ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହରକୁ ଆଖି ଆଗରେ ରଖି ଭାରତ ସରକାର ଦେଶରେ କରୋନା ଟୀକା ପ୍ରଚଳନ କରିଛନ୍ତି । ଗତ ମାସରୁ ଅନେକ ଲୋକ ଟୀକା ନେଇସାରିଛନ୍ତି । ବର୍ତ୍ତମାନ ମଧ୍ୟ ଭାରତରେ ଟୀକା କାରଣ ବ୍ୟବସ୍ଥା ଚାଲିଛି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ଟୀକା ହେଉଛି ଏକ ମୁଖ୍ୟ ଅସ୍ତ୍ର । ଟୀକା କାରଣ ସହିତ ଭାରତ ସରକାର ଦେଶରେ ଅନେକ ପ୍ରକାରର ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି । ଟୀକାକୁ ନେଇ ଅନେକ ଲୋକଙ୍କ ମନରେ କିଛି ଦ୍ଵନ୍ଦ ଚିନ୍ତାଧାରା ରହିଛି । ବନ୍ଧୁଗଣ ଟୀକା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ସହ କରୋନା ଭାଇରସ ସହ ଲଢିବାରେ ଲାଭଦାୟକ ହୋଇଥାଏ ।

ବନ୍ଧୁଗଣ ଟୀକାର ରୋଗପ୍ରତିଷେଧକ ଶକ୍ତି କେତେ ଦିନ ପର୍ଯ୍ୟନ୍ତ ଶରୀରରେ ରୁହେ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଭାରତର ବର୍ତ୍ତମାନ ପାଞ୍ଚଟି ଟୀକା ଦିଆଯାଉଛି । ପ୍ରଥମଟି ହେଉଛି କୋଭିସିଲ୍ଡ, ଦ୍ଵିତୀୟଟି ହେଉଛି କୋଭ୍ୟାକ୍ସିନ, ତୃତୀୟଟି ହେଉଛି ସ୍ପୁଟିନିକ ଭି, ଚତୁର୍ଥ ଟୀକାଟି ହେଉଛି ମଡର୍ନା ଏମଆର ଆରଏନଏ ଓ ପଞ୍ଚମ ଟୀକାଟି ହେଉଛି ଫିଜର ଏମ ଆରଏନଏ ।

କୋଭ୍ୟାକ୍ସିନ ୮୧ ପ୍ରତିଶତ ଆମ ଶରୀରରେ କାମ କରୁଛି, କୋଭିସିଲ୍ଡ ୯୦ ପ୍ରତିଶତ, ସ୍ପୁଟିନ ଭି ୯୧. ୬ ପ୍ରତିଶତ, ମଡର୍ନା ଏମଆର ଆରଏନଏ ୯୪ ପ୍ରତିଶତ ଓ ଫିଜର ଏମ ଆରଏନଏ ୯୫ ପ୍ରତିଶତ କାମ କରୁଛି । ବିଶେଷଜ୍ଞ ମାନଙ୍କ ମତରେ, ମଣିଷ ଶରୀରରେ ଟୀକା କେତେକ ସମୟ ପର୍ଯ୍ୟନ୍ତ କାମ କରିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ଏହା କିଛି ମାସ ବା କିଛି ବର୍ଷ ପର୍ଯ୍ୟନ୍ତ ଆମ ଶରୀରରେ କାମ କରିପାରେ ।

ହେଲେ ଆଗାମୀ ସମୟରେ କିଛି ରିସର୍ଚରୁ ଏହା ଜଣା ପଡିବ ଯେ, ଟୀକାର ରୋଗ ପ୍ରତିଷେଧକ ଶକ୍ତି ଆମ ଶରୀରରେ କେତେକ ସମୟ ପର୍ଯ୍ୟନ୍ତ ରହିବ । କେତେକ ବିଶେଷଜ୍ଞ ମାନଙ୍କ ମତରେ ଏହି ଟୀକା ଆଜୀବନ ପର୍ଯ୍ୟନ୍ତ ଆପଣଙ୍କ ଶରୀରକୁ ରକ୍ଷା କରିପାରିବ ନାହିଁ । ତେଣୁ ଆପଣ ମାନଙ୍କୁ ଟୀକା ନିଜ ଜୀବନରେ ବାରମ୍ବାର ନେବାକୁ ପଡିପାରେ । ବିଶେଷଜ୍ଞ ମାନଙ୍କ ମତରେ ଯେତେବେଳେ ଆପଣ ଟୀକାର ଦୁଇଟି ଡୋଜ ନେଇଯିବେ ନେବାର ଦୁଇ ସପ୍ତାହ ପରେ ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବହୁତ ମାତ୍ରାରେ ବଢିଯିବ ।

ଯଦି ଆପଣ ଗୋଟିଏ ଡୋଜ ନେଉଛନ୍ତି ତା ହେଲେ ଦୁଇ ସପ୍ତାହ ପରେ ଆପଣଙ୍କ ଶରୀରର ରୋଗପ୍ରତିଷେଧକ ଶକ୍ତି ୮୦ ପ୍ରତିଶତ ବଢିଯିବ ଓ ଯେତେବେଳେ ଆପଣ ଦ୍ଵିତୀୟ ଡୋଜ ନେଇଯିବେ ନେବାର ଦୁଇ ସପ୍ତାହ ପରେ ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି ୯୦ ପ୍ରତିସତ ବୃଦ୍ଧି ହୋଇଯିବ ।
ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ନିଜ ଜୀବନରେ ବାରମ୍ବାର ଟୀକା ନେବାକୁ ପଡିପାରେ । ହେଲେ ବର୍ତ୍ତମାନ ବୈଜ୍ଞାନିକ ମାନେ ଏନେଇ ରିସର୍ଚ କରୁଛନ୍ତି ଓ ଆଗାମୀ ସମୟରେ ଟୀକା ସମ୍ବନ୍ଧରେ ଅନେକ ସୂଚନା ଆପଣ ମାନେ ପାଇବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସୂଚନାଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

