ମିଡିଆ ଆଗରେ କିଛି ଏମିତି କହିଲେ ୧୦୪ କଲ ସେଣ୍ଟରର ଜଣେ କର୍ମଚାରୀ, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସମାଜ ରେ ଏଭଳି କିଛି ଅସାମାଜିକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର କାର୍ଯ୍ୟ କଳାପ ଦ୍ୱାରା ନିଜ ଅଶିକ୍ଷିତ ରୂପ ର ପରିଚୟ ଦେଉଛନ୍ତି ।

ସେହିଭଳି ଏକ ଖବର ସାମ୍ନା କୁ ଆସିଛି ଯେଉଁଥିରେ ଶୁଣିବାକୁ ମିଳୁଛି ଯେ, କିଛି ଅଶିକ୍ଷିତ ବ୍ୟକ୍ତି ହେଲ୍ପ ସେଣ୍ଟର ରେ କାମ କରୁଥିବା ମହିଳା ମେମ୍ବର ଙ୍କୁ କଲ କରି ହଇରାଣ କରୁଛନ୍ତି । ହେଲ୍ପ ସେଣ୍ଟର ରେ କାମ କରୁଥିବା ଜଣେ ମହିଳା ଜଣକ କହିଛନ୍ତି ଯେ, ପିଲାମାନେ ଏଠାକୁ କାମ କରିବାକୁ ଏବଂ ଲୋକ ମାନଙ୍କୁ ହେଲ୍ପ କରିବାକୁ ଆସୁଛନ୍ତି ।

କିନ୍ତୁ କାମ କରିବା ମଧ୍ୟରେ ସେମାନଙ୍କୁ ଏଭଳି କଲ ଆସୁଛି ଯେଉଁଥିରେ ଜଣେ ବ୍ୟକ୍ତି ସ୍ଲା-ଙ୍ଗ ବ୍ୟବହାର କରି ଅ-ଭ-ଦ୍ରା-ମି ସହିତ କଥାବାର୍ତ୍ତା କରୁଛନ୍ତି । ପ୍ରଥମେ ସେମାନେ ନିଜର ଡିଟେଲ ଦେଉଛନ୍ତି କିନ୍ତୁ ପରେ କଲ କରିବାର କାରଣ ପଚାରିବାରୁ ସେମାନେ ଏଭଳି ଅ-ଭ-ଦ୍ରା-ମି କରୁଛନ୍ତି । ବର୍ତ୍ତମାନ ଏହି ହେଲ୍ଥ ହେଲ୍ପ ସେଣ୍ଟର କୋଭିଡ଼ ହେଲ୍ପ ଲାଇନ ହୋଇଯାଇଛି ।

ଏଠାରେ ସମସ୍ତ ପ୍ରକାର ରୋଗୀ ଙ୍କୁ ସହାୟତା କରିବା ନିମନ୍ତେ ବ୍ୟବସ୍ଥା ରହିଛି । ଯେଉଁଠି ଡାକ୍ତର ମାନଙ୍କ ସହିତ ସେମାନଙ୍କ ଯୋଗାଯୋଗ କରାଯାଉଛି । କିନ୍ତୁ ଲୋକ ମାନଙ୍କ ଏଭଳି ଆଚରଣ ଦ୍ୱାରା ଏହି ହେଲ୍ପ ସେଣ୍ଟର ରେ କାମ କରୁଥିବା ବ୍ୟକ୍ତି ନିରାଶ ହେଉଛନ୍ତି । ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ଡାକ୍ତର ଙ୍କୁ ସେମାନେ ଲୋକ ଙ୍କ ହେଲ୍ପ ପାଇଁ ପଠାଉଛନ୍ତି, ସେଠାରେ ସେମାନେ ଡାକ୍ତର ଙ୍କ ସହିତ ମଧ୍ୟ ଅ-ପ-ବ୍ୟ-ବହାର କରୁଛନ୍ତି ।

କୌଣସି ଜଣେ ମହିଳା କଲ କରି ନିଜର ଗାଇନିକ ଅସୁବିଧା ସ-ମ୍ବ-ନ୍ଧ-ରେ ଜଣାଇଥିଲେ ଏବଂ ଡାକ୍ତର ଙ୍କ ସହିତ ଯୋଗାଯୋଗ କରି ପରାମର୍ଶ ନେଇଥିଲେ । କିନ୍ତୁ କିଛି ସମୟ ପରେ ସେହି ମହିଳା ଜଣକ ପୁଣିଥରେ ନମ୍ବର ବଦଳାଇ କଲ କରି ଅ-ଶ୍ଳୀ-ଳ କଥାବାର୍ତ୍ତା କରୁଛନ୍ତି । ଏଭଳି ଜିନିଷ ପୁଣିଥରେ ନହେବା ନିମନ୍ତେ ନହେବା ପାଇଁ ଏଭଳି ଲୋକ ମାନଙ୍କୁ ଅନୁରୋଧ ମଧ୍ୟ କରାଯାଉଛି ।

କାରଣ ଏଭଳି ଅଶିକ୍ଷିତ ବ୍ୟକ୍ତି ଙ୍କ ପାଇଁ ଯେଉଁ ମାନେ ସତରେ ସହାୟତା ଲୋଡ଼ା କରୁଥିବେ ସେମାନଙ୍କୁ ଠିକ ସମୟ ରେ ସାହାଯ୍ୟ ମିଳିପାରୁ ନାହିଁ । ତେଣୁ ଏଭଳି ଅସାମାଜିକ କାର୍ଯ୍ୟ କେବେବି କରନ୍ତୁ ନାହିଁ । ଏହାଦ୍ବାରା ଅନେକ ବ୍ୟକ୍ତି ଙ୍କୁ ଅସୁବିଧା ର ସାମ୍ନା କରିବାକୁ ପଡ଼ୁଛି ।  ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *