ବନ୍ଧୁଗଣ ଗତ କାଲି ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ବହୁତ ବଡ ଦୁଃଖର ଖବର ଆସିଥିଲା । ଗତ କାଲି ବଲିଉଡ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ହା-ର୍ଟ ଆ-ଟା-କ କାରଣରୁ ନିଜ ପ୍ରାଣ ହରାଇଥିଲେ । ଏହି ଖବର ଆସିବା ପରେ ସଂପୂର୍ଣ୍ଣ ଦେଶରେ ଶୋକର ଛାୟା ଖେଳିଯାଇଥିଲା । ସିଦ୍ଧାର୍ଥ ଥିଲେ ଏକ ସଫଳ ଅଭିନେତା ସେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଥିଲେ । ହିନ୍ଦୀ ଟେଲିଭିଜନ ସହିତ ସେ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଥିଲେ । ସେ ହିନ୍ଦୀ ରିଆଲିଟି ସୋ ‘ବିଗ ବସ’ର ବିଜେତା ମଧ୍ୟ ହୋଇଥିଲେ ।

କାଲି ତାଙ୍କ ମୃତ୍ୟୁର ଖବର ଜାଣିବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସିଦ୍ଧାର୍ଥଙ୍କ ମୃ-ତ୍ୟୁ ପାଇଁ ହାର୍ଟ ଆ-ଟା–କର କାରଣ କୁହାଯାଇଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଏହାର ତ-ଦ-ନ୍ତ କରୁଛି । କିନ୍ତୁ ବନ୍ଧୁଗଣ ଶେଷ ଦିନରେ ସିଦ୍ଧାର୍ଥଙ୍କ ସହ କଣ ସବୁ ହୋଇଥିଲା ତାହା ବିଷୟରେ ଅଧିକାଂଶ ଲୋକ ଜାଣି ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସିଦ୍ଧାର୍ଥଙ୍କ ଏକ ସାକ୍ଷାତକାରରେ କହିଛନ୍ତି, ଶେଷ ଦିନ ରାତିରେ ସିଦ୍ଧାର୍ଥ ଔଷଧ ଖାଇ ସୋଇପଡିଥିଲେ । ହେଲେ ରାତି ୩ଟାରେ ତାଙ୍କ ନିଦ ଭା-ଙ୍ଗି ଯାଇଥିଲା । ସେହି ସମୟରେ ତାଙ୍କ ମା ଯୋଗ କରିବାକୁ ଉଠିଥିବା ବେଳେ ସିଦ୍ଧାର୍ଥ ନିଜ ମାଙ୍କୁ ତାଙ୍କର ଛାତିରେ କଷ୍ଟ ହେଉଥିବାର କହିଥିଲେ ।

ହେଲେ ତାଙ୍କ ମା ଭାବିଲେ ଏହା ହେଉଛି ଏକ ସାଧାରଣ ସମସ୍ୟା । ତେଣୁ ସେ ସିଦ୍ଧାର୍ଥଙ୍କୁ ଏକ ଗ୍ଳାସ ପାଣି ଦେଇ ଶୋଇବାକୁ କହିଥିଲେ । ଏହା ପରେ ସିଦ୍ଧାର୍ଥ ସୋଇ ଯାଇଥିଲେ କିନ୍ତୁ ତାଙ୍କ ମା ଜାଣି ନଥିଲେ ସିଦ୍ଧାର୍ଥ ଆଉ କେବେ ଉଠିବେ ନାହିଁ । ସଖାଳ ସମୟରେ ଯେତେବେଳେ ତାଙ୍କ ମା ତାଙ୍କ ପାଖକୁ ଯାଇ ତାଙ୍କୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ ସେତେବେଳେ ସେ ଆଉ ଉଠି ନଥିଲେ । ସେ ସବୁଦିନ ପାଇଁ ସୋଇଯାଇଥିଲେ ।

ଏହାପରେ ତାଙ୍କ ମା ସଂପୂର୍ଣ୍ଣ ଡରି ଯାଇ ସିଦ୍ଧାର୍ଥଙ୍କ ଭଉଣୀଙ୍କୁ ଫୋନ କରି ଡ଼ାକିଥିଲେ । ତାଙ୍କ ଭଉଣୀ ମଧ୍ୟ ସିଦ୍ଧାର୍ଥଙ୍କୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ ହେଲେ ସିଦ୍ଧାର୍ଥ ଉଠି ନଥିଲେ । ଏହା ପରେ ସେମାନେ ସିଦ୍ଧାର୍ଥଙ୍କୁ ନେଇ ମୁମ୍ବାଇର କୁପର ହସ୍ପିଟାଲ ଯାଇଥିଲେ । ହସ୍ପିଟାଲ ଯିବା ପରେ ତାଙ୍କୁ ମୃ-ତ୍ୟୁ ଘୋଷିତ କରଯାଇଥିଲା । ଏହି ଖବର ଜାଣିବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା । ମାତ୍ର ୪୦ ବର୍ଷ ବୟସରେ ଗୋଟେ ଲୋକ କିପରି ମରିବ ବୋଲି ଲୋକମାନେ କହିଥିଲେ ।

ସିଦ୍ଧାର୍ଥଙ୍କ ପରିବାର ଲୋକ ସଂପୂର୍ଣ୍ଣ ଭାବରେ ଭା-ଙ୍ଗି ପଡିଥିଲେ । ବନ୍ଧୁଗଣ ଶେଷ ଥର ପାଇଁ ସିଦ୍ଧାର୍ଥ ଶୁକ୍ଲା ବଲିଉଡ ଅଭିନେତା କରନ କୁନ୍ଦରାଙ୍କ ସହ କଥା ହୋଇଥିଲେ । କରନ ସିଦ୍ଧାର୍ଥଙ୍କ ସଫଳତା ବିଷୟରେ କହିଥିଲେ । ସିଦ୍ଧାର୍ଥ ବହୁତ କମ ବର୍ଷ ବୟସରେ ସଫଳତା ହାସଲ କରିଛନ୍ତି ବୋଲି କରନ କହିଥିଲେ । ବର୍ତ୍ତମାନ ପୋଲିସ ଏହି କେସର ତଦନ୍ତ କରୁଛି ଓ ସିଦ୍ଧାର୍ଥଙ୍କ ପରିବାର ଲୋକଙ୍କ ସହ କଥା ବାର୍ତ୍ତା ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସିଦ୍ଧାର୍ଥ ଶୁକ୍ଲା କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

