ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହର ନିଜ କୋପ ବର୍ଷାଇଛି । ଏହି ଭାଇରସରେ ଲକ୍ଷାଧିକ ଲୋକ ସଂକ୍ରମଣ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ଛନ୍ତି ।
ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଅନେକ ଗାଇଡଲାଇନ ଜାରି କରିଛନ୍ତି । ହେଲେ ବନ୍ଧୁଗଣ ଅନେକ ଲୋକଙ୍କ ମନରେ ଏହି ଭାଇରସ ପ୍ରତି ଭୟ ଆସିଯାଇଛି । ଏହି କରୋନା କାଳ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଭିଡିଓରେ କିଛି ଲୋକ ପାଣି ମଧ୍ୟରେ ରହି ପ୍ରଭୁ ଜଗନ୍ନାଥଙ୍କ ପୂଜା କରୁଛନ୍ତି । ହେଲେ ଏହି ପୂଜା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ବନ୍ଧୁଗଣ ଏହି ପୂଜା କରିବାର ମୂଳ ଲକ୍ଷ ହେଉଛି କରୋନା ମହାମାରୀ ଠାରୁ ରକ୍ଷା । ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭିଡିଓରେ ଏକ ବୃଦ୍ଧ ମଣିଷ ପାଣିରେ ଯୋଗାସନ କରିଛନ୍ତି । ତାଙ୍କ କପାଳରେ ଥୁଆ ହୋଇଛି ଜଳୁଥିବା ଦୀପ ଓ ପେଟ ଉପରେ ରକ୍ଷା ଯାଇଛି ପ୍ରଭୁ ଜଗନ୍ନାଥଙ୍କ ରଥ । ଏହି ଆସନ କରିବା ସମୟରେ ଭାଗବତ ପାଠ ଏବଂ ପୂଜା ମଧ୍ୟ ଚାଲିଛି । କରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ଏହି ପୂଜା କରାଯାଉଛି । ଏହି ଅଦୃଶ୍ୟ ରୋଗ କରୋନା ଠାରୁ ମୁକ୍ତି ପାଇବା ପାଇଁ ଜଳଯୋଗ କରୁଛନ୍ତି ଏହି ବ୍ୟକ୍ତି ଜଣକ ।

ବନ୍ଧୁଗଣ ବର୍ତ୍ତମାନର ସମୟ ବହୁତ ଶୋଚନୀୟ ହୋଇସାରିଛି । କାରଣ ଏହି ଭାଇରସ ସମସ୍ତ ଲୋକଙ୍କୁ ସଂକ୍ରମିତ ହେଉଛି । ନିଜର ପ୍ରାୟଜନ ମାନଙ୍କୁ ହରାଇ ଲୋକ ମାନେ ହାରାସ ହୋଇସାରିଛନ୍ତି ଓ ଭାବୁଛନ୍ତି ବୋଧେ ଭଗବାନ ଜଗନ୍ନାଥ ତାଙ୍କ ଭକ୍ତ ମାନଙ୍କ ଉପରେ ରୁଷ୍ଠ ହୋଇଯାଇଛନ୍ତି ।
ବନ୍ଧୁଗଣ ଜଳଯୋଗ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଖୋର୍ଦ୍ଧା ଜଙ୍କିଆ ଥାନା ସରପାରି ଗାଁର ସୁଦାମ ଚରଣ ସାହୁ । ମାଲଗୁଣୀ ନଦୀରେ ଦୀର୍ଘ ଚାରି ଘଣ୍ଟା ଧରି ଯୋଗ କରିଛନ୍ତି ସୁଦାମ । ସୁଦାମଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି ।

ମାନବ ସମାଜରେ ରକ୍ଷା ପାଇଁ ସୁଦାମ ଏହି ବଡ ପ୍ରୟାସ କରିଛନ୍ତି । ଏହି ଭିଡିଓ ପ୍ରତି ଲୋକମାନେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏହି ମହାମାରୀ ପାଇଁ ଅନେକ ଲୋକ କେତେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଲକଡାଉନ କାରଣରୁ ଲୋକମାନେ ନିଜର ଜୀବିକା ବନ୍ଦ କରି ଘରେ ରହୁଛନ୍ତି ଓ ଜନସାଧାରଣ ମାନଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁଦାମଙ୍କ ଜଳଯୋଗ ପ୍ରୟାସ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

