କପିଲ ଜି ଥ୍ୟାଙ୍କ୍ ୟୁ…ସୋନି ଟିଭିର କପିଲ ଶର୍ମା ସୋ’ରେ ମୁଖ୍ୟମନ୍ତ୍ରୀ Naveen Patnaik, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭିରେ ପ୍ରସାରିତ ହେଉଥିବା ବିଭିନ୍ନ ରିଆଲିଟି ସୋ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ରିଆଲିଟି ସୋ ମଧ୍ୟରୁ ଗୋଟେ ସୋ ହେଉଛି ‘କପିଲ ଶର୍ମା ସୋ’ । ବନ୍ଧୁଗଣ ଏହା ହେଉଛି ଏକ କମେଡି ସୋ ଓ ଏହି ସୋକୁ ଦେଖି ଲୋକମାନେ ବହୁତ ଆନନ୍ଦ ନିଅନ୍ତି । ଏହି ସୋକୁ ହାସ୍ୟ କଳାକାର କପିଲ ଶର୍ମା ଏଙ୍କରିଙ୍ଗ କରନ୍ତି । ଏହି ସୋକୁ କେତେକ ବଡ ବଡ ବଲିଉଡ କଳାକାର ମାନେ ମଧ୍ୟ ଯୋଗ ଦେଇଛନ୍ତି ।

ବଲିଉଡର ଅନେକ କଳାକାର ମାନେ ନିଜ ଫିଲ୍ମ ପ୍ରମୋଶନ ପାଇଁ ଏହି ସୋକୁ ଆସିଥାନ୍ତି । ହେଲେ ବର୍ତ୍ତମାନ ଏହି ସୋ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । କପିଲ ଶର୍ମା ସୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିନ୍ଦୀ ଟିଭି ରିଆଲିଟି ସୋ କପିଲ ଶର୍ମା ସୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି । ଏହି ସୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଆମ ଦେଶ ପାଇଁ ଗୌରବ ଆଣିଥିବା ହକି ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି ।

କପିଲ ଶର୍ମା ସୋରେ ଜତୀୟ କ୍ରୀଡା ଦିବସ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଓ ସୁନାମ ଆଣିଥିବା ଉଭୟ ପୁରୁଷ ଓ ମହିଳା ହକି ଟିମର ଖେଳାଳିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ସୋ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇଥିଲେ । ସେ ହକି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇ ଉତ୍ସାହିତ କରିଥିଲେ ।

https://twitter.com/KapilSharmaK9/status/1431841544424673286?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1431841544424673286%7Ctwgr%5E%7Ctwcon%5Es1_&ref_url=http%3A%2F%2Fwww.prameyanews7.com%2Fnaveen-patnaik-at-kapil-sharma-show%2F

ସୋ’ରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁରୁଷ ଓ ମହିଳା ହକି ଟିମ୍ ଟୋକିଓ ଅଲିମ୍ପିକ୍‌ସରେ ଦମଦାର ପ୍ରଦର୍ଶନ କରିଛନ୍ତି । ଖେଳାଳି ମାନେ ଦେଶ ପାଇଁ ସୁନାମ ଆଣିଛନ୍ତି । ଖ୍ୟାତି ବଢ଼ାଇଛନ୍ତି। ଏଥିପାଇଁ ସମସ୍ତ ଖେଳାଳିଙ୍କୁ ଅଭିନ୍ଦନନ ଜଣାଇଥିଲେ ନବୀନ ।  ଖେଳାଳିଙ୍କ ଠାରୁ ଠାରୁ ମିଳିଥିବା ପ୍ରେରଣା ଆଗାମୀ ପିଢ଼ିକୁ ରାସ୍ତା ଦେଖାଇବ। ଏହା କେବଳ ଆରମ୍ଭ।


ଆଗକୁ  ଅଧିକ ସଫଳତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ ସେ ହକିକୁ ସମର୍ଥନ ପାଇଁ କପିଲ ଶର୍ମାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ନବୀନଙ୍କୁ କପିଲ ଶର୍ମା ସୋରେ ଦେଖି ଅଧିକାଂଶ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ବନ୍ଧୁଗଣ ନବୀନଙ୍କର ଏହି କାମକୁ ଦେଖି ବହୁତ ଲୋକ ଖୁସି ହୋଇଥିଲେ ।

Leave a Reply

Your email address will not be published. Required fields are marked *