାନଙ୍କ ପ୍ରାଣକୁ ନେଇ ଯାଇଛି । ବନ୍ଧୁଗଣ ଏହି ଭାଇରସ କେତେକ ଚଳଚିତ୍ର କଳାକାର, କେତେକ ଡାକ୍ତର ଓ କେତେକ ସାମ୍ବାଦିକ ମାନଙ୍କର ମଧ୍ୟ ପ୍ରାଣ ନେଇ ସାରିଛି ।

ବନ୍ଧୁଗଣ ଗତ କିଛି ଦିନ ତଳେ ତଥା ୩୦ ଏପ୍ରିଲ ଦିନ ଟିଭିର ଫେମସ ନ୍ୟୁଜ ଆଙ୍କର ରୋହିତ ସର୍ଦାନା ଏହି କାରୋନା ମହାମାରୀ ଚାପରେ ଆସି ନିଜର ପ୍ରାଣ ହରାଇଥିଲେ । ରୋହିତ ଟିଭିର ଫେମସ ନ୍ୟୁଜ ଚ୍ୟାନେଲ ‘ଆଜତକ’ ର ମୁଖ୍ୟ ନ୍ୟୁଜ ରିପୋର୍ଟର ଥିଲେ । ତାଙ୍କର ଦେ-ହା-ନ୍ତ ପରେ ଅନେକ ଲୋକ ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ ।

ବନ୍ଧୁଗଣ ଏକ ସୁସ୍ଥ ସବଳ ଲୋକ ଏପରି ହଠାତ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇ ଦେବ ବୋଲି କୌଣସି ଲୋକ ବିଶ୍ଵାସ କରିପାରିଲେ ନାହିଁ ହେଲେ ଏହା ସତ ଥିଲା । ରୋହିତଙ୍କ ସହ କଣ ହୋଇଥିଲା ତାହା ବିଷୟରେ ତାଙ୍କ ବେଷ୍ଟଫ୍ରେଣ୍ଡ ଏକ ଇଣ୍ଟର୍ବ୍ୟୁରେ କହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରୋହିତଙ୍କ ସାଙ୍ଗଙ୍କ ମତରେ, ‘୨୪ ଏପ୍ରିଲ ଦିନ ରୋହିତଙ୍କ କରୋନା ଟେଷ୍ଟ ହୋଇଥିଲା ଓ ତାଙ୍କର ପଜିଟିଭ ଆସିଥିଲା । ହେଲେ ସେ ସୁସ୍ଥ ଥିଲେ ଓ ଘରେ ରହି ଡାକ୍ତର କହିଥିବା ସମସ୍ତ କଥାର ପାଳନ କରୁଥିଲେ । ହେଲେ ୨୯ ତାରିଖ ରାତି ସମୟରେ ତାର ଶରୀର ଅସୁସ୍ଥ ହୋଇ ପଡିଥିଲା ଯାହା ଫଳରେ ସେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଡାକ୍ତରଙ୍କ ସହ କଥା ହେବା ପରେ ତାଙ୍କୁ ନୋଏଡାର ଏକ ବଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା’ ।

ଏହାପରେ ଆଗକୁ ତାଙ୍କ ସାଙ୍ଗ କହିଲେ, ‘ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେ ରାତି ୧୦.୩୦ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁସ୍ଥ ଥିଲେ ଓ ସମସ୍ତଙ୍କ ସହ ଭଲ ଭାବରେ କଥାବାର୍ତ୍ତା କରିପାରୁଥିଲେ । ରୋହିତଙ୍କ ମନରେ ମଧ୍ୟ ଏହା ଥିଲା ଯେ, ସେ ବହୁତ ଶୀଘ୍ର ସୁସ୍ଥ ହୋଇ ୨ ତାରିଖ ଦିନ ନିର୍ବାଚନ ପାଇଁ ପ୍ରସ୍ତୁତି କରିବେ । କାରଣ ସମସ୍ତ ନ୍ୟୁଜ ଆଙ୍କର ମାନଙ୍କ ପାଇଁ ଏହି ପରିକା ଦିନ ବହୁତ ବଡ ଦିନ ହୋଇଥାଏ । ରୋହିତ ୨ ତାରିଖ ପାଇଁ ବହୁତ କିଛି ପ୍ରସ୍ତୁତି ମଧ୍ୟ କରିସାରିଥିଲେ’ ।

ଏହାପରେ ଆଗକୁ ତାଙ୍କ ସାଙ୍ଗ କହିଥିଲେ, ‘ ଏହାପରେ ରାତିରେ ରୋହିତ ସୋଇପଡିଥିଲେ ହେଲେ ସଖାଳ ୪ ଟା ପରେ ତାଙ୍କ ଶରୀର କିଛି ମାତ୍ରାରେ ଅସୁସ୍ଥ ହୋଇ ପଡିଥିଲା ଯାହା ଫଳରେ ଡାକ୍ତର ମାନେ ଆସି ରୋହିତଙ୍କ ଚିକିତ୍ସା କରିଥିଲେ । ଏହା ପରେ ସଖାଳ ୧୦ ଟା ପରେ ସେ ହାର୍ଟ ଆଟାକ ହେବା କାରଣରୁ ନିଜ ପ୍ରାଣ ହରାଇଥିଲେ ।

ରୋହିତଙ୍କର ବ୍ଲଡ଼ ପ୍ରେସର ହାଇ ଥିଲା ଓ ତାଙ୍କ ଫୁସଫୁସରେ ମଧ୍ୟ ଇନଫେକସନ ହୋଇଯାଇଥିଲା । ଏହା ସହିତ କରୋନାର କୋପ ତାଙ୍କ ଶରୀର ସହିପାରିଲା ନାହିଁ । ଯାହାଫଳରେ ତାଙ୍କର ଦେ-ହା-ନ୍ତ ହୋଇଥିଲା’ । ତା ହେଲେ ଫ୍ରେଣ୍ଡ୍ସ ଏହି ମାମଲା ବିଷୟରେ ଆପଣଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *