ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି ।
ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।

କରନା ନିମନ୍ତେ ସମଗ୍ର ବିଶ୍ୱରେ ଟୀକାକରଣ ବ୍ୟବସ୍ଥା ଆରମ୍ଭ ହୋଇଗଲାଣି । ଏହି ସମୟ ରେ ଏକ ପ୍ରଶ୍ନ ଆସୁଛି ଯେ ଟୀକା ନେବା ପରେ ବ୍ୟାୟାମ କରିବା ଉଚିତ କି ନାହିଁ ଏବଂ ଏହା ଦ୍ବାରା କିଛି କ୍ଷତି ହେବାର ଆଶଙ୍କା ଅଛି କି ନାହିଁ । ତେବେ ଆଜି ଆମେ ଏ ବିଷୟ ରେ ଆପଣଂକୁ ସମ୍ପୂର୍ଣ୍ଣ ଭାବରେ ଜଣାଇବୁ ।

କରନା ରୁ ବଞ୍ଚିବା ପାଇଁ ବିଶେଷଜ୍ଞ ମାନେ ଲୋକ ମାନଙ୍କୁ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପରାମର୍ଶ ଦେଉଛନ୍ତି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ପୌଷ୍ଟିକ ଖାଦ୍ୟ ଖାଇବା ସହିତ ବ୍ୟାୟାମ କରିବାର ମଧ୍ୟ ବହୁତ ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ଅନୁସାରେ ଶରୀର କୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ନିହାତି ଆବଶ୍ୟକ ଅଟେ ।
ଏହା ଦ୍ବାରା ଶରୀର ରେ ପ୍ରତିରକ୍ଷା କ୍ରିୟା ରେ ବହୁତ ସୁଧାର ଅଣାଯାଇ ପାରିଥାଏ । କିନ୍ତୁ ଅନେକ ଲୋକଙ୍କ ମନ ରେ ଏହି ପ୍ରଶ୍ନ ଉଙ୍କି ମାରୁଛି କି ଟୀକା ନେବା ପରେ ବ୍ୟାୟାମ କରିବା ଉଚିତ କି ନାହିଁ କାରଣ ଟୀକା ନେବା ପରେ ଅନେକ ଲୋକଙ୍କ ଠାରେ ସାଧାରଣ ଜ୍ଵର କିମ୍ବା ଶାରୀରିକ ଦୁର୍ବଳତା ଦେଖା ଦେଉଛି ।

ବିଶେଷଜ୍ଞ ମାନଙ୍କ ମତ ଅନୁସାରେ ପ୍ରତିଦିନ ବ୍ୟାୟାମ କରିବା ଉଚିତ କିନ୍ତୁ ଟୀକା କରଣ ପରେ ଆପଣଂକୁ କିଛି ସାବଧାନତା ଅବଲମ୍ବନ କରିବାକୁ ହେବ । ଯେପରି ଭାବରେ କରନା ରୁ ସୁସ୍ଥ ହେବା ପରେ ଶରୀର କୁ ଆରାମ ର ଆବଶ୍ୟକତା ହୋଇଥାଏ ସେହିପରି ଟୀକା ନେବା ପରେ ମଧ୍ୟ ଶରୀର କୁ ଆରାମ ର ଆବଶ୍ୟକତା ହୋଇଥାଏ । ଟୀକାକରଣ ପରେ ଦୁଇ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ପ୍ରକାର କଠିନ ବ୍ୟାୟାମ କରିବା ଉଚିତ ନୁହେଁ ।

ଟୀକାକରଣ ପରେ ଶରୀର ରେ ଦୁର୍ବଳତା ଦେଖା ଦେଇଥାଏ ତେଣୁ ଟୀକା ନେବା ଦିନ ଓ ଏହାର ଦୁଇ ତିନି ଦିନ ପର୍ଯ୍ୟନ୍ତ କୌଣସି ବ୍ୟାୟାମ କରିବା ଉଚିତ ନୁହେଁ । କିନ୍ତୁ ଯଦି ଆପଣ ଚାହିଁବେ ତେବେ ଶ୍ଵାସକ୍ରିୟା ସହିତ ଜଡିତ ବ୍ୟାୟାମ କରିପାରିବେ । ଟୀକା ନେବା ପରେ ଶରୀର ରେ ଜ୍ଵର,ଶରୀର ର ବିଭିନ୍ନ ସ୍ଥାନ ବିନ୍ଧା ହେବା ସହିତ ଡାଇରିଆ ଭଳି ରୋଗ ମଧ୍ୟ ଦେଖା ଦେଇଥାଏ ।
ଟୀକା ନେବା ପରେ ଏହି ସବୁ ହେବ ଏକ ସାମାନ୍ୟ କଥା ଅଟେ । କାରଣ ଯେତେବେଳେ ଶରୀର ରେ କୌଣସି ବାହାର ଜିନିସ ର ପ୍ରବେଶ ଘଟିଥାଏ ସେତେବେଳେ ଏହିପରି ହୋଇଥାଏ । ତେଣୁ ଏହାକୁ ନେଇ ଚିନ୍ତା କରିବା ର ଆଦୋୖ ଆବଶ୍ୟକତା ନାହିଁ ।
ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

