ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ତାଜା ଖବର ଜାଣିଥିବେ କି ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ହୃ-ଦ-ଘା-ତ ରେ ମୃ-ତ୍ୟୁ ଘଟିଛି । ତେବେ ସେ ବର୍ତ୍ତମାନ ୪୦ ବର୍ଷ ର ଥିଲେ । ସେ ବାଳିକା ବଧୂ, ଦିଲ ସେ ଦିଲ ତକ୍, ଆଦି ଧାରାବାହିକ ରେ ସେ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଥିଲେ । ତେବେ ସେ ବିଗ ବସ ୧୩ ରେ ଅଧିକ ସଫଳତା ହାସଲ କରିଥିଲେ ।

ତେବେ ଏହି ବିଗ ବସ ରେ ସେ ଶେହନାଜ ଗିଲ ଙ୍କ ବହୁତ ନିକଟତର ହୋଇଥିଲେ ଏବଂ ଦର୍ଶକ ମାନେ ମଧ୍ୟ ଦୁହିଁଙ୍କ ଯୋଡି କୁ ଖୁବ ଭଲ ମଧ୍ୟ ପାଉଥିଲେ । ତେବେ ସିଦ୍ଧାର୍ଥ ଏବଂ ସେହନାଜ ଙ୍କ ସହ ଏକ ମିୟୁଜିକ ଭି-ଡି-ଓ ମଧ୍ୟ ରିଲିଜ ହୋଇଥିଲା । ତେବେ ସିଦ୍ଧାର୍ଥ ଏବଂ ଶେହନାଜ ଙ୍କ ଫ୍ୟାନ ମାନେ ତାଙ୍କୁ ସିଡନାଜ ବୋଲି ମଧ୍ୟ ଡାକୁଥିଲେ । ତେବେ ଏହି ଦୁଃଖଦ ଖବର ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସମସ୍ତ ଙ୍କ ମନରେ ଦୁଃଖ ଭରି ଦେଇଯାଇଛି ।

ତେବେ ସୂଚନା ଅନୁସାରେ ଶେହନାଜର ବର୍ତ୍ତମାନ ହାଲତ ବହୁତ ଖରାପ ଅଛି । ସେ ଏହି ଖବର କି ବିଶ୍ୱାସ ବି କରି ପାରୁ ନାହାନ୍ତି । ସୂଚନା ରୁ ଜଣା ପଡ଼ିଛି କି ସବୁଦିନ ଭଳି କାଲି ମଧ୍ୟ ଶେହନାଜ ସିଦ୍ଧାର୍ଥ କୁ ଡାକିବା ପାଇଁ ଯାଇଥିଲେ କିନ୍ତୁ ସେ ଉଠି ନଥିଲେ ପରେ ନିଜ କୋଳରେ ମଧ୍ୟ ଶୁଆଇ ଥିଲେ କିନ୍ତୁ ସିଦ୍ଧାର୍ଥ କୌଣସି ଉତ୍ତର ଦେଇ ନଥିଲେ । ତେବେ ପରେ ଶେହନାଜ ସିଦ୍ଧାର୍ଥ ଙ୍କ ପରିବାର ଲୋକ କିଂ ଡାକିଥିଲେ ଏଵଂ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ।

ତେବେ ଶେହନାଜ ଙ୍କ ବାପାଙ୍କ କହିବା ଅନୁସାରେ ତାଙ୍କ ଝିଅ ଭା-ଙ୍ଗି ପଡିଛି ଏବଂ ସେ କହୁଛି କି ମୋ ହାତରେ ମୋ କୋଳରେ ସେ ଆଖିବନ୍ଦ କରିଦେଲା ମୁଁ ତା ବିନା କିପରି ବଞ୍ଚିବି । ସେ ଏହା ମଧ୍ୟ କହି ଛନ୍ତି କି ଆଉ ଟିକେ ପରେ ତାକୁ ଜାଲିଦେବେ ମୁ କେମିତି ରହିବି । ତେବେ ଅନେକ ଫ୍ୟାନ ଏବଂ ସେଲିବ୍ରେଟି ମାନେ ଶେହନାଜ ଙ୍କ ପାଇଁ ଭୟ ବହୁତ ଦୁଃଖ ପ୍ରକାଶ କରି ଅନେକ ଟ୍ୱିଟ ମଧ୍ୟ କରିଥିଲେ ।

କିଏ ଲେଖିଛି କି ମୁଁ ସିଡନାଜ କୁ ବିବାହ ବନ୍ଧନରେ ଦେଖିବା ପାଇଁ ଚାହୁଁଥିଲି କିନ୍ତୁ ଭଗବାନ ଙ୍କୁ କିଛି ଆଉ କରିବାର ଥିଲା । ଆଉ ଜଣେ ଶେହନାଜ ଏବଂ ତାଙ୍କ ପରିବାର ଲୋକଙ୍କୁ ସହାନୁଭୂତି ଦେଉଥିଲେ । ତେବେ ଏହା ଟିଭି ଇଣ୍ଡଷ୍ଟ୍ରୀ ପାଇଁ ଅପୁରଣୀୟ କ୍ଷତି ଅଟେ ।

