ଆପଣ ୮୦ ଦଶକ ରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ରାଜ୍ କରୁଥିବା ଅଭିନେତ୍ରୀ ମାନଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏମାନେ ନିଜର ଅଭିନୟ ଏବଂ ସୁନ୍ଦରତା ମାଧ୍ୟମରେ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କାୟା ବିସ୍ତାର କରିଛନ୍ତି ।
କିନ୍ତୁ ବନ୍ଧୁଗଣ ଏହି ଅଭିନେତ୍ରୀ ମାନଙ୍କ ଝିଅ ମାନେ ମଧ୍ୟ ତାଙ୍କ ଠାରୁ ଅଧିକ ସୁନ୍ଦର । ତେବେ ଆଜି ଆମେ ଏହି ଅଭିନେତ୍ରୀ ମାନଙ୍କ ରିଅଲ ଲାଇଫ ଝିଅ ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ହେମା ମାଲିନି- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଡ୍ରିମଗାର୍ଲ ହେମା ମାଲିନି । ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ବ୍ଲକ ବଷ୍ଟର ଫିଲ୍ମ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ଅଭିନେତ୍ରୀ ଙ୍କ ନାଁ ରୁ ଡ୍ରିମଗାର୍ଲ ର ଟ୍ୟାଗ୍ ରହିଛି ।

ଏହି ଅଭିନେତ୍ରୀ ଙ୍କ ଦୁଇ ଝିଅ ହେଉଛନ୍ତି ଇସା ଦେଓଲ ଓ ଆହାନା ଦେଓଲ । ଇସା ଦେଓଲ ‘ଏକ୍ ଦୋ ତିନ’ ଏବଂ ‘ନୋ ଏଣ୍ଟ୍ରି’ ଭଳି ଫିଲ୍ମ ରେ କାମ କରିଛନ୍ତି । ଆହାନା ଦେଓଲ ନିଜ ମାଆ ଙ୍କ ଭଳି ଜଣେ ନୃତ୍ୟ ଶିଳ୍ପୀ ଅଟନ୍ତି । ହେମା ମାଲିନି ଙ୍କ ଦୁଇ ଝିଅ ବର୍ତ୍ତମାନ ଇଣ୍ଡଷ୍ଟ୍ରୀ ରୁ ଦୂର ରେ ଅଛନ୍ତି ଏବଂ ନିଜ ମ୍ୟାରେଡ଼ ଲାଇଫ ରେ ଖୁସି ଅଛନ୍ତି ।

୨. ଶର୍ମିଲା ଟାଗୋର- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶର୍ମିଲା ଟାଗୋର । ଏହି ଅଭିନେତ୍ରୀ ୭୦ ଦଶକ ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ଏହି ଅଭିନେତ୍ରୀ ଅନେକ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି ଏବଂ ବିଶେଷ ପ୍ରସିଦ୍ଧି ମଧ୍ୟ ଲାଭ କରିଛନ୍ତି ।
ଏହି ଅଭିନେତ୍ରୀ ଙ୍କ ଝିଅ ‘ସୋହା ଅଲ୍ଲୀ ଖାଁ’ ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି । ସୋହା ଅଲ୍ଲୀ ଖାଁ ଙ୍କୁ ‘ତୁମ ମିଲେ’, ‘ରଙ୍ଗ ଦେ ବସନ୍ତି’, ‘ଦିଲ୍ ମାଂଗେ ମୋର୍’ ଭଳି ଫିଲ୍ମ ରେ ଦେଖିବାକୁ ମିଳିଥିଲା । କିନ୍ତୁ ପରେ ଏହି ଅଭିନେତ୍ରୀ ଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ କାମ ମିଳି ନଥିଲା ଏବଂ ସେ ପରବର୍ତ୍ତୀ ସମୟରେ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା କୁନାଲ ଖେମୁ ଙ୍କୁ ବିବାହ କରି ସବୁଦିନ ପାଇଁ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ବିଦାୟ ନେଇଛନ୍ତି ।

୩. ନିତୁ କପୁର- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିତୁ କପୁର । ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରୁ କଭୀ କଭୀ, ରଫୁ ଚକ୍କର, ଖେଲ ଖେଲ ମେ, କାଲା ପଥର, ଦୁସରା ଆଦମୀ ଭଳି ଫିଲ୍ମ ସାମିଲ ରହିଛି । ଏହି ଅଭିନେତ୍ରୀ ଙ୍କ ଝିଅ ଙ୍କ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ନାମ ହେଉଛି ରିଧିମା କପୁର ସାହାନି । ସେ ଜଣେ ପ୍ରସିଦ୍ଧ ଫ୍ୟାସନ ଡିଜାଇନର ଅଟନ୍ତି ।

୪. ମୁମ୍ତାଜ- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପ୍ରସିଦ୍ଧ ଅଭିନେତ୍ରୀ ମୁମ୍ତାଜ । ସେ ବଲିଉଡ ର ଅନେକ ବ୍ଲକ ବଷ୍ଟର ଫିଲ୍ମ ଦୋ ରାସ୍ତେ, ଲୋଫର, ଆପକୀ କସମ, ଖିଲୋନା ଭଳି ଫିଲ୍ମ ରେ ଅଭିନୟ କରିଛନ୍ତି । ଯଦି ଏହି ଅଭିନେତ୍ରୀ ଙ୍କ ଝିଅ ଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କର ଦୁଇ ଝିଅ ଅଛନ୍ତି । ନତାଶା ଓ ତାନ୍ୟା । ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

