କିପରି Rohit Sardana ପହଞ୍ଚିଥିଲେ ସଫଳତାର ଶୀର୍ଷରେ ? ଆଜ ତକ ର ଆଙ୍କର Rohit Sardana ଙ୍କ Bioography

ନମସ୍କାର ବନ୍ଧୁଗଣ ଆଜି ଆମେ ଏକ ଏଭଳି ସମ୍ବାଦ ଉପସ୍ଥାପକ ବିଷୟରେ ଆଲୋଚନା କରିବୁ ଯିଏ ନିଜର ଉପସ୍ଥାପନା ଏବଂ ବ୍ୟବହାର ପାଇଁ ସମସ୍ତ ଙ୍କ ଲୋକପ୍ରିୟ ହୋଇ ପାରିଥିଲେ । ଆମେ କଥା ହେଉଛୁ ଆଜତକ ସମ୍ବାଦ ଉପସ୍ଥାପକ ରୋହିତ ସରଦନା ଙ୍କ ବିଷୟରେ । ଯିଏ କି ଆମ ଗହଣ ରେ ବର୍ତ୍ତମାନ ଆଉ ନାହାନ୍ତି । ତାଙ୍କ ର ମୃତ୍ୟୁ ର କାରଣ କେହି କରୋନା କୁ କହୁଛନ୍ତି ତ କେତେଜଣ ହୃଦଘାତ ବୋଲ କହୁଛନ୍ତି । ଆଜି ଆମେ କଥା ହେବୁ କି ଏକ ଅଭିନେତା ହେବାର ସ୍ୱପ୍ନ ଦେଖି ଏକ ବରିଷ୍ଠ ସମ୍ବାଦ ଉପସ୍ଥାପକ ହେବାର ରାସ୍ତା ଏବଂ ପରିଶ୍ରମ ଆଦି ବିଷୟରେ ଆଲୋଚନା କରିବୁ ।

ତେବେ ଆସନ୍ତୁ ଜାଣିନେବା ତାଙ୍କ ଜୀଵନ ଶୈଳୀ ଏବଂ ତାଙ୍କ ପରିଶ୍ରମ ବିଷୟରେ । ଏବଂ ସେ କିପରି ସଫଳତା ହାସଲ କରିଥିଲେ ତାହା ମଧ୍ୟ ଜାଣିନେବା ରୋହିତ ସରଦନା ଜଣେ ବରିଷ୍ଠ ସାମ୍ବାଦିକ ଥିଲେ । ସେ ଜଣେ ହିନ୍ଦୁ ଥିଲେ ଏବଂ ନାଗରିକତ୍ୱ ତାଙ୍କର ଭାରତୀୟ ଥିଲା । ରୋହିତ ଙ୍କ ଜନ୍ମ ୨୨ ସେପ୍ଟେମ୍ବର ୧୯୮୦ ମସିହାରେ ହରିୟାଣା ରାଜ୍ୟରେ ହୋଇ ଥିଲା ।

ସେ ଗୀତା ନିକେତନ ଆୱାଶ୍ୟ ବିଦ୍ୟାଳୟ ରୁ ନିଜର ପାଠ ଶେଷ କରିଥିଲେ ସ୍କୁଲ ପରେ ସେ ନିଜର ଅଧିକ ଏବଂ ଉଚ୍ଚ ଶିକ୍ଷା ପାଇଁ ଗୁରୁ ଜାମ୍ବେଶ୍ୱର ୟୁନିଭରସିଟି ସାଇନ୍ସ ଏବଂ ଟେକ୍ନୋଲୋଜି,ହିସାର ରେ ପୂର୍ଣ୍ଣ କଲେ । ଏବଂ ମାସ କମ୍ୟୁନିକେଶନ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ରୋହିତ ଙ୍କ ପରିବାରରେ ତାଙ୍କ ର ଜଣେ ଭାଇ ମଧ୍ୟ ଅଛି ସେ ଜଣେ କମ୍ପ୍ୟୁଟର ଇଂଜିନିୟର । ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ପ୍ରମିଳା ଦୀକ୍ଷିତ ଏବଂ ତାଙ୍କର ଦୁଇ ଝିଅ ସନ୍ତାନ ମଧ୍ୟ ଅଛି ।

ରୋହିତ ଏକ ଇଣ୍ଟରଭିଉ ରେ କହି ଥିଲେ କି ସେ ନେସନାଲ ଡ୍ରାମା ସ୍କୁଲ ରେ ଦାଖିଲା ନେଇଥିଲେ । କାରଣ ତାଙ୍କର ଅଭିନେତା ହେବା ର ସ୍ୱପ୍ନ ଥିଲା । କିନ୍ତୁ ସେଠାରେ ତାଙ୍କୁ କିଛି ହାସଲ ହେଲା ନାହିଁ ପରେ ସେ ନିଷ୍ପତ୍ତି ନେଲେ କି ସେ ଜଣେ ସାମ୍ବାଦିକ ହେବେ । ସେ ହରିୟାଣା ପରିବାର ରେ ବଢି ଥିବାରୁ ତାଙ୍କ ହିନ୍ଦୀ ଏବଂ ଇଂରାଜୀ ରେ ସେ ଟିକେ ଦୁର୍ବଳ ଥିଲେ କିନ୍ତୁ ପରେ ଏହି ଭାଷା ହିଁ ତାଙ୍କ ର ସବୁଠାରୁ ବଡ଼ ଶକ୍ତି ହୋଇ ପାରିଥିଲା ।

ସେ ନିଜ ପାଠ ପଢା ସହ ଚାକିରୀ ମଧ୍ୟ କରିଲେ । ପରେ ସ୍ୱ ଦିଲ୍ଲୀ ଆସିଗଲେ ଏବଂ ସେଠାରେ ସେ ଈଟିଭି ନେଟୱର୍କ ସହ କାମ କରିବାର ସୁଯୋଗ ମିଳିଲା । ସେହି ଠାରୁ ସେ ଜଣେ ପତ୍ରକାରିତା ରୂପେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପରେ ସେ ହାଇଦ୍ରାବାଦ ଆସିଗଲେ । ସେହି ଠାରୁ ଟିଭିରେ ଆସିବାର ସୁଯୋଗ ମିଳିଲା । ରୋହିତ ଙ୍କ କାମ ସମସ୍ତଙ୍କୁ ପସନ୍ଦ ଆସିଲା । ସେ ଜି ନ୍ୟୁଜ ରେ ଡିବେଟ କାର୍ଯ୍ୟ କରୁଥିଲେ ।

ପରେ ସେ ୨୦୧୭ ରେ ଆଜତକ ରେ ଯୋଗ ଦାନ କଲେ । ଏବଂ ସେବେଠାରୁ ସେ ଡିବେଟ କାର୍ଯ୍ୟ କ୍ରମ ହିଁ କରି ଆସୁଥିଲେ । ତାଙ୍କର ପ୍ରସିଦ୍ଧ ଡିବେଟ ସୋ ଥିଲା ଦଙ୍ଗଲ ଯେଉଁଥିରେ ସେ ବହୁତ ଲୋକ ପ୍ରିୟତା ହାସଲ କରି ଥିଲେ । ରୋହିତ ଙ୍କୁ ଅନେକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ସେହି ପୁରସ୍କାର ମଧ୍ୟ ରୁ ବେଷ୍ଟ ଆଙ୍କର ପୁରସ୍କାର ସାମିଲ ଅଛି । ରୋହିତ ଏକ ଛୋଟ ପରିବାର ରୁ ଆସି ନିଜ ପରିଶ୍ରମ ବଳ ରେ ସେ ନିଜ ଜୀବନ ରେ ସଫଳତା ହାସଲ କରି ପାରିଥିଲେ ଏବଂ ସେ ଆମ ପାଖରେ ଆଜୀବନ ଅମର ହୋଇ ରହିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *