ଘରେ ରହି କରୋନା ସହ କିପରି ଲଢିବେ, କଣ କଲେ କରୋନା ଆପଣଙ୍କର କିଛି ବି କରି ପାରିବନି- Dr. Pradeep Kumar Panigrahi

ବନ୍ଧୁଗଣ ବର୍ତ୍ତମାନ ଦେଶର ଅବସ୍ତା ବହୁତ ଜଟିଳ ହୋଇଛି । କରୋନା ମହାମାରୀର କୋପ ଦିନକୁ ଦିନ ତୀବ୍ର ଗତିରେ ବଢିବାରେ ଲାଗିଛି । ସରକାର ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ।

ବନ୍ଧୁଗଣ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଏକ ଭୟଙ୍କର ରୂପ ନେଇ ଆସିଛି । ବନ୍ଧୁଗଣ ବର୍ତ୍ତମାନ ହସ୍ପିଟାଲରେ ବେଡର ଅଭାବ ଓ ଆକ୍ସିଜେନ ସିଲିଣ୍ଡରର ଅଭାବ ମଧ୍ୟ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛି କିପରି ଆପଣ କରୋନାରେ ଘରେ ରହି ଚିକିତ୍ସିତ ହୋଇପାରେ ।

ଡାକ୍ତର ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ମତରେ, ଯଦି କୌଣସି ଲୋକର ଜ୍ଵର ଓ ଯନ୍ତ୍ରଣା ଆଦି ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଯେଉଁ ମାନଙ୍କୁ 100 ଡିଗ୍ରୀରୁ ଅଧିକ ଜ୍ଵର ଆସୁଛି ସେମାନେ କୌଣସି ଏକ ଭାଇରାଲ ଇନଫେକସନର ଶିକାର ହୋଇପାରନ୍ତି । ଯଦି କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥାଏ ତା ହେଲେ ପ୍ରଥମ ତିନି ଦିନ ପରେ ତାକୁ ସମସ୍ତ ଲକ୍ଷଣ ଜଣା ପଡିଥାଏ । ସାଧାରଣତଃ ଜ୍ଵର, ଦୁର୍ବଳତା, କାସ ଓ ନିଶ୍ଵାସ ନେବାରେ କଷ୍ଟ ହେବା ଆଦି ଲକ୍ଷଣ ଦେଖା ଯାଇଥାଏ । ବନ୍ଧୁଗଣ ଏହି ରୋଗକୁ ଆମେମାନେ ଘରେ ରହି ମଧ୍ୟ ଚିକିତ୍ସା କରିପାରିବା ।

ବନ୍ଧୁଗଣ ଯଦି ଆପଣଙ୍କୁ କରୋନା ଆକ୍ରାନ୍ତ ହୋଇଛି ତା ହେଲେ ଆପଣ ଏକ ନିର୍ଦ୍ଧିଷ୍ଟ ଘରେ ଏକା ରୁହନ୍ତୁ । ଆପଣ ମାନେ ନିରାମିଷ ଖାଦ୍ୟ, କ୍ଷୀର, ଲେମ୍ବୁ, ଉଷୁମ ପାଣି ଓ ଅଦା ଆଡିକୁ ଅଧିକ ମାତ୍ରାରେ ସେବନ କରିବେ । ବନ୍ଧୁଗଣ ଆପଣ ମାନେ ଦିନକୁ ଦୁଇଥର ଭିଟାମିନ C ବଟିକା, ଦିନକୁ ଗୋଟିଏ କ୍ୟାଲସିୟମ ବଟିକା ଓ ଗୋଟିଏ ଭିଟାମିନ D ବଟିକାର ସେବନ କରନ୍ତୁ । ଏହା ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ସହ ଆପଣଙ୍କ ହାର୍ଟକୁ ସୁସ୍ଥ ରଖିଥାଏ ।

ଯଦି ଆପଣ ମାନେ ଦୁର୍ବଳତା ଅନୁଭବ କରୁଛନ୍ତି ତା ହେଲେ ଆପଣ ଦିନକୁ ଦୁଇ ଥର ଓଆରଏସ ପାଣିର ସେବନ ନିଶ୍ଚୟ କରନ୍ତୁ । ଯଦି ବନ୍ଧୁଗଣ ଆପଣଙ୍କ ଜ୍ଵର 100 ଡିଗ୍ରୀରୁ ଅଧିକ ରହିଛି ତା ହେଲେ ଆପଣ ପାରାସିଟାମଲ ବଟିକାର ସେବନ କରି ସୁସ୍ଥ ହୋଇପାରିବେ । ଏହା ସହିତ ଆପଣ ମାନେ ଆଜିଥ୍ରୋମାଇସିନ ବଟିକା ଦିନକୁ ଥରେ ଖାଲି ପେଟରେ ଖାଇ ପାରିବେ ।

ବନ୍ଧୁଗଣ ଆପଣ ମାନେ ନିଜ ଶରୀରର ଅସ୍କିଜେନ ସ୍ତରକୁ ମାପିବା ପାଇଁ ଏକ ଅକ୍ସିମିଟରର ବ୍ୟବହାର ନିହାତି କରନ୍ତୁ । ଏହା ସହିତ ଆପଣ ନିୟମିତ ଭାବରେ ମାସ୍କର ବ୍ୟବହାର ଓ ଶ୍ୟାନିଟାଇଜରର ବ୍ୟବହାର କରନ୍ତୁ । ଯଦି ଆପଣ ଏହି ସବୁ କଥାକୁ ଗୁରୁତ୍ଵରେ ରଖି ଘରେ ଚିକିସ୍ତା ନେବେ ତା ହେଲେ ଆପଣ ଏହି ରୋଗରୁ ସୁସ୍ଥ ହୋଇପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *